Advertisment

ଫିଲ୍ମ ହଲ୍‌ରେ ରାହୁଲ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ବୁଧବାର କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ରାହୁଲ ଗାନ୍ଧି ଦିଲ୍ଲୀର ଏକ ମଲ୍‌ଟିପ୍ଲେକ୍ସରେ ଯାଇ ଫିଲ୍ମ ଦେଖିଥିଲେ। ସେ ନୂଆ ହିନ୍ଦୀ ଫିଲ୍ମ ‘ଆର୍ଟିକଲ୍‌ ୧୫’ ଦେଖିବାକୁ ଯାଇଥିଲେ ଏବଂ ଜଣେ ସାଧାରଣ ଲୋକ ଭଳି ସେଠାରେ ବସିଥିଲେ। ସେ ଆଦୌ ଜଣେ ଭିଆଇପି ଭଳି ବ୍ୟବହାର କରି ନଥିଲେ। ତାଙ୍କର ଏ ଆଚରଣକୁ ସମସ୍ତେ ପ୍ରଶଂସା କରିଥିବା ବେଳେ ସେ ଫିଲ୍ମ ଦେଖୁଥିବାର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। […]

ଅଦ୍ୟତନ ହୋଇଛି
ଫିଲ୍ମ ହଲ୍‌ରେ ରାହୁଲ, ଭିଡିଓ ଭାଇରାଲ୍‌

rahul

Advertisment

ନୂଆଦିଲ୍ଲୀ: ବୁଧବାର କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ରାହୁଲ ଗାନ୍ଧି ଦିଲ୍ଲୀର ଏକ ମଲ୍‌ଟିପ୍ଲେକ୍ସରେ ଯାଇ ଫିଲ୍ମ ଦେଖିଥିଲେ। ସେ ନୂଆ ହିନ୍ଦୀ ଫିଲ୍ମ ‘ଆର୍ଟିକଲ୍‌ ୧୫’ ଦେଖିବାକୁ ଯାଇଥିଲେ ଏବଂ ଜଣେ ସାଧାରଣ ଲୋକ ଭଳି ସେଠାରେ ବସିଥିଲେ। ସେ ଆଦୌ ଜଣେ ଭିଆଇପି ଭଳି ବ୍ୟବହାର କରି ନଥିଲେ। ତାଙ୍କର ଏ ଆଚରଣକୁ ସମସ୍ତେ ପ୍ରଶଂସା କରିଥିବା ବେଳେ ସେ ଫିଲ୍ମ ଦେଖୁଥିବାର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।

Advertisment

ଭିଡିଓରେ ଦେଖିବାକୁ ମିଳିଛି ଯେ, ରାହୁଲ ତାଙ୍କ ପାଖରେ ବସିଥିବା ଦର୍ଶକଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେ ପପ୍‌କର୍ଣ୍ଣ ମଧ୍ୟ ଖାଉଛନ୍ତି।

Advertisment

ଗତ ମେ’ ୨୫ ତାରିଖରେ ଅନୁଷ୍ଠିତ କଂଗ୍ରେସ ୱାର୍କିଂ କମିଟି ବୈଠକରେ ରାହୁଲ ଅଧ୍ୟକ୍ଷ ପଦ ଛାଡ଼ିବା ପାଇଁ ପ୍ରସ୍ତାବ ଦେଇଥିଲେ। ଲୋକସଭା ନିର୍ବାଚନ ଫଳାଫଳ ଆସିବାର ଦୁଇ ଦିନ ପରେ ସେ ଏହି ପ୍ରସ୍ତାବ ଦେଇଥିଲେ। ତା’ପରେ ଦଳୀୟ ନେତାମାନେ ତାଙ୍କୁ ବୁଝାଇବାକୁ ବହୁତ ପ୍ରୟାସ କରିଥିଲେ। ତେବେ ସେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଗତ ବୁଧବାର ସେ ତାଙ୍କ ଇସ୍ତଫାପତ୍ରକୁ ଟ୍ୱିଟ୍‌ର ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ ଓ ସେ ଆଉ କଂଗ୍ରେସର ଅଧ୍ୟକ୍ଷ ନାହାନ୍ତି ବୋଲି କହିଥିଲେ।

ସୂଚନାଯୋଗ୍ୟ, ୫୪୨ଟି ଲୋକସଭା ଆସନରୁ କଂଗ୍ରେସ ଏଥର ମାତ୍ର ୫୨ଟି ଆସନ ଜିତିବାକୁ ସକ୍ଷମ ହୋଇଛି। ଦଳର ଏହି ପରାଜୟ ପାଇଁ ରାହୁଲ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏମିତି କି ସେ ନିଜେ ମଧ୍ୟ ଆମେଥି ଆସନରୁ ହାରି ଯାଇଥିଲେ। ତେବେ କେରଳରୁ ଜିତିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe