କାନ୍ଦି କାନ୍ଦି ମୃତ ହାତୀକୁ ବିଦାୟ ଦେଲେ ଫରେଷ୍ଟ ରେଞ୍ଜର୍, ଦେଖନ୍ତୁ ଭିଡିଓ

ଚେନ୍ନାଇ: ତାମିଲନାଡୁରେ ଏକ ହାତୀର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ଫରେଷ୍ଟ ରେଞ୍ଜର। ହାତୀକୁ ବିଦାୟ ଦେବା ବେଳର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ମୁଦୁମାଲାଇ ଟାଇଗର ରିଜର୍ଭର ସାଦିଭାୟାଲ ହାତୀ ଶିବିରରେ ଚିକିତ୍ସା ଚାଲିଥିଲା ବେଳେ ଏହି ଫରେଷ୍ଟ ରେଞ୍ଜର ଜଣକ ଏହି ହାତୀର ଯତ୍ନ ନେଉଥିଲେ। ହାତୀକୁ ବଞ୍ଚାଇବା ପାଇଁ ବନ ବିଭାଗର କର୍ମଚାରୀମାନେ ଯଥାସମ୍ଭବ ପ୍ରୟାସ କରିଥିଲେ। କିନ୍ତୁ ହାତୀଟିର ଆଘାତ ଏବେ ଗୁରୁତର ଥିଲା ଯେ ତାକୁ ବଞ୍ଚାଇ […]

ranger

Ranjit Kumar Jena
  • Published: Sunday, 24 January 2021
  • , Updated: 24 January 2021, 09:34 PM IST

ଚେନ୍ନାଇ: ତାମିଲନାଡୁରେ ଏକ ହାତୀର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ଫରେଷ୍ଟ ରେଞ୍ଜର। ହାତୀକୁ ବିଦାୟ ଦେବା ବେଳର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ମୁଦୁମାଲାଇ ଟାଇଗର ରିଜର୍ଭର ସାଦିଭାୟାଲ ହାତୀ ଶିବିରରେ ଚିକିତ୍ସା ଚାଲିଥିଲା ବେଳେ ଏହି ଫରେଷ୍ଟ ରେଞ୍ଜର ଜଣକ ଏହି ହାତୀର ଯତ୍ନ ନେଉଥିଲେ। ହାତୀକୁ ବଞ୍ଚାଇବା ପାଇଁ ବନ ବିଭାଗର କର୍ମଚାରୀମାନେ ଯଥାସମ୍ଭବ ପ୍ରୟାସ କରିଥିଲେ। କିନ୍ତୁ ହାତୀଟିର ଆଘାତ ଏବେ ଗୁରୁତର ଥିଲା ଯେ ତାକୁ ବଞ୍ଚାଇ ପାରିନଥିଲେ।

https://twitter.com/rameshpandeyifs/status/1351956572184854529?s=20

ସୋଶାଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ୍ ହୋଇଛି, ସେଥିରେ ଫରେଷ୍ଟ ରେଞ୍ଜରଙ୍କୁ ଖୁବ୍ କାନ୍ଦୁଥିବାର ଦେଖିବାକୁ ମିଳିଛି। ବନ କର୍ମଚାରୀ ଜଣକ ମୃତ ହାତୀର ଶୁଣ୍ଢକୁ ଧୀରେ ଧୀରେ ଆଉଁଶୁଛନ୍ତି। କିନ୍ତୁ ହାତୀ କୌଣସି ପ୍ରତିକ୍ରିୟା ନଦେଇ ଚିରନିଦ୍ରାରେ ଶୋଇ ରହିଛି। ଭାରତୀୟ ବନ ସେବାର ଅଧିକାର ରମେଶ ପାଣ୍ଡେ ଟ୍ୱିଟରରେ ଏହି ଭିଡିଓ ଶେଆର କରି ଲେଖିଛନ୍ତି, ତାମିଲନାଡୁର ମୁଦୁମାଲାଇ ଟାଇଟର ରିଜର୍ଭରେ ସାଦିଭାୟାଲ ହାତୀ ଶିବିରରେ ରେଞ୍ଜରଙ୍କ ଦ୍ୱାରା ହାତୀକୁ ଏଭଳି ଅଶ୍ରୁଳ ବିଦାୟ ଦେବା ଖୁବ୍ ଇମୋସନାଲ୍ କରିଛି।

ଏହି ଭିଡିଓ କ୍ଲିପ୍ ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମରେ ହଜାର ହଜାର ଲୋକଙ୍କୁ ଭାବବିହ୍ୱଳ କରିଦେଇଛି। ଟୁଇଟରରେ ଏହି ଭିଡିଓକୁ ୬୦ହଜାରରୁ ଅଧିକ ଥର ଲୋକେ ଦେଖିସାରିଛନ୍ତି।

Related story