kuli
ନୂଆଦିଲ୍ଲୀ : ରେଳ ମନ୍ତ୍ରଣାଳୟର ଏକ ଟ୍ୱିଟ୍କୁ ନେଇ ସୋଶାଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ରେଳ ମନ୍ତ୍ରଣାଳୟ ପକ୍ଷରୁ ମହିଳା କୁଲିଙ୍କର କିଛି ଫଟୋ ଶେଆର୍ କରାଯାଇଥିଲା। ଯେଉଁଥିରେ ଅଲଗା ଅଲଗା ରେଲୱେ ଷ୍ଟେସନର ମହିଳା କୁଲି ଜିନିଷପତ୍ର ଉଠାଉଥିବା ଦେଖିବାକୁ ମିଳିଥିଲା।
୪ ମାର୍ଚ୍ଚ ଦିନ ଏହାକୁ ନେଇ ରେଳ ମନ୍ତ୍ରଣାଳୟ ଟ୍ୱିଟ୍ କରି ଲେଖିଥିଲା, ‘ଭାରତୀୟ ରେଲୱେରେ କାମ କରି ଏହି ମହିଳାମାନେ ପ୍ରମାଣ କରିଛନ୍ତି ଯେ ସେମାନେ ମଧ୍ୟ କାହାରିଠାରୁ କମ୍ ନୁହଁନ୍ତି। ରେଲୱେ ପକ୍ଷରୁ ଏପରି ମହିଳାଙ୍କୁ ସାଲ୍ୟୁଟ୍।’
ସୋଶାଲ ମିଡିଆରେ ଏହି ଟ୍ୱିଟ୍ଟି ଭାଇରାଲ୍ ହେବା ପରେ ୟୁଜର୍ସଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଛି। କିଛି ୟୁଜର୍ ଏହି ଟ୍ୱିଟରେ ମହିଳାଙ୍କ ସଶକ୍ତିକରଣକୁ ଦେଖାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି।
ଏପରିକି କଂଗ୍ରେସ ନେତା ଶଶି ଥରୁର୍ ଏହି ଟ୍ୱିଟ୍କୁ ଅପମାନଜନକ ବୋଲି କହି ଲେଖିଛନ୍ତି, ‘ଏହା ଆମ ପାଇଁ ଗର୍ବ ନୁହେଁ ଅପମାନର କଥା। ରେଳ ମନ୍ତ୍ରଣାଳୟ ଗରିବ ମହିଳାଙ୍କ ମୁଣ୍ଡରେ ବୋଝ ଲଦି ତାଙ୍କର ଶୋଷଣ କରି ଗର୍ବ କରୁଛି।’
କିଛି ୟୁଜର ଏହି ପୋଷ୍ଟରୁ ପ୍ରେରଣାଦାୟୀ କହିଥିବା ବେଳେ ଅନ୍ୟ କିଛି ରେଳ ମନ୍ତ୍ରଣାଳୟକୁ ୟୁଜର ଫ୍ରେଣ୍ଡଲି ହେବାକୁ ପରାମର୍ଶ ଦେଇଛନ୍ତି। ୟୁଜର ଫ୍ରେଣ୍ଡଲି ହେଲେ ହିଁ ଯାତ୍ରୀ ତାଙ୍କର ନିଜ ଆସବାବପତ୍ର ନିଜେ ଉଠାଇପାରିବେ ବୋଲି ୟୁଜର କହିଛନ୍ତି।
ସେହିପରି ମହିଳାମାନେ ଓଜନିଆ ଆସବାବ ପତ୍ର ରେଲୱେ ଷ୍ଟେସନରେ ଉଠାଉଥିବାରୁ ରେଳ ମନ୍ତ୍ରଣାଳୟକୁ ଦାୟୀ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/kuli.jpg)