Advertisment

ସିଙ୍ଗଡାରେ ମିଳିଲାନି ଡିସକାଉଣ୍ଟ, ଦୋକାନୀଠୁ ମାଗିଲେ ୫୦ ଲକ୍ଷ ବଟି

ଗୁରୁଗ୍ରାମ: ସିଙ୍ଗଡ଼ା ଦୋକାନରେ ଖାଇବା ପରେ କୌଣସି ଡିସକାଉଣ୍ଟ ମିଳିଲାନି। ତେଣୁ ଜଣେ ଗ୍ରାହକ ଗ୍ୟାଙ୍ଗଷ୍ଟାରର ଲୋକ କହି ଦୋକାନୀ ପାଖରୁ ୫୦ଲକ୍ଷ ଆଦାୟ କରିବାକୁ ଯୋଜନା କଲା। ହେଲେ ପୁଲିସ କାନରେ ଖବର ପହଞ୍ଚିବା ପରେ ଯୁବକ ଜଣକୁ ଜେଲ୍ ଯିବାକୁ ପଡ଼ିଛି। ଏଭଳି ଘଟଣା ଘଟିଛି ଗୁରୁଗ୍ରାମ ସ୍ଥିତ ଚନ୍ଦୁ ବିହାରରେ। ଅଭିଯୁକ୍ତ ଜଣଙ୍କର ନାମ ସାଗର ବୋଲି ଜଣାପଡ଼ିଛି। ସେ ଚନ୍ଦୁ ବିହାର ପାଖରେ ଥିବା ସଧରଣା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। […]

ଅଦ୍ୟତନ ହୋଇଛି
ସିଙ୍ଗଡାରେ ମିଳିଲାନି ଡିସକାଉଣ୍ଟ, ଦୋକାନୀଠୁ ମାଗିଲେ ୫୦ ଲକ୍ଷ ବଟି

samosa

Advertisment

ଗୁରୁଗ୍ରାମ: ସିଙ୍ଗଡ଼ା ଦୋକାନରେ ଖାଇବା ପରେ କୌଣସି ଡିସକାଉଣ୍ଟ ମିଳିଲାନି। ତେଣୁ ଜଣେ ଗ୍ରାହକ ଗ୍ୟାଙ୍ଗଷ୍ଟାରର ଲୋକ କହି ଦୋକାନୀ ପାଖରୁ ୫୦ଲକ୍ଷ ଆଦାୟ କରିବାକୁ ଯୋଜନା କଲା। ହେଲେ ପୁଲିସ କାନରେ ଖବର ପହଞ୍ଚିବା ପରେ ଯୁବକ ଜଣକୁ ଜେଲ୍ ଯିବାକୁ ପଡ଼ିଛି। ଏଭଳି ଘଟଣା ଘଟିଛି ଗୁରୁଗ୍ରାମ ସ୍ଥିତ ଚନ୍ଦୁ ବିହାରରେ।

Advertisment

ଅଭିଯୁକ୍ତ ଜଣଙ୍କର ନାମ ସାଗର ବୋଲି ଜଣାପଡ଼ିଛି। ସେ ଚନ୍ଦୁ ବିହାର ପାଖରେ ଥିବା ସଧରଣା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ପୁଲିସ ଜେରା କରିବା ପରେ କହିଛି ଯେ ସେ ସିଙ୍ଗଡା ଖାଇବାକୁ ବହୁତ ଭଲ ପାଏ। ହେଲେ ଦୋକାନୀ ଜଣଙ୍କ ଡିସକାଉଣ୍ଟ ନଦେବାରୁ ସେ ଏଭଳି କାମ କରିଥିଲା।

ଗତ ଶନିବାର ସାଗର ସିଙ୍ଗଡା ଦୋକାନୀଙ୍କୁ ଫୋନ୍ କରିଥିଲେ। ଆଉ ସେ ଜେଲ୍ ଯାଇଥିବା ଗ୍ୟାଙ୍ଗଷ୍ଟାର ଅକୁର ଭାଇ ବୋଲି ପରିଚୟ ଦେଇଥିଲେ। ଏହାପରେ ସେ ଦୋକାନୀର ହ୍ୱାଟସଆପ ନମ୍ୱର ମାଗିଥିଲେ। ହେଲେ ଦୋକାନୀ ଜଣଙ୍କ ହ୍ୱାଟସଆପ୍ ନମ୍ୱର ଦେବାକୁ ରାଜି ହୋଇନଥିଲା। ପରେ ସେ ଅନ୍ୟ କାହାଠାରୁ ଦୋକାନୀ ଅନୀଲକୁ ଧମକ ଦେଇ ୫୦ ଲକ୍ଷ  ଟଙ୍କା ଦେବାକୁ ଧମକ ଦେଇଥିଲେ।

Advertisment

ଏହାପରେ ଦୋକାନୀ ଜଣଙ୍କ ରାଜେନ୍ଦ୍ର ନଗର ପୁଲିସ ଷ୍ଟେସନରେ ଏତଲା ଦେଇଥିଲେ। ଆଉ ଧମକ ଦେଇଥିବା ବ୍ୟକ୍ତିର ହ୍ୱାଟସଆପ ନମ୍ୱର ଶେଆର କରିଥିଲେ। ପୁଲିସ ଏହାପରେ ସେହି ନମ୍ୱରକୁ ଟ୍ରାକ କରି ଗୁରୁଗ୍ରାମ ସ୍ଥିତ ସଧରଣା ଗାଁକୁ ଯାଇ ଅଭିଯୁକ୍ତ ସାଗରକୁ ଗିରଫ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe