Advertisment

ଚୁଲିକି ଗଲା ଟ୍ରାଫିକ ନିୟମ, ଗୋଟିଏ ସ୍କୁଟିରେ ୬ ଜଣ

ମୁମ୍ବାଇ: ଚୁଲିକି ଗଲା ଟ୍ରାଫିକ ନିୟମ । ୨ କି ୩ ନୁହେଁ, ଗୋଟିଏ ସ୍କୁଟିରେ ବସି ରାସ୍ତାରେ ବେଧଡ଼କ ବୁଲିଲେ ୬ ଯୁବକ । କେବଳ ସେତିକି ନୁହେଁ, ଗାଡ଼ି ଚାଲୁଥିବା ଅବସ୍ଥାରେ ଜଣେ ଯୁବକ ଅନ୍ୟ ଜଣକ କାନ୍ଧରେ ବସି ଫିଲ୍ମ ଷ୍ଟାଇଲ୍‌ର ଷ୍ଟଣ୍ଟ ଦେଖାଇଲେ। ଘଟଣାଟି ମୁମ୍ବାଇରେ ଘଟିଥିବା ବେଳେ ପୁଲିସ୍‌ ଏବେ ଉକ୍ତ ଯୁବକମାନଙ୍କୁ ଖୋଜୁଛି। ସାଧାରଣତଃ ଗୋଟିଏ ୨ ଚକିଆ ଯାନରେ ୨ ଜଣଙ୍କୁ ବସିବାକୁ ଅନୁମତି ମିଳୁଥିବା ବେଳେ […]

ଅଦ୍ୟତନ ହୋଇଛି
ଚୁଲିକି ଗଲା ଟ୍ରାଫିକ ନିୟମ, ଗୋଟିଏ ସ୍କୁଟିରେ ୬ ଜଣ

trafic

Advertisment

ମୁମ୍ବାଇ: ଚୁଲିକି ଗଲା ଟ୍ରାଫିକ ନିୟମ । ୨ କି ୩ ନୁହେଁ, ଗୋଟିଏ ସ୍କୁଟିରେ ବସି ରାସ୍ତାରେ ବେଧଡ଼କ ବୁଲିଲେ ୬ ଯୁବକ । କେବଳ ସେତିକି ନୁହେଁ, ଗାଡ଼ି ଚାଲୁଥିବା ଅବସ୍ଥାରେ ଜଣେ ଯୁବକ ଅନ୍ୟ ଜଣକ କାନ୍ଧରେ ବସି ଫିଲ୍ମ ଷ୍ଟାଇଲ୍‌ର ଷ୍ଟଣ୍ଟ ଦେଖାଇଲେ। ଘଟଣାଟି ମୁମ୍ବାଇରେ ଘଟିଥିବା ବେଳେ ପୁଲିସ୍‌ ଏବେ ଉକ୍ତ ଯୁବକମାନଙ୍କୁ ଖୋଜୁଛି।

Advertisment

ସାଧାରଣତଃ ଗୋଟିଏ ୨ ଚକିଆ ଯାନରେ ୨ ଜଣଙ୍କୁ ବସିବାକୁ ଅନୁମତି ମିଳୁଥିବା ବେଳେ ଉଭୟଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଟ୍ରାଫିକ ନିୟମ ଉଲ୍ଲଘଂନ କରି ଧରା ପଡ଼ିଲେ ଗଣିବାକୁ ପଡ଼ୁଛି ମୋଟା ଅଙ୍କର ଜରିମାନା। ହେଲେ ମୁମ୍ବାଇ ପରି ମେଟ୍ରୋ ସିଟିରେ ଏହି ଯୁବକମାନେ ଟ୍ରାଫିକ ନିୟମକୁ ପାଦରେ ଦଳି ଚକଟି ଦେଇଥିବା ବେଳେ କିପରି ଟ୍ରାଫିକ ପୁଲିସ୍‌ ଜାଣିପାରିଲାନି ତାହା ସମସ୍ତଙ୍କୁ ଆଷ୍ଚର୍ଯ୍ୟ କରୁଛି। ଏବେ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହାକୁ ଟ୍ୱିଟରରେ ଶେଆର କରିଥିବା ରମନଦୀପ ସିଂ ହୋରା ନାମକ ବ୍ୟକ୍ତିଜଣକ ମୁମ୍ବାଇ ପୁଲିସ୍‌କୁ ବି ଏହି ଭିଡିଓ ଟ୍ୟାଗ କରିଛନ୍ତି । ଆଗକୁ କାର୍ଯ୍ୟାନୁଷ୍ଠାନ ନେବାକୁ ଉକ୍ତ ଲୋକେସନର ଡିଟେଲ ଦେବାକୁ ମୁମ୍ବାଇ ପୁଲିସ୍‌ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅନୁରୋଧ କରିଛନ୍ତି। ଏହା ଅନ୍ଧେରୀ ୱେଷ୍ଟ ଅଞ୍ଚଳର ହୋଇଥିବା ରମନଦୀପ ପୁଲିସ୍‌କୁ ସୂଚନା ଦେଇଛନ୍ତି। ଏହାପରେ ମୁମ୍ବାଇ ପୁଲିସ୍‌ ସ୍ଥାନୀୟ ପୁଲିସ୍‌ ସହ ଯୋଗାଯୋଗ କରି ଉକ୍ତ  ସ୍କୁଟି ଓ ସେଥିରେ ବସିଥିବା ୬ ଯୁବକଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଇଛି ।

Advertisment

ଏହି ଭିଡିଓକୁ ୬୦ ହଜାରରୁ ଅଧିକ ଥର ଦେଖା ଯାଇ ସାରିଲାଣି। ଏହାକୁ ନେଇ ଲୋକେ ଖୁବ୍‌ କମେଣ୍ଟ କରୁଛନ୍ତି। ଏହା ଫିଲ୍ମ ସିନ୍‌ ପରି ଲାଗୁଥିବା ଜଣେ ୟୁଜର କହିଥିବା ବେଳେ ଆଉ ଜଣେ ଏହା ପେଟ୍ରୋଲର ବଢ଼ୁଥିବା ଦାମର ପ୍ରଭାବ ବୋଲି କହିଛନ୍ତି। ଅଧିକାଂଶ ଏହି ଷ୍ଟଣ୍ଡ ସିନ୍‌କୁ ଘାତକ ଓ ବେଆଇନ ବୋଲି କହିବା ସହ ଏପରି ଯୁବକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe