ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ପ୍ରସ୍ତୁତ କଲେ ମୋଦିଙ୍କ ପ୍ରିୟ ଖେଚୁଡ଼ି

ନୂଆଦିଲ୍ଲୀ: ନିକଟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନୂଆ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆଉ ଏଥିରେ ଖୁସି ହୋଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ନିଜ ହାତରେ ପ୍ରସ୍ତୁତ କରିଛନ୍ତି ଖେଚୁଡ଼ି, ଯାହା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଖୁବ୍ ପ୍ରିୟ। ଆଉ ଏହାର ଫଟୋକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛି। ତାଙ୍କର ଏହି ପୋଷ୍ଟ ଏବେ ଭାଇରାଲ୍ ହେଉଛି। ତେବେ କେବଳ ଖେଚୁଡ଼ି ନୁହେଁ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଗୁଜରାଟର କିଛି ତରକାରୀ […]

KhECHUDI

Jitendra Garnayak
  • Published: Sunday, 10 April 2022
  • , Updated: 10 April 2022, 01:05 PM IST

ନୂଆଦିଲ୍ଲୀ: ନିକଟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନୂଆ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆଉ ଏଥିରେ ଖୁସି ହୋଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ନିଜ ହାତରେ ପ୍ରସ୍ତୁତ କରିଛନ୍ତି ଖେଚୁଡ଼ି, ଯାହା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଖୁବ୍ ପ୍ରିୟ। ଆଉ ଏହାର ଫଟୋକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛି। ତାଙ୍କର ଏହି ପୋଷ୍ଟ ଏବେ ଭାଇରାଲ୍ ହେଉଛି।

ତେବେ କେବଳ ଖେଚୁଡ଼ି ନୁହେଁ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଗୁଜରାଟର କିଛି ତରକାରୀ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସେ ଯେଉଁ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି, ସେଥିରୁ ଗୋଟିଏରେ ଗ୍ୟାସ୍ ଷ୍ଟୋଭ୍‌ରେ ଗୋଟିଏ ପ୍ୟାନ୍‌ରେ ଖେଚୁଡ଼ି ରହିଛି। ସେହିପରି ଆଉ କିଛି ପ୍ୟାନ୍‌ ମଧ୍ୟ ରହିଛି। ତେବେ ସେଥିରେ କ’ଣ ସବୁ ରହିଛି ଦେଖାଯାଉ ନାହିଁ। କାରଣ ସେଗୁଡ଼ିକୁ ଘୋଡ଼ାଇ ଦିଆଯାଇଛି। ସେହିପରି ଅନ୍ୟ ଏକ ଫଟୋରେ ଡାଇନିଂ ଟେବୁଲରେ ଦୁଇଟି ପାତ୍ର ଦେଖିବାକୁ ମିଳୁଛି। ସେଥିରୁ ଗୋଟିଏ ପାତ୍ରରେ ଖେଚୁଡ଼ି ଥିବା ବେଳେ ଅନ୍ୟଟିଏ ତରକାରୀ ରହିଛି।

ଏହି ଫଟୋ ଗୁଡ଼ିକୁ ପୋଷ୍ଟ କରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଭାରତ ସହିତ ତାଙ୍କ ଦେଶର ନୂଆ ବାଣିଜ୍ୟ ରାଜିନାମାକୁ ପାଳନ କରିବାକୁ ଆଜି ରାତିରେ ସେ ତାଙ୍କ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟର କିଛି ତରକାରୀ ପ୍ରସ୍ତୁତ କରିଛନ୍ତି। ତା’ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରିୟ ଖେଚୁଡ଼ି ବି ପ୍ରସ୍ତୁତ କରିଛନ୍ତି। ଆଉ ଏସବୁ ଖାଦ୍ୟ ତାଙ୍କ ପତ୍ନୀ, ଦୁଇ ଝିଅ ଓ ମା’ଙ୍କୁ ପସନ୍ଦ ଆସିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ହୋଇଥିବା ନୂଆ ଅର୍ଥନୈତିକ ସହଯୋଗ ଓ ବାଣିଜ୍ୟ ଚୁକ୍ତିରେ ଅଷ୍ଟ୍ରେଲିଆ ୯୫% ଭାରତୀୟ ସାମଗ୍ରୀ ଯଥା ବସ୍ତ୍ର, ଆସବାବତ୍ର, ଅଳଙ୍କାର ଓ ଯନ୍ତ୍ରପାତି ଆଦିକୁ ଡ୍ୟୁଟିମୁକ୍ତ କରିଛି। ସେହିପରି ଏହି ରାଜିନାମା ଯୋଗୁ ଦୁଇ ଦେଶ ମଧ୍ୟରେ ବିଦ୍ୟାର୍ଥୀ, ବୃତ୍ତିଧାରୀ ଓ ପର୍ଯ୍ୟଟକ ଆଦାନପ୍ରଦାନ ପ୍ରକ୍ରିୟା ମଧ୍ୟ ସହଜ ହେବ।

 

View this post on Instagram

 

A post shared by Scott Morrison (@scottmorrisonmp)

Related story