Advertisment

ସପନାଙ୍କ ‘ଟୁକୁର୍‌ ଟୁକୁର୍‌ ଦେଖତେ ହୋ କ୍ୟା’ ଭିଡ଼ିଓ ଭାଇରାଲ

ମୁମ୍ୱାଇ: ବଲିଉଡ଼ରେ ଡେବ୍ୟୁ କରି ସାରିଥିବା ସପନା ଚୌଧୁରୀ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରହୁ ନାହାନ୍ତି ସୋଶାଲ ମିଡ଼ିଆରେ ନିଜ ଭିନ୍ନ ଭିନ୍ନ ଭିଡ଼ିଓ ଛାଡ଼ି ସେ ବେଶ୍‌ ଚର୍ଚ୍ଚା ସାଉଣ୍ଟୁଛନ୍ତି। ଏବେ ତାଙ୍କର ୨ଟି ଭିଡ଼ିଓ ସୋଶାଲ ମିଡ଼ିଆରେ ବେଶ୍‌ ଭାଇରାଲ ହେଉଛି। ଯୁବପିଢି ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। https://www.instagram.com/p/Bu3DhOVAgju/?utm_source=ig_embed ସପନା ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ୨ଟି ଭିଡ଼ିଓ ଅପ୍‌ଲୋଡ଼ କରିଥିବା ବେଳେ ଏହାକୁ ଖୁବ୍‌ ପ୍ରଶଂସା ମଧ୍ୟ ମିଳୁଛି। […]

ଅଦ୍ୟତନ ହୋଇଛି
ସପନାଙ୍କ ‘ଟୁକୁର୍‌ ଟୁକୁର୍‌ ଦେଖତେ ହୋ କ୍ୟା’ ଭିଡ଼ିଓ ଭାଇରାଲ

sapna.-1-...

Advertisment

ମୁମ୍ୱାଇ: ବଲିଉଡ଼ରେ ଡେବ୍ୟୁ କରି ସାରିଥିବା ସପନା ଚୌଧୁରୀ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରହୁ ନାହାନ୍ତି ସୋଶାଲ ମିଡ଼ିଆରେ ନିଜ ଭିନ୍ନ ଭିନ୍ନ ଭିଡ଼ିଓ ଛାଡ଼ି ସେ ବେଶ୍‌ ଚର୍ଚ୍ଚା ସାଉଣ୍ଟୁଛନ୍ତି। ଏବେ ତାଙ୍କର ୨ଟି ଭିଡ଼ିଓ ସୋଶାଲ ମିଡ଼ିଆରେ ବେଶ୍‌ ଭାଇରାଲ ହେଉଛି। ଯୁବପିଢି ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି।

Advertisment

https://www.instagram.com/p/Bu3DhOVAgju/?utm_source=ig_embed

ସପନା ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ୨ଟି ଭିଡ଼ିଓ ଅପ୍‌ଲୋଡ଼ କରିଥିବା ବେଳେ ଏହାକୁ ଖୁବ୍‌ ପ୍ରଶଂସା ମଧ୍ୟ ମିଳୁଛି। ଗୋଟିଏ ଭିଡ଼ିଓରେ ସେ ଏକ ପଞ୍ଜାବୀ ଗୀତରେ ବେଶ୍‌ ଠୁମକା ଲଗାଉଛନ୍ତି। ଅନ୍ୟ ଏକ ଭିଡ଼ିଓରେ ସେ ‘ଟୁକୁର୍‌ ଟୁକୁର୍‌ ଦେଖତେ ହୋ କ୍ୟା’ ଗୀତରେ ଦେଇଥିବା ଚାହାଣୀକୁ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି। ସପନାଙ୍କ ଫ୍ୟାନ୍‌ମାନେ ଏହାକୁ ଖୁବ୍‌ ଲାଇକ୍‌ କରୁଛନ୍ତି।

ହରିୟାନାର ଝିଅ ସପନା ପୂର୍ବରୁ ପଞ୍ଜାବୀ, ହରିୟାନା, ଭୋଜପୁରୀ ଫିଲ୍ମ କାମ କରି ନିଜ ଆସ୍ଥାନ ଜମାଇ ସାରିଲେଣି। ସେ ଜଣେ ଭଲ ସିଙ୍ଗର ଓ ଡ୍ୟାନ୍ସର ମଧ୍ୟ। ବଲିଉଡ଼ରେ ମଧ୍ୟ ସେ ‘ଦୋସ୍ତି କେ ସାଇଡ଼ ଇଫେକ୍ଟସ୍‌’  ଜରିଆରେ ଏଣ୍ଟ୍ରି ମାରି ନିଜ ଭାଗ୍ୟ ପରୀକ୍ଷା କରି ସାରିଛନ୍ତି। କିନ୍ତୁ ‘ବିଗ୍‌ ବସ୍‌’ ରେ ଏଣ୍ଟ୍ରି କରିବା ପରେ ସପନାଙ୍କ ଲୋକପ୍ରିୟତା ଖୁବ୍‌ ବଢି ଯାଇଛି।

Advertisment

https://www.instagram.com/p/Bu38d4dALrn/?utm_source=ig_embed

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe