Advertisment

ଏମିତି ପୋଜ୍‌ରେ ଫଟୋ ଉଠାଇ ଟ୍ରଲ୍‌ ହେଲେ ଏହି କପୁଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି ରିସ୍କ ନେଇ ଫଟୋ ଉଠାଇବା ଏକ ପ୍ରକାର ଫ୍ୟାଶନ୍‌ ଓ ପ୍ରତିଯୋଗିତାରେ ପରିଣତ ହେଲାଣି।  ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ବିଭିନ୍ନ ପ୍ରକାର ଫଟୋ ଉଠାଇଥାନ୍ତି। ଭିନ୍ନ ପୋଜ୍‌ରେ ଫଟୋ ଉଠାଇବାକୁ  ଯୁବପିଢ଼ି ବିପଦକୁ ମଧ୍ୟ ଆମନ୍ତ୍ରଣ କରି ଦେଇଥାନ୍ତି।  ଲୋକେ ବିପଦରେ ପଡ଼ି ଏମିତି କିଛି ଫଟୋ ଉଠାଇଥାନ୍ତି,  ଯାହା ପରବର୍ତ୍ତୀ ସମୟରେ ସାଧାରଣରେ ଟ୍ରଲ୍‌ ହୋଇଥାଏ। ଅନେକ ଲୋକ ଏହାକୁ ନାପସନ୍ଦ କରିଥାନ୍ତି। ଆମେ ଏମିତି ଏକ କପୁଲ୍‌ଙ୍କ […]

author-image
Rosalin Rath
ଅଦ୍ୟତନ ହୋଇଛି
ଏମିତି ପୋଜ୍‌ରେ ଫଟୋ ଉଠାଇ ଟ୍ରଲ୍‌ ହେଲେ ଏହି କପୁଲ୍‌

111

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି ରିସ୍କ ନେଇ ଫଟୋ ଉଠାଇବା ଏକ ପ୍ରକାର ଫ୍ୟାଶନ୍‌ ଓ ପ୍ରତିଯୋଗିତାରେ ପରିଣତ ହେଲାଣି।  ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ବିଭିନ୍ନ ପ୍ରକାର ଫଟୋ ଉଠାଇଥାନ୍ତି। ଭିନ୍ନ ପୋଜ୍‌ରେ ଫଟୋ ଉଠାଇବାକୁ  ଯୁବପିଢ଼ି ବିପଦକୁ ମଧ୍ୟ ଆମନ୍ତ୍ରଣ କରି ଦେଇଥାନ୍ତି।  ଲୋକେ ବିପଦରେ ପଡ଼ି ଏମିତି କିଛି ଫଟୋ ଉଠାଇଥାନ୍ତି,  ଯାହା ପରବର୍ତ୍ତୀ ସମୟରେ ସାଧାରଣରେ ଟ୍ରଲ୍‌ ହୋଇଥାଏ। ଅନେକ ଲୋକ ଏହାକୁ ନାପସନ୍ଦ କରିଥାନ୍ତି।

Advertisment

ଆମେ ଏମିତି ଏକ କପୁଲ୍‌ଙ୍କ ଫଟୋ ଉଠା ପୋଜ୍‌କୁ ଦେଖାଇବାକୁ ଯାଉଛୁ ଯେ, ସେମାନେ ରିସ୍କ ନେବାର ସବୁ ସୀମା ପାର୍‌ କରିଦେଇ ଟ୍ରଲ୍‌ର ଶିକାର ହୋଇଛନ୍ତି । ଉକ୍ତ କପୁଲ ଏକ ଚଳନ୍ତା ଟ୍ରେନ୍‌ରେ ବାହାରକୁ ଝୁଲିକି ପୋଜ୍‌ ଦେଇ ଫଟୋ ଉଠାଇଥିବା ଦେଖାଯାଉଛି। ସୋଶାଲ୍‌ ସାଇଟ୍‌ ଇନଷ୍ଟାଗ୍ରାମ୍‌ରେ ଜଣାଶୁଣା  ଯୋଡ଼ି ହେଉଛନ୍ତି  Raquel and Miguel । ଅନେକ ଦିନରୁ ବହୁତ ସୁନ୍ଦର ସୁନ୍ଦର ଫଟୋ ସେମାନେ ନିଜ ଇନଷ୍ଟାଗ୍ରାମ୍‌ ପେଜ୍‌ @explorerssaurus ରେ ସେୟାର କରିଥାନ୍ତି। ତାଙ୍କର ଏହି ପେଜ୍‌ର ବହୁତ ଫଲୋଅର୍ସ ବି ଅଛନ୍ତି। କିନ୍ତୁ ଏଥର ଲୋକମାନଙ୍କର ଆଗଭଳି ପ୍ରତିକ୍ରିୟା  ମିଳିପାରିନାହିଁ।

ଏଠାରେ ଆମେ କହିବାକୁ ଚାହୁଁଛୁ ଯେ, କିଛି ଦିନ ପୂର୍ବରୁ ସେମାନେ ଇନଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଦେଖାଯାଉଛି ଯେ  ଏହି କପୁଲ ଟ୍ରେନ୍‌ର ଡୋର୍‌ ପାଖରେ ଝୁଲିକି ଅଛନ୍ତି। ସେହି କପୁଲ ଫଟୋରେ ଲେଖିଛନ୍ତି ଯେ, “ଚାହେ ଜିନ୍ଦେଗୀ ମେ କୁଛ୍ ଭି ହୋ ଯାଏ, ହମେଁ ହମେସା ଖୁସ୍‌ ରହେନା ଚାହିୟେ ଓର୍‌ ଭଗବାନ କି ଦି ହୁଇ ଇସ୍‌ ଖୁବ୍‌ସୁରତ୍‌ ଜିନ୍ଦେଗୀ କା ଲୁପ୍ତ୍‌ ଉଠାନା ଚାହିୟେ’’।

Advertisment

ଏହାର ମାନେ ହେଲା “ଜୀବନରେ ଯାହା ବି ହେଉଯାଉ, ଆମେ ସବୁବେଳେ ଖୁସି ରହିବା ଦରକାର । ଆଉ ଭଗବାନ ଦେଇଥିବା ଏହି ସୁନ୍ଦର ଜୀବନକୁ ଉପଭୋଗ କରିବା ଆବଶ୍ୟକ’’।

ଏହି ଲେଖା ପରେ ଅନେକ ଲୋକ ତାଙ୍କୁ  ଟ୍ରଲ୍‌ କରି ସଠିକ୍‌ ବାଟ ଦେଖାଇଛନ୍ତି।
https://www.instagram.com/p/BuEqe3lg4ZB/?utm_source=ig_web_copy_link

ଜଣେ ଫଲୋଅର୍ସ ଲେଖିଛନ୍ତି ଯେ, ଆପଣ ଦୟାକରି ଏମିତି ଫଟୋ ସେୟାର କରନ୍ତୁ ନାହିଁ। ଅଧିକ ଲାଇକ୍‌ ପାଇବା ପାଇଁ ଏମିତି କରିଛନ୍ତି। ଆପଣଙ୍କ ଦ୍ୱାରା ପ୍ରଭାବିତ ହୋଇ ଆଉ କେଉଁ କପୁଲ୍‌ ମଧ୍ୟ ଏମିତି ପୋଜ୍‌ରେ ଫଟୋ ଉଠାଇପାରନ୍ତି  । ସେ ସମୟରେ ସେମାନଙ୍କର କିଛି ହୋଇଗଲେ  ଆପଣ  ଦାୟୀ ରହିବେ କି? ଏହା କରି ଆପଣ ଦାୟିତ୍ୱହୀନତାର ପରିଚୟ ଦେଇଛନ୍ତି।

ଆହୁରି ଅନେକ ଲୋକ ମଧ୍ୟ ଏହି ଫଟୋରେ ନିଜର ମତ ରଖିଛନ୍ତି। ଆଉ ଜଣେ ଲେଖିଛନ୍ତି ଯେ, “ଆପଣ ନିଜ ଜୀବନ ବିପଦରେ ପକାଇବା କେତେଦୂର ତର୍କସଙ୍ଗତ ହେବ। ମୋ ନଜରରେ ତ ଏହା ଅସମ୍ବେଦନଶୀଳ’’।

ଯେତେବେଳେ ଏହା ଟ୍ରଲ୍‌ ହେଉଥିଲା ଆଉ କିଛି ଲୋକ ମଧ୍ୟ ନିଜର ବ୍ୟକ୍ତିଗତ ମତାମତ ଦେବା ମଧ୍ୟ ଆରମ୍ଭ କରିଦେଲେ। କିଛି ଲୋକ ଲେଖିଛନ୍ତି ଯେ, ଏହା ଏତେ ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଜଣେ ବୟଫ୍ରେଣ୍ଡ ତା ଗାର୍ଲଫ୍ରେଣ୍ଡ୍‌ର ଜୀବନ ବିପଦରେ ପକାଇ ନିଜେ ଟ୍ରେନ୍‌ ଭିତରେ ଠିଆ ହୋଇଛି। କିନ୍ତୁ ଏହାର ଉତ୍ତର ସେହି ଫଟୋରେ ଥିବା ଝିଅଜଣଙ୍କ ଲେଖିଛନ୍ତି ଯେ, ପୁଅଟି ମତେ ବିପଦରେ ପକାଇନାହାନ୍ତି। “ମୋତେ ଯାହା କରିବାର ଥାଏ ଏବଂ ସହଜ ଅନୁଭବ ହୁଏ, ମୁଁ  ତାହାହିଁ କରେ”।