swara-rahul
ନୂଆଦିଲ୍ଲୀ: ଲକଡାଉନ ପରିସ୍ଥିତି ଲାଗି ରହିଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି 'ସିରିଜ୍ ଅଫ୍ ଇଣ୍ଟେରାକ୍ସନ' ଆରମ୍ଭ କରିଛନ୍ତି। ଏହି ଅଭିଯାନ ମାଧ୍ୟମରେ ସେ ସମସ୍ତ ପ୍ରସଙ୍ଗରେ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରୁଛନ୍ତି। ତେବେ ରାହୁଲଙ୍କ ଏହି ସିରିଜ୍ ଅଭିଯାନକୁ ନେଇ ନାନା ଆଲୋଚନା, ସମାଲୋଚନା କରାଯାଉଥିବା ବେଳେ ବଲିଉଡ୍ ବିବାଦୀୟ ଅଭିନେତ୍ରୀ ସ୍ୱରା ଭାସ୍କର ରାହୁଲଙ୍କ ପାଇଁ ଟ୍ୱିଟ୍ କରି ଚର୍ଚ୍ଚାକୁ ଆସିଛନ୍ତି।
ରାହୁଲଙ୍କ ସିରିଜକୁ ନେଇ ସ୍ୱରା ଟ୍ୱିଟ୍ କରିଛନ୍ତି, "ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ରାହୁଲ କରୁଥିବା ସିରିଜ୍ ଆଲୋଚନାକୁ ଲୋକେ ଏତେ ଘୃଣା କାହିଁକି କରୁଛନ୍ତି। ଏହା ସୂଚନା ପ୍ରଦାନକାରୀ ଓ ତଥ୍ୟ ଭିତ୍ତିକ ତଥା ସାମ୍ପ୍ରତିକ ସଙ୍କଟ ପରିସ୍ଥିତିରେ ପ୍ରାସଙ୍ଗିକ ଦୃଷ୍ଟିକୋଣ ପ୍ରଦାନ କରୁଛି। ମୋ ଅନୁସାରେ ରାଜନୀତି ପାଇଁ ଏହା ଏକ ସୁନ୍ଦର ବିରୋଧୀ ପଦକ୍ଷେପ, ଏକ ଏଭଳି ନେତା ଯିଏ ଶୁଣେ...।"
ରାହୁଲ ଗାନ୍ଧିଙ୍କ ପାଇଁ ସ୍ୱରାଙ୍କ ଏହି ଟ୍ୱିଟ୍ ଖୁବ୍ ଚର୍ଚ୍ଚା ସାଉଁଟୁଥିବା ବେଳେ ସେ ସୋଶାଲ ମିଡିଆରେ ବେଶ୍ ଟ୍ରୋଲ୍ ହେଉଛନ୍ତି। ଟିକେ ନଜର ପକାନ୍ତୁ...
ସ୍ୱରା ଭାସ୍କର ସବୁବେଳେ ନିଜ ବେପରୁଆ ବୟାନବାଜୀ ପାଇଁ ବିବାଦରେ ରୁହନ୍ତି। ତେବେ ସେ ସବୁବେଳେ ନିଜ ଚିନ୍ତାଧାରା ଆଉ ମନ୍ତବ୍ୟ ଖୋଲାଖୋଲି ଦେବାକୁ ଭଲ ପାଆନ୍ତି। ଅନ୍ୟପଟେ ସୋନୁ ସୁଦଙ୍କଠାରୁ ଅନୁପ୍ରାଣିତ ହୋଇ ସ୍ୱରା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ଠିକଣାରେ ସୁରକ୍ଷିତ ଭାବେ ପହଞ୍ଚାଇବାର ଦାୟିତ୍ୱ ମୁଣ୍ଡାଇଥିଲେ। ଏନେଇ ସ୍ୱରାଙ୍କୁ ଖୁବ୍ ପ୍ରଶଂସା ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/swara-rahul.jpg)