Advertisment

ପୁଣି ଚର୍ଚ୍ଚାରେ ରୀନା, ସବୁଜ ରଙ୍ଗର ଶାଢ଼ି ପିନ୍ଧି ଲଗାଇଲେ ଠୁମ୍‌କା

ମୁମ୍ୱାଇ: ଚଳିତ ବର୍ଷ ଲୋକସଭା ନିର୍ବାଚନ ସମୟରେ ସୋଶାଲ୍‌ ମିଡିଆରେ ଚହଳ ପକାଇଥିବା ପୋଲିଂ ଅଫିସର ରୀନା ଦ୍ୱିବେଦୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ତାଙ୍କର ଏକ ଧମାକାଦାର ଡ୍ୟାନ୍ସ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ରୀନା କୌଣସି ଏକ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ସବୁଜ ରଙ୍ଗର ଶାଢ଼ି ପିନ୍ଧି ସେ ନୃତ୍ୟ କରିଛନ୍ତି। ଏହି ଭିଡିଓଟିକୁ ଟିକ୍‌-ଟକ୍‌ ଓ ୟୁଟ୍ୟୁବ୍‌ରେ ମଧ୍ୟ ଅପଲୋଡ୍‌ କରାଯାଇଛି। ରୀନାଙ୍କ ବ୍ୟତୀତ ଉକ୍ତ […]

ଅଦ୍ୟତନ ହୋଇଛି
ପୁଣି ଚର୍ଚ୍ଚାରେ ରୀନା, ସବୁଜ ରଙ୍ଗର ଶାଢ଼ି ପିନ୍ଧି ଲଗାଇଲେ ଠୁମ୍‌କା

dance

Advertisment

ମୁମ୍ୱାଇ: ଚଳିତ ବର୍ଷ ଲୋକସଭା ନିର୍ବାଚନ ସମୟରେ ସୋଶାଲ୍‌ ମିଡିଆରେ ଚହଳ ପକାଇଥିବା ପୋଲିଂ ଅଫିସର ରୀନା ଦ୍ୱିବେଦୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ତାଙ୍କର ଏକ ଧମାକାଦାର ଡ୍ୟାନ୍ସ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଏହି ଭିଡିଓରେ ରୀନା କୌଣସି ଏକ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ସବୁଜ ରଙ୍ଗର ଶାଢ଼ି ପିନ୍ଧି ସେ ନୃତ୍ୟ କରିଛନ୍ତି।

ଏହି ଭିଡିଓଟିକୁ ଟିକ୍‌-ଟକ୍‌ ଓ ୟୁଟ୍ୟୁବ୍‌ରେ ମଧ୍ୟ ଅପଲୋଡ୍‌ କରାଯାଇଛି। ରୀନାଙ୍କ ବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ କିଛି ମହିଳା ମଧ୍ୟ ଡ୍ୟାନ୍ସ କରିଥିଲେ। ହେଲେ ରୀନାଙ୍କ ଜବରଦସ୍ତ ଡ୍ୟାନ୍ସ ଆଗରେ ସେମାନେ ସମସ୍ତେ ଫିକା ପଡ଼ି ଯାଇଥିଲେ।

Advertisment

reena3ଏହାପୂର୍ବରୁ ରୀନାଙ୍କର ଆଉ ଏକ ଡ୍ୟାନ୍ସ  ଭିଡିଓ ଟିକ୍‌ଟକ୍‌ରେ ପୋଷ୍ଟ୍‌ ହୋଇଥିଲା। ଏଥିରେ ସେ ହରିଆଣାର ଏକ ଗୀତରେ ଡ୍ୟାନ୍ସ କରିଥିଲେ।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ବେଳେ ହଳଦିଆ ରଙ୍ଗର ଶାଢ଼ି ପିନ୍ଧି ଲକ୍ଷ୍ମୌର ଏକ ପୋଲିଂ ବୁଥ୍‌କୁ ଯିବା ବେଳେ ପ୍ରଥମେ ଚର୍ଚ୍ଚାର ପରିସରକୁ ଆସିଥିଲେ ରୀନା। ତାଙ୍କର ସେହି ସମୟର ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe