ଆକାଶ ମାର୍ଗରୁ ସୁଟିଂ ହେଲା ହଜାରେ ପିଲା କୁମ୍ଫୁ କରୁଥିବା ଭିଡିଓ

ମୁମ୍ବାଇ: ଫିଲ୍ମ ପରଦାରେ କୁମ୍ଫୁ ବା କରାଟେ ଅଧିକ ଲୋକପ୍ରିୟ ହେବାର ଆପଣ ଜାଣିଥିବେ। ଆଜିକା ଦୁନିଆରେ କୁମ୍ଫୁ ବା କରେଟେକୁ ନେଇ ଲୋକଙ୍କ ମଧ୍ୟରେ ଏକ ଅଲଗା ପ୍ରକାର ପାଗଳାମୀ ଦେଖିବାକୁ ମିଳୁଛି। ଆପଣ ଜାଣିଥିବେ ଯେ ଚୀନ୍‌ରେ ,ଏହା ସବୁଠାରୁ ଅଧିକ ଲୋକପ୍ରିୟ। ‘ବିବିସି ଆର୍ଥ’ BBC Earth ଏହାକୁ ନେଇ ଏକ ଭିଡ଼ିଓ ସେୟାର୍ କରିଛନ୍ତି। ଭିଡ଼ିଓରେ ଚୀନ୍ର ଏକ କୁମ୍ଫୁ ସ୍କୁଲ୍‌ରେ ପିଲାମାନେ କିପରି ଏକାଠି ହୋଇ ପ୍ରସ୍ତୁତି କରୁଛନ୍ତି, ତାର […]

22

22

Niharika Rout
  • Published: Tuesday, 14 May 2019
  • Updated: 14 May 2019, 01:22 PM IST

Sports

Latest News

ମୁମ୍ବାଇ: ଫିଲ୍ମ ପରଦାରେ କୁମ୍ଫୁ ବା କରାଟେ ଅଧିକ ଲୋକପ୍ରିୟ ହେବାର ଆପଣ ଜାଣିଥିବେ। ଆଜିକା ଦୁନିଆରେ କୁମ୍ଫୁ ବା କରେଟେକୁ ନେଇ ଲୋକଙ୍କ ମଧ୍ୟରେ ଏକ ଅଲଗା ପ୍ରକାର ପାଗଳାମୀ ଦେଖିବାକୁ ମିଳୁଛି। ଆପଣ ଜାଣିଥିବେ ଯେ ଚୀନ୍‌ରେ ,ଏହା ସବୁଠାରୁ ଅଧିକ ଲୋକପ୍ରିୟ।

‘ବିବିସି ଆର୍ଥ’ BBC Earth ଏହାକୁ ନେଇ ଏକ ଭିଡ଼ିଓ ସେୟାର୍ କରିଛନ୍ତି। ଭିଡ଼ିଓରେ ଚୀନ୍ର ଏକ କୁମ୍ଫୁ ସ୍କୁଲ୍‌ରେ ପିଲାମାନେ କିପରି ଏକାଠି ହୋଇ ପ୍ରସ୍ତୁତି କରୁଛନ୍ତି, ତାର ଭିଡିଓ ଶେଆର୍ କରିଛନ୍ତି। ଏହି ଭିଡିଓ ଆକାଶମାର୍ଗରୁ ସୁଟିଂ କରାଯାଇଛି। ଏହି ଭିଡିଓ ଆପଣ ଦେଖିଲା ପରେ କୌଣସି ଫିଲ୍ମରୁ କମ୍ ବୋଲି ଭାବିବେ ନାହିଁ।

ହଜାର ହଜାର୍ ପିଲା ସଠିକ୍ ତାଳମେଳ ରଖି ଏହା କରୁଥିବା ଦେଖାଯାଉଛନ୍ତି। ୧ ମିନିଟ୍ର ଏହି ଭିଡିଓ ଆପଣ ଦେଖିଲା ପରେ ଲୋମ ଟାଙ୍କୁରି ଉଠିବ ନିଶ୍ଚୟ। ଭିଡିଓରେ ପିଲାମାନେ କେତେବେଳେ ଗୋଲାକର ତ କେତେବେଳେ ଲମ୍ବାକୃତି ଆଉ କେତେବେଳେ ଏକାଠି ହେଉଯାଉଛନ୍ତି ତ କେତେବେଳେ ଚାରିଆଡ଼େ ଖେଳାଇ ହୋଇ କୁମ୍ଫୁ କରୁଥିବା ଦେଖାଯାଉଛନ୍ତି।

ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ ନାହିଁ ଯେ, ପିଲାମାନେ ଏହିପରି କରୁଛନ୍ତି। ଯେପରି ରିମୋଟ୍ ଚିପିଲେ ଏହି ସବୁ ହେବାପରି ଆପଣଙ୍କୁ ଲାଗିବ। ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ୍ ହେବାରେ ଲାଗୁଛି।

ଦେଖନ୍ତୁ ଭିଡିଓ..

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos