Advertisment

ମୃତ୍ୟୁ ପରେ ବି କାମିନୀ ଅମର, ୭ ଜଣଙ୍କୁ ଦେଲେ ନୂଆ ଜୀବନ

ସୁରତ: ମୃତ୍ୟୁ ପରେ ବି ଅମର ସୁରତର ଜଣେ ମହିଳା। ସେ ଅଂଗଦାନ କରି ତିନି ରାଜ୍ୟର ୭ ଜଣଙ୍କୁ ନିଜ ଜୀବନ ଦେଇଛନ୍ତି। ସୁରତର ବାରଡୋଲିରେ ରହୁଥିବା କାମିନୀ (୪୬)ଙ୍କ ବ୍ରେନ ହାମରେଜ ହେବା ପରେ ଡାକ୍ତର କାମିନୀଙ୍କ ବ୍ରେନ ଡେଡ୍ ବୋଲି ଘୋଷଣା କରିଥିଲେ। ଏଭଳି କଠିନ ସମୟରେ କିନ୍ତୁ ତାଙ୍କ ପରିବାର ଏପରି ଏକ ମହତ ନିଷ୍ପତ୍ତି ନେଇଥିଲେ। ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ପରିବାର ଲୋକଙ୍କ ଅନୁମତି ପରେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମୃତ୍ୟୁ ପରେ ବି କାମିନୀ ଅମର, ୭ ଜଣଙ୍କୁ ଦେଲେ ନୂଆ ଜୀବନ

surat-kamini-patel

ସୁରତ: ମୃତ୍ୟୁ ପରେ ବି ଅମର ସୁରତର ଜଣେ ମହିଳା। ସେ ଅଂଗଦାନ କରି ତିନି ରାଜ୍ୟର ୭ ଜଣଙ୍କୁ ନିଜ ଜୀବନ ଦେଇଛନ୍ତି। ସୁରତର ବାରଡୋଲିରେ ରହୁଥିବା କାମିନୀ (୪୬)ଙ୍କ ବ୍ରେନ ହାମରେଜ ହେବା ପରେ ଡାକ୍ତର କାମିନୀଙ୍କ ବ୍ରେନ ଡେଡ୍ ବୋଲି ଘୋଷଣା କରିଥିଲେ। ଏଭଳି କଠିନ ସମୟରେ କିନ୍ତୁ ତାଙ୍କ ପରିବାର ଏପରି ଏକ ମହତ ନିଷ୍ପତ୍ତି ନେଇଥିଲେ। ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ପରିବାର ଲୋକଙ୍କ ଅନୁମତି ପରେ କାମିନୀଙ୍କ ହୃତପିଣ୍ଡ, ଫୁସଫୁସ୍, କିଡନୀ ଓ ଆଖିକୁ ବିଭିନ୍ନ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯାଇଛି।

Advertisment

କାମିନୀଙ୍କ ମୁଣ୍ଡରେ ଆଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ମେ ୧୭ରୁ ଚିକିତ୍ସିତ ହେଉଥିଲେ। ପରେ ଅବସ୍ଥା ଏପରି ହେଲା ଯେ ସେ ବେଡରୁ ଉଠି ପାରିଲେ ନାହିଁ। ଏହାପରେ ହଠାତ୍ ତାଙ୍କ ରକ୍ତଚାପ ବଢ଼ିଯାଇଥିଲା। ଡାକ୍ତରମାନେ କହିଥିଲେ ଯେ ତାଙ୍କ ବ୍ରେନରେ ରକ୍ତ ଜମାଟ ହୋଇଛି। ଏହା ପରେ ତାଙ୍କୁ ଗୁଜୁରାଟର ସେଲବି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ତାଙ୍କର ବ୍ରେନ ଅପରେସନ କରାଯାଇଥିଲା। କିନ୍ତୁ କୌଣସି ଉନ୍ନତି ହୋଇନଥିଲା।

ଏହାପରେ ଡାକ୍ତରମାନେ କାମିନୀଙ୍କ ବ୍ରେନ୍ ଡେଡ ହୋଇଥିବା କହିଥିଲେ। ୪୬ ବର୍ଷୀୟ କାମିନୀ ପଟେଲଙ୍କ ପରିବାରରେ ସ୍ୱାମୀ, ପୁଅ, ଭାଇ ଥିଲେ। ଏହାପରେ ପରିବାର ସଦସ୍ୟ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥିଲେ? ଏହାପରେ ଡାକ୍ତର କହିଥିଲେ ସେମାନେ ସମସ୍ତ ପ୍ରୟାସ କରି ସାରିଛନ୍ତି। ଏହାପରେ ସେ ପରାମର୍ଶ ଦେଇଥିଲେ କାମିନୀଙ୍କ ଶରୀରର ସମସ୍ତ ଅଙ୍ଗ ଅନ୍ୟ କିଛି ଲୋକଙ୍କୁ ନୂଆ ଜୀବନ ଦେଇପାରେ। ପରେ କାମିନୀଙ୍କ ପରିବାର ଅଙ୍ଗଦାନ କରିବାକୁ ରାଜି ହୋଇଥିଲେ।

Advertisment

ଏହାପରେ କାମିନୀଙ୍କ ଅଙ୍ଗକୁ ଡାକ୍ତରମାନେ ତାଙ୍କର ଫୁସଫୁସ, ହାର୍ଟ, ଲିଭର, କିଡନୀକୁ ଅନ୍ୟ କାହାକୁ ଦେବାକୁ ବନ୍ଦୋବସ୍ତ କରିଥିଲେ। ଏହାପରେ ହାଇଦ୍ରାବାଦ, ମୁମ୍ବାଇ ଏବଂ ଅହମ୍ମଦାବାଦରୁ ଡାକ୍ତରଙ୍କ ଏକ ଟିମ୍ ସୁରଟର ଏହି ଡାକ୍ତରଖାନାକୁ ଆସିଥିଲେ। ହାଇଦ୍ରାବାଦର ଜଣେ ମହିଳାଙ୍କର ଫୁସଫୁସର ଆବଶ୍ୟକତା ଥିବା ବେଳେ ମୁମ୍ବାଇର ଏକ ଡାକ୍ତରଖାନାରେ ଜଣେ ମହିଳାଙ୍କ ହାର୍ଟ ପ୍ରତିରୋପଣ ପାଇଁ ଭର୍ତ୍ତି କରାଯାଇଥିଲା। ସେହିପରି ଅହମ୍ମଦାବାଦରେ କିଡନୀ ଏବଂ ଲିଭରର ଆବଶ୍ୟକତା ଥିଲା।

ଏହାପରେ ହାଇଦ୍ରାବାଦ, ମୁମ୍ବାଇ ଏବଂ ଅହମ୍ମଦାବାଦରୁ ଡାକ୍ତରଙ୍କ ଟିମ୍ ଅପରେସନ୍ ଥିଏଟରରେ ପହଞ୍ଚିଥିଲେ। ପ୍ରଥମେ କାମିନୀ ବେନଙ୍କ ହାର୍ଟକୁ କଢ଼ା ଯାଇ ଏକ ଆଇସ ବକ୍ସରେ ରଖାଯାଇଥିଲା। ପରେ ଅନ୍ୟ ଅଙ୍ଗ ପ୍ରତିରୋପଣ ପାଇଁ ପ୍ରସ୍ତୁତ କରାଯାଇଥିଲା। ପରେ ସେମାନଙ୍କୁ ହାଇଦ୍ରାବାଦ, ମୁମ୍ବାଇ ଏବଂ ଅହମ୍ମଦାବାଦର ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

କାମିନୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗିପଡିଥିଲେ ମଧ୍ୟ ଅଂଗଦାନ କରିଥିବାରୁ ସେମାନେ ନିଜକୁ ଗର୍ବିତ ଅନୁଭବ କରୁଥିବା ତାଙ୍କ ପୁଅ ଅନିମେଶ ପଟେଲ କହିଛନ୍ତି।