spider
ବେଇଜିଂ: ସୋଶାଲ୍ ମିଡିଆରେ ଏକ ବୁଢ଼ିଆଣୀର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓଟିକୁ ଦେଖିବା ପରେ ଲୋକେ ଡରି ଯାଉଛନ୍ତି। ଏହାର କାରଣ ବୁଢ଼ିଆଣୀଟିର ମୁହଁ ଦେଖିବାକୁ ଅବିକଳ ମଣିଷ ମୁହଁ ପରି। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଭିଡିଓଟିକୁ ଦେଖିଲେ ଆପଣ ବି ଡରିଯାଇପାରନ୍ତି!
ଏହି ବୁଢ଼ିଆଣୀଟିକୁ ଚୀନରେ ଦେଖିବାକୁ ମିଳିଛି। ଚୀନର ‘ପିପୁଲ୍ସ ଡେଲି’ ଏହି ଭିଡିଓଟିକୁ ଶେଆର କରିଛି। ଏହାର ଆଖି ଓ ମୁହଁ ଦେଖିବାକୁ ମଣିଷ ପରି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
ଭିଡିଓଟିକୁ ଶେଆର କରି ‘ପିପୁଲ୍ସ ଡେଲି’ କ୍ୟାପସନ୍ରେ ଲେଖିଛି- ସ୍ପାଇଡର୍ମ୍ୟାନ୍ ମିଳି ସାରିଛି। ଚୀନ୍ର ହୁନାନ୍ ଅଞ୍ଚଳରେ ଏହା ଦେଖିବାକୁ ମିଳିଛି। ଚୀନର ସୋଶାଲ ମିଡିଆରେ ଏହା ଭାଇରାଲ୍ ହେଉଛି। କ’ଣ ଆପଣ ଏହି ପ୍ରଜାତିର ବୁଢ଼ିଆଣୀକୁ ଜାଣିଛନ୍ତି ? ଭିଡିଓରେ ଆପଣ ଏହି ସବୁଜ ରଙ୍ଗର ବୁଢ଼ିଆଣୀଟିକୁ ଦେଖନ୍ତୁ, ଯାହାର ଚେହେରା ଠିକ୍ ମଣିଷ ପରି।
‘ଚାଇନା ଡେଲି’ର ତଥ୍ୟ ଅନୁସାରେ, ହୁନାନ ସହରର ଏକ ଗଛରେ ଏକ୍ ଲି ନାମକ ଜଣେ ମହିଳା ଏହି ବୁଢ଼ିଆଣୀକୁ ପ୍ରଥମେ ଦେଖିଥିଲେ।
ଟ୍ୱିଟରରେ ୟୁଜର୍ସ ଏହି ବୁଢ଼ିଆଣୀକୁ ଭେନମ୍ ବା ବିଷ ବୋଲି କହୁଛନ୍ତି ଏବଂ ଅନେକ ଏହାକୁ ଦେଖି ଭୟ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/07/spider.jpg)