ପାରମ୍ପରିକ ନାଗାଲାଣ୍ଡ ବ୍ୟଞ୍ଜନ ପ୍ରସ୍ତୁତିକୁ ଶେୟାର କଲେ ସ୍ମୃତି ଇରାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବିଧତା ମଧ୍ୟରେ ଏକତା ହେଉଛି ଭାରତ ବିଶେଷତ୍ୱ। ଆମ ଦେଶରେ ଭାଷା, ସଂସ୍କୃତି, ବେଶଭୂଷା, ଜାତି, ଧର୍ମ, ପର୍ବପର୍ବାଣୀ ତଥା ଖାଦ୍ୟପେୟରେ ମଧ୍ୟ ବିବିଧତା ଦେଖିବାକୁ ମିଳିଥାଏ। ପ୍ରତ୍ୟେକ ରାଜ୍ୟର ନିଜ ନିଜର ସାଂସ୍କୃତିକ ସ୍ୱତନ୍ତ୍ରତା ରହିଛି। ଏହି ବିବିଧତା ଆଉ ସ୍ୱତନ୍ତ୍ରତା ଭାରତୀୟଙ୍କ ରୋଷେଇ ଘରେ ମଧ୍ୟ ଦେଖିବାକୁ ମିଳିଥାଏ। ଭାରତୀୟ ଖାଦ୍ୟ ପ୍ରଣାଳୀରେ ଅନେକ ରତ୍ନ ରହିଛି, ଯାହା ଅନ୍ୱେଷଣ କରାଯାଇ ବର୍ତ୍ତମାନ ସାମ୍ନାକୁ ଆସୁଛି। ଭାରତୀୟମାନେ ସବୁବେଳେ ନୂତନ ଓ […]

smriti irani

Pragnya Choudhury
  • Published: Wednesday, 23 September 2020
  • , Updated: 23 September 2020, 07:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବିଧତା ମଧ୍ୟରେ ଏକତା ହେଉଛି ଭାରତ ବିଶେଷତ୍ୱ। ଆମ ଦେଶରେ ଭାଷା, ସଂସ୍କୃତି, ବେଶଭୂଷା, ଜାତି, ଧର୍ମ, ପର୍ବପର୍ବାଣୀ ତଥା ଖାଦ୍ୟପେୟରେ ମଧ୍ୟ ବିବିଧତା ଦେଖିବାକୁ ମିଳିଥାଏ। ପ୍ରତ୍ୟେକ ରାଜ୍ୟର ନିଜ ନିଜର ସାଂସ୍କୃତିକ ସ୍ୱତନ୍ତ୍ରତା ରହିଛି। ଏହି ବିବିଧତା ଆଉ ସ୍ୱତନ୍ତ୍ରତା ଭାରତୀୟଙ୍କ ରୋଷେଇ ଘରେ ମଧ୍ୟ ଦେଖିବାକୁ ମିଳିଥାଏ। ଭାରତୀୟ ଖାଦ୍ୟ ପ୍ରଣାଳୀରେ ଅନେକ ରତ୍ନ ରହିଛି, ଯାହା ଅନ୍ୱେଷଣ କରାଯାଇ ବର୍ତ୍ତମାନ ସାମ୍ନାକୁ ଆସୁଛି। ଭାରତୀୟମାନେ ସବୁବେଳେ ନୂତନ ଓ ଅଭିନବ ଖାଦ୍ୟ ପ୍ରତି ଇଚ୍ଛୁକ ରହିଥାନ୍ତି। ଏହି କାରଣରୁ ଆଜିକାଲି ଆଞ୍ଚଳିକ ଖାଦ୍ୟ ବିପୁଳ ଲୋକପ୍ରିୟତା ହାସଲ କରୁଛି।

ଏହି କ୍ରମରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଜଣେ ୧୩ ବର୍ଷୀୟା ସୈଫଙ୍କ ଦ୍ୱାରା ପ୍ରସ୍ତୁତ ଏକ ମନୋରମ ଆଞ୍ଚଳିକ ଖାଦ୍ୟ ପ୍ରଣାଳୀ ଶେୟାର କରିଛନ୍ତି, ଯାହା ସୋଶାଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି।

ନିଜ ଟ୍ୱିଟରେ ସ୍ମୃତି ଇରାନୀ ନାଗାଲାଣ୍ଡର ୧୩ ବର୍ଷୀୟା ସୈଫ୍ ଐଆନ୍ ଇମଚାନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ମାତ୍ର ୧୩ ବର୍ଷ ବୟସରେ ସେ ସ୍ୱାଦିଷ୍ଟ ନାଗା ୟାମ୍ ଷ୍ଟିଉ ପୁନଃପ୍ରସ୍ତୁତି କରିବାକୁ ଲକ୍ଷ୍ୟ ରଖିଥିଲେ। ତେବେ ଏହି ସୁସ୍ୱାଦୁ ବ୍ୟଞ୍ଜନଟି ହେଉଛି ତାଙ୍କ ଜେଜେମାଆଙ୍କ ପ୍ରସ୍ତୁତି। ସୋରିଷ ସାଗ, ଟମାଟୋ, ଲଙ୍କା, ଅଦା ଏବଂ ଖମ୍ବ ଆଳୁରେ ପ୍ରସ୍ତୁତ ଏକ ସ୍ପାଦିଷ୍ଟ ବ୍ୟଞ୍ଜନଟି ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବେଶ୍ ହିତକର।

ସ୍ମୃତି ଇରାନୀଙ୍କ ଶେୟାର କରିଥିବା ଭିଡିଓରେ ନାଗାଲାଣ୍ଡର ଏହି କୁନି ସୈଫ୍ ଜଣକ ବ୍ୟଞ୍ଜନର ସମ୍ପୂର୍ଣ୍ଣ ପ୍ରସ୍ତୁତି ପ୍ରଣାଳୀ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳିଛି। ସୋରିଷ ଶାଗ, ଅଦାକୁ ନାଗାଲାଣ୍ଡ ପାରମ୍ପରିକ ଖାଦ୍ୟ ପ୍ରଣାଳୀରେ କିପରି ବ୍ୟବହାର କରାଯାଏ ଇମଚାନ୍ ଭିଡିଓରେ କହୁଛନ୍ତି। ସେ ଖୁଲାସା କରି କହିଛନ୍ତି ଯେ, ଏହି ସୁସ୍ୱାଦୁ ଖାଦ୍ୟ ତାଙ୍କ ଜେଜେମାଆଙ୍କ ରେସିପି। ଏହାର ପ୍ରସ୍ତୁତି ପ୍ରଣାଳୀ ଅତି ସହଜ ହୋଇଥିବା ବେଳେ ସେ ଏହାକୁ ଷ୍ଟିମ୍ ରାଇସ୍ ସହ ଖାଇବାକୁ ପରାମର୍ଶ ଦେଇଛନ୍ତି।

ଏହି ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି ଅତି ହିତକର। ଏଥିରେ ମାଟି ଆଳୁ ବା ଖମ୍ୱ ଆଳୁ ବ୍ୟବହାର ହୋଇଛି, ଯେଉଁଥିରେ ପ୍ରଚୁର ପୋଟାସିୟମ୍ ଏବଂ ଡାଏଟାରି ଫାଇବର ରହିଛି। ସରକାରଙ୍କ ପୋଷଣ ଅଭିଯାନରେ ସାମିଲ ହୋଇ ନିଜର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତିକୁ ଶେୟାର କରିବାକୁ ଇମଚାନ୍ ଲୋକଙ୍କୁ କହିଛନ୍ତି।

Related story