Advertisment

୧୦ ସେକେଣ୍ଡରେ ଦୁଇଟି ଦୁର୍ଘଟଣା; ନିଶ୍ଚିତ ମୃତ୍ୟୁରୁ ରକ୍ଷା କଲା ହେଲ୍‌ମେଟ୍‌

ନୂଆଦିଲ୍ଲୀ: ଆପଣ ବାଇକ୍‌ ଚଲାଉଛନ୍ତି? ଯଦି ହଁ, ତାହାଲେ ହେଲ୍‌ମେଟ୍‌ ପିନ୍ଧିବା କେତେ ଜରୁରୀ ଆପଣ ଜାଣିଥିବେ। ଅନେକ ଲୋକ କେଶ ଖରାପ ହେଇଯିବ ଏବଂ ହିରୋଗିରି ପାଇଁ ହେଲ୍‌ମେଟ୍‌ ପିନ୍ଧନ୍ତି ନାହିଁ। ଆପଣ ଯଦି ଏହି ମାନଙ୍କ ଭିତରୁ ଜଣେ ତାହାଲେ ଏହି ଭିଡିଓ ଦେଖିବା ନିହାତି ଜରୁରୀ। ଏହି ଭିଡିଓ କେଉଁ ଦିନର ଏବଂ କେଉଁ ଜାଗାର ତାହାର ସଠିକ୍‌ ସୂଚନା ନାହିଁ। କିନ୍ତୁ ଭିଡିଓ ଦେଖିବା ପରେ ହେଲ୍‌ମେଟ୍‌ ପିନ୍ଧିବା କେତେ ଜରୁରୀ […]

author-image
Rosalin Rath
ଅଦ୍ୟତନ ହୋଇଛି
୧୦ ସେକେଣ୍ଡରେ ଦୁଇଟି ଦୁର୍ଘଟଣା; ନିଶ୍ଚିତ ମୃତ୍ୟୁରୁ ରକ୍ଷା କଲା ହେଲ୍‌ମେଟ୍‌

p11

ନୂଆଦିଲ୍ଲୀ: ଆପଣ ବାଇକ୍‌ ଚଲାଉଛନ୍ତି? ଯଦି ହଁ, ତାହାଲେ ହେଲ୍‌ମେଟ୍‌ ପିନ୍ଧିବା କେତେ ଜରୁରୀ ଆପଣ ଜାଣିଥିବେ। ଅନେକ ଲୋକ କେଶ ଖରାପ ହେଇଯିବ ଏବଂ ହିରୋଗିରି ପାଇଁ ହେଲ୍‌ମେଟ୍‌ ପିନ୍ଧନ୍ତି ନାହିଁ। ଆପଣ ଯଦି ଏହି ମାନଙ୍କ ଭିତରୁ ଜଣେ ତାହାଲେ ଏହି ଭିଡିଓ ଦେଖିବା ନିହାତି ଜରୁରୀ।

Advertisment

ଏହି ଭିଡିଓ କେଉଁ ଦିନର ଏବଂ କେଉଁ ଜାଗାର ତାହାର ସଠିକ୍‌ ସୂଚନା ନାହିଁ। କିନ୍ତୁ ଭିଡିଓ ଦେଖିବା ପରେ ହେଲ୍‌ମେଟ୍‌ ପିନ୍ଧିବା କେତେ ଜରୁରୀ ତାହା ଆପଣ ହୃଦୟଙ୍ଗମ କରି ପାରିବେ।  ।

https://twitter.com/adityatiwaree/status/1142424861085581312

ଏହି ଭିଡିଓକୁ ଆଦିତ୍ୟ ତିୱାରି ନାମକ ବ୍ୟକ୍ତି ନିଜ ଟ୍ୱିଟର୍‌ ପେଜ୍‌ରେ ଶେଆର୍‌ କରିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ‘ଏଇଟା ହେଉଛି ହେଲ୍‌ମେଟ୍‌ ପିନ୍ଧିବାର ଭଲ ଗୁଣ। ୧୦ ସେକେଣ୍ଡ ଭିତରେ ଦୁଇଟି ଦୁର୍ଘଟଣାରୁ ଜୀବନ ବଞ୍ଚିଛି। ଈଶ୍ୱର ନ କରନ୍ତୁ ଆଉ କାହା ସହ ଏପରି ଘଟଣା ଘଟୁ’।

Advertisment

ଏହି ଭିଡିଓକୁ ୬ ହଜାରରୁ ଅଧିକ ଥର ଦେଖାଯିବା ସହ ୫ଶହରୁ ଅଧିକ ଲୋକ ରି-ଟ୍ୱିଟ୍‌ କରିଛନ୍ତି। ଧିରେ ଧିରେ ସୋଶାଲ୍‌ ମିଡିଆରେ ଏହା ଭାଇରାଲ୍‌ ହେବାରେ ଲାଗିଛି।