Advertisment

ପାଣିରୁ ପ୍ଲାଷ୍ଟିକ୍‌ ସଫା କରୁଛି ହଂସ; ଆମ ଆଖି ଖୋଲିବ କେବେ?

ନୂଆଦିଲ୍ଲୀ: ପ୍ଲାଷ୍ଟିକ୍‌ ଆମ ଜୀବନଶୈଳୀକୁ ସହଜ କରିଦେଇଛି ସତ। କିନ୍ତୁ ଏହା ଧିରେ ଧିରେ ଆମକୁ ବିପଦ ମୁହଁକୁ ଟାଣି ନେଉଛି। ଏବେ ସବୁଆଡ଼େ କୁଢ଼ କୁଢ଼ ପ୍ଲାଷ୍ଟିକ୍ ଗଦା ହେବାର ଦେଖାଯାଉଛି।  କେବଳ ସ୍ଥଳଭାଗ ନୁହେଁ, ଜଳ ଭାଗରେ ମଧ୍ୟ ପ୍ଲାଷ୍ଟିକ୍‌ ପଡ଼ି ପାଣି ପ୍ରଦୂଷିତ ହେଉଛି। ମଣିଷ ଏହା ଦ୍ୱାରା ପ୍ରଭାବିତ ହେବାର ମଧ୍ୟ ଆଶଙ୍କା ଦେଖାଯାଉଛି। ଆଉ ଏଥିରୁ ପଶୁ ପକ୍ଷୀ ବା ବାଦ୍‌ ପଡ଼ିବେ କିପରି। ରାମ ସେତୁ ତ ଆମେ ବାନ୍ଧି […]

ଅଦ୍ୟତନ ହୋଇଛି
ପାଣିରୁ ପ୍ଲାଷ୍ଟିକ୍‌ ସଫା କରୁଛି ହଂସ; ଆମ ଆଖି ଖୋଲିବ କେବେ?

s11

Advertisment

ନୂଆଦିଲ୍ଲୀ: ପ୍ଲାଷ୍ଟିକ୍‌ ଆମ ଜୀବନଶୈଳୀକୁ ସହଜ କରିଦେଇଛି ସତ। କିନ୍ତୁ ଏହା ଧିରେ ଧିରେ ଆମକୁ ବିପଦ ମୁହଁକୁ ଟାଣି ନେଉଛି। ଏବେ ସବୁଆଡ଼େ କୁଢ଼ କୁଢ଼ ପ୍ଲାଷ୍ଟିକ୍ ଗଦା ହେବାର ଦେଖାଯାଉଛି।  କେବଳ ସ୍ଥଳଭାଗ ନୁହେଁ, ଜଳ ଭାଗରେ ମଧ୍ୟ ପ୍ଲାଷ୍ଟିକ୍‌ ପଡ଼ି ପାଣି ପ୍ରଦୂଷିତ ହେଉଛି। ମଣିଷ ଏହା ଦ୍ୱାରା ପ୍ରଭାବିତ ହେବାର ମଧ୍ୟ ଆଶଙ୍କା ଦେଖାଯାଉଛି। ଆଉ ଏଥିରୁ ପଶୁ ପକ୍ଷୀ ବା ବାଦ୍‌ ପଡ଼ିବେ କିପରି।

Advertisment

ରାମ ସେତୁ ତ ଆମେ ବାନ୍ଧି ପାରିବାନି କିନ୍ତୁ, ଗୁଣ୍ଡୁଚି ମୂଷା ଭଳି କାମ ତ କରିପାରିବା। ଆମେ ଏହିସବୁ ଏଥିପାଇଁ କହୁଛୁ ଯେ, ଏବେ ଇଣ୍ଟରନେଟ୍‌ରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁ ଭିଡିଓରେ ଗୋଟେ ହଂସ ପାଣିରୁ ପ୍ଲାଷ୍ଟିକ୍‌ ପର୍ଦାଥକୁ ନିଜ ଥଣ୍ଟରେ ସଫା କରିବାର ଦେଖାଯାଉଛି।

https://twitter.com/ParveenKaswan/status/1144072313253425152

ଏହି ଭିଡିଓକୁ ଜଣେ ଆଇଏଫଏସ୍‌ ଅଧିକାରୀ ନିଜ ଟ୍ୱିଟର୍‌ ପେଜ୍‌ରେ ଶେଆର୍‌ କରିଛନ୍ତି। ଭିଡିଓଟି ଶେଆର୍‌ କରି ସେ ଲେଖିଛନ୍ତି ଯେ, ‘ଆମ ଦ୍ୱାରା ପ୍ରଦୂଷିତ ପାଣିରୁ ଏକ ହଂସ ପ୍ଲାଷ୍ଟିକ୍‌ ସଫା କରୁଛି। କାରଣ ସେମାନଙ୍କୁ ମଧ୍ୟ ବଞ୍ଚିବାର ଅଛି। ଏହା ଏକ ଉଦାହରଣ ଯେ, କିପରି ଆମ ଦ୍ୱାରା ହେଉଥିବା ପ୍ରଦୂଷଣ ଅନ୍ୟମାନଙ୍କୁ ବି କ୍ଷତି ପହଞ୍ଚାଉଛି। ଏବେ ଆମେ ଆଖି ଖୋଲିବା ଦରକାର’।

Advertisment

ଆଶା କରୁଛୁ ଏହି ଭିଡିଓ ଦେଖିଲା ପରେ ଆପଣ ମଧ୍ୟ ଏହାର ଗୁରୁତ୍ୱ ହୃଦୟଙ୍ଗମ କରିବେ ନିଶ୍ଚୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe