Advertisment

ଅଜୟ ଦେବଗନ୍‌ଙ୍କ ଷ୍ଟାଇଲ୍‌ରେ ଷ୍ଟଣ୍ଟ୍ କରି ଦଣ୍ଡିତ ହେଲେ ପୁଲିସ୍ ଅଫିସର୍‌

ଭୋପାଳ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କ ଭଳି ଷ୍ଟଣ୍ଟ୍ କରି ଫସି ଯାଇଛନ୍ତି ଜଣେ ପୁଲିସ୍ ସବ୍‌-ଇନ୍ସପେକ୍ଟର। ଏଥିପାଇଁ ତାଙ୍କୁ ଯେଉଁ ଫାଣ୍ଡିର ଦାୟିତ୍ୱରେ ରଖାଯାଇଥିଲା ସେଠାରୁ ହଟାଇ ଦିଆଯାଇଛି। ଏହା ସହିତ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ତାଙ୍କ ଉପରେ ୫୦୦୦ ଟଙ୍କା ଜୋରିମାନା କରାଯାଇଛି। ଏହି ପୁଲିସ୍ ଅଧିକାରୀଙ୍କ ନାଁ ମନୋଜ ଯାଦବ। ସେ ମଧ୍ୟ ପ୍ରଦେଶର ଦାମୋହ ଜିଲ୍ଲାରେ କାର୍ଯ୍ୟ କରନ୍ତି। ସେ ଅଜୟ ଦେବଗନଙ୍କ ଫିଲ୍ମ ‘ସିଙ୍ଘମ୍‌’ର ଏକ ଗୀତର ମ୍ୟୁଜିକ୍‌ରେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଅଜୟ ଦେବଗନ୍‌ଙ୍କ ଷ୍ଟାଇଲ୍‌ରେ ଷ୍ଟଣ୍ଟ୍ କରି ଦଣ୍ଡିତ ହେଲେ ପୁଲିସ୍ ଅଫିସର୍‌

ajay

ଭୋପାଳ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କ ଭଳି ଷ୍ଟଣ୍ଟ୍ କରି ଫସି ଯାଇଛନ୍ତି ଜଣେ ପୁଲିସ୍ ସବ୍‌-ଇନ୍ସପେକ୍ଟର। ଏଥିପାଇଁ ତାଙ୍କୁ ଯେଉଁ ଫାଣ୍ଡିର ଦାୟିତ୍ୱରେ ରଖାଯାଇଥିଲା ସେଠାରୁ ହଟାଇ ଦିଆଯାଇଛି। ଏହା ସହିତ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ତାଙ୍କ ଉପରେ ୫୦୦୦ ଟଙ୍କା ଜୋରିମାନା କରାଯାଇଛି।

Advertisment

ଏହି ପୁଲିସ୍ ଅଧିକାରୀଙ୍କ ନାଁ ମନୋଜ ଯାଦବ। ସେ ମଧ୍ୟ ପ୍ରଦେଶର ଦାମୋହ ଜିଲ୍ଲାରେ କାର୍ଯ୍ୟ କରନ୍ତି। ସେ ଅଜୟ ଦେବଗନଙ୍କ ଫିଲ୍ମ ‘ସିଙ୍ଘମ୍‌’ର ଏକ ଗୀତର ମ୍ୟୁଜିକ୍‌ରେ ଏହି ଷ୍ଟଣ୍ଟ ଦେଖାଇଥିଲେ। ତେବେ ଷ୍ଟଣ୍ଟଟି ଥିଲା ଅଜୟ ଦେବଗନ୍‌ଙ୍କ ଡେବ୍ୟୁ ଫିଲ୍ମ ‘ଫୁଲ୍‌ ଔର୍ କାଣ୍ଟେ’ର। ୧୯୯୧ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଅଜୟ ଦୁଇଟି ବାଇକ୍‌ରେ ଯେଉଁ ଷ୍ଟଣ୍ଟ ଦେଇଥିଲେ, ତାକୁ ଅନୁକରଣ କରିଥିଲେ ସବ୍‌-ଇନ୍ସପେକ୍ଟର ମନୋଜ ଯାଦବ। ଅବଶ୍ୟ ସେ ବାଇକ୍ ବଦଳରେ ଦୁଇଟି କାର୍ ବ୍ୟବହାର କରିଥିଲେ।

Advertisment

ମନୋଜଙ୍କ ଏହି ଭିଡିଓଟି ସୋଶାଲ୍ ମିଡିଆରେ ପୋଷ୍ଟ୍ ହେବା ପରେ ଭାଇରାଲ୍ ହୋଇଯାଇଥିଲା। ବହୁ ଲୋକ ଏହାକୁ ଶେଆର୍ କରିଥିଲେ। ତେବେ ସାଗର ଆଇଜି ଅନୀଲ ଶର୍ମା ଏ ଘଟଣାକୁ ଗୁରୁତ୍ୱର ସହିତ ନେଇଥିଲେ ଓ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ ଦାମୋହ ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।