Advertisment

ସାପ ସହ ଖେଳ ପଡ଼ିଲା ମହଙ୍ଗା, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ଗୋଟିଏ ଲୋମଟାଙ୍କୁରା ଭିଡିଓ ଭାଇରାଲ୍‌ ହେଉଛି। ଭିଡିଓଟିକୁ ଦେଖିଲେ ଯେ କେହି ବି ଭୟ କରିବେ। ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଜଣେ ଯୁବକ କ୍ୟାମେରା ସାମ୍ନାରେ ସାପ ସହିତ ଖେଳୁଛନ୍ତି। ତେବେ ଖେଳୁ ଖେଳୁ ସାପଟି ତାଙ୍କୁ କାମୁଡ଼ି ଧରିଥିବା ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଥମେ ଯୁବକ ଜଣଙ୍କ ସାପଟିକୁ ଉସକାଇବା ପାଇଁ ଚେଷ୍ଟା କରୁଛନ୍ତି। ବାରମ୍ୱାର ଏପରି କରିବା ଦ୍ୱାରା ସାପଟି ଫଣା ଟେକି ତାଙ୍କୁ […]

ଅଦ୍ୟତନ ହୋଇଛି
ସାପ ସହ ଖେଳ ପଡ଼ିଲା ମହଙ୍ଗା, ଭିଡିଓ ଭାଇରାଲ୍‌

SSS

Advertisment

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ଗୋଟିଏ ଲୋମଟାଙ୍କୁରା ଭିଡିଓ ଭାଇରାଲ୍‌ ହେଉଛି। ଭିଡିଓଟିକୁ ଦେଖିଲେ ଯେ କେହି ବି ଭୟ କରିବେ।

Advertisment

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଜଣେ ଯୁବକ କ୍ୟାମେରା ସାମ୍ନାରେ ସାପ ସହିତ ଖେଳୁଛନ୍ତି। ତେବେ ଖେଳୁ ଖେଳୁ ସାପଟି ତାଙ୍କୁ କାମୁଡ଼ି ଧରିଥିବା ଦେଖିବାକୁ ମିଳିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଥମେ ଯୁବକ ଜଣଙ୍କ ସାପଟିକୁ ଉସକାଇବା ପାଇଁ ଚେଷ୍ଟା କରୁଛନ୍ତି। ବାରମ୍ୱାର ଏପରି କରିବା ଦ୍ୱାରା ସାପଟି ଫଣା ଟେକି ତାଙ୍କୁ କାମୁଡ଼ିବା ପାଇଁ ବି ଚେଷ୍ଟା କରିଛି। ଆଉ ଶେଷରେ ମଉକା ଦେଖି ତାଙ୍କ ମୁଣ୍ଡକୁ କାମୁଡ଼ି ଧରିଛି। ଯୁବକଙ୍କ ଜଣଙ୍କ ସାପଟିକୁ ଟାଣି ବାହାର କରିବାରେ ମଧ୍ୟ ଅସଫଳ ହୋଇଛନ୍ତି।

Advertisment

ଭିଡିଓଟିକୁ Reptile Hunter ଫେସ୍‌ବୁକ୍‌ ପେଜ୍‌ରେ ଶେଆର୍‌ କରାଯାଇଛି। ଫେସ୍‌ବୁକରେ ଏହି ଭିଡିଓଟିକୁ ଖୁବ୍‌ ଶେଆର୍‌ କରାଯାଉଛି।

ଗତ ୧୯ ତାରିଖରେ ଭିଡିଓଟିକୁ ଶେଆର୍‌ କରାଯାଇଥିଲା। ଏପର୍ଯ୍ୟନ୍ତ ଏହାକୁ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏପରିକି ଭିଡିଓଟିକୁ ୩ ହଜାର ପ୍ରତିକ୍ରିୟା ମିଳିଥିବା ବେଳେ ୪ ହଜାରରୁ ଅଧିକ ଶେଆର୍‌ କରାଯାଇଛି।

ଜଣେ ୟୁଜର୍‌ ଲେଖିଛନ୍ତି, ‘ସାପକୁ ହଇରାଣ କଲେ ସେ ପ୍ରତିଶୋଧ ନେବ। ଏହି ବ୍ୟକ୍ତିଙ୍କ ସହିତ ଯାହା ହୋଇଛି ଭଲ ହୋଇଛି।’ ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଆପଣଙ୍କ ସହିତ ଭଲ ହୋଇଛି। ଆଶା କରୁଛି, ଯନ୍ତ୍ରଣା ମଧ୍ୟ ହୋଇଥିବ।’

ସମ୍ୱନ୍ଧୀୟ ସମସ୍ୟା ଥିବା ବ୍ୟକ୍ତି ଏହି ଭିଡିଓକୁ ଦେଖନ୍ତୁ ନାହିଁ। )

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe