tanishq
ନୂଆଦିଲ୍ଲୀ: ଟାଇଟନ୍ ଗ୍ରୁପର ଲୋକପ୍ରିୟ ଗହଣା (ଜୁଏଲରୀ) ବ୍ରାଣ୍ଡ୍ ତନିଷ୍କ ଏବେ ବିବାଦ ଘେରରେ। ତନିଷ୍କର ନୂତନ ବିଜ୍ଞାପନକୁ ନେଇ ସୋଶାଲ ମିଡିଆରେ ଆକ୍ରୋଶ ଦେଖିବାକୁ ମିଳିଛି। ଏହି ବିଜ୍ଞାପନ ଅନ୍ୟ ଧର୍ମରେ ବିବାହକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ସହ ବ୍ରାଣ୍ଡ୍ ଉପରେ ଲୋକେ ଖୁବ୍ ବର୍ଷୁଛନ୍ତି।
ଗତ ସପ୍ତାହରେ ରିଲିଜ୍ ହୋଇଥିବା ତନିଷ୍କର ଏହି ବିଜ୍ଞାପନ ଇଣ୍ଟର ରିଲିଜିୟନ ମ୍ୟାରେଜ୍ (ଅନ୍ୟ ଧର୍ମରେ ବିବାହ) ପ୍ଲଟ୍ ଉପରେ ଆଧାରିତ। ଜଣେ ହିନ୍ଦୁ ଧର୍ମର ଝିଅ ମୁସଲମାନ ଘରେ ବୋହୂ ହୋଇଛନ୍ତି। ଗର୍ଭବତୀ ବୋହୂର ସାଦ ଖିଆ ପରମ୍ପରା (ହିନ୍ଦୁ ଧର୍ମ ଅନୁଯାୟୀ)କୁ ମୁସଲମାନ ଶାଶୁ ପାଳନ କରୁଥିବା ବିଜ୍ଞାପନରେ ପ୍ରଦର୍ଶିତ କରାଯାଇଥିଲା, ଯାହାକୁ ନେଇ ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି।
ବିଜ୍ଞାପନଟି ଅନ୍ୟ ଧର୍ମରେ ବିବାହ କରିବାକୁ ପ୍ରୋତ୍ସାହିତ କରୁଥିବା ଦର୍ଶାଇ ଅନେକ ଏହାକୁ ବିରୋଧ କରିଛନ୍ତି। #BoycottTanishq ଟ୍ରେଣ୍ଡ୍ ମଧ୍ୟ କଲା। ଟ୍ୱିଟରରେ ଏନେଇ ଲୋକେ ମନଇଚ୍ଛା ଟ୍ରୋଲ୍ କରୁଛନ୍ତି। ବିବାଦ ଏତେ ବଢ଼ିଗଲା ଯେ, ତନିଷ୍କକୁ ବିଜ୍ଞାପନ ଭିଡିଓଟିକୁ ଡିଲିଟ୍ କରିବାକୁ ପଡ଼ିଲା।଼
ବିଜ୍ଞାପନରେ ଜଣେ ହିନ୍ଦୁ ଝିଅ ମୁସଲିମ୍ ପରିବାରରେ ବୋହୂ ହୋଇଛନ୍ତି। ସେ ଗର୍ଭବତୀ ଥିବା ବେଳେ ତାଙ୍କର ସାଦ ଖିଆ ପରମ୍ପରା ଆୟୋଜନ କରାଯାଇଛି, ଯାହା ଏକ ହିନ୍ଦୁ ପରମ୍ପରା ଅଟେ। ମୁସଲିମ୍ ପରିବାର ହିନ୍ଦୁ ଧର୍ମକୁ ଧ୍ୟାନରେ ରଖି ସାଦ ଖିଆର ସମସ୍ତ ରୀତିନୀତି ଉତ୍ସାହର ସହ ପାଳନ କରୁଥିବା ପ୍ରଦର୍ଶନ କରାଯାଇଛି। ବୋହୂଜଣକ ନିଜ ଶାଶୁଙ୍କୁ ପଚାରୁଛନ୍ତି, 'ମାଆ ଏହି ପରମ୍ପରା ତ ଆପଣଙ୍କ ଘରେ ହୁଏ ନାହିଁ ନା?' ଏହାର ଉତ୍ତରେରେ ଶାଶୁ ଜଣକ କୁହନ୍ତି, 'କିନ୍ତୁ ଝିଅମାନଙ୍କୁ ଖୁସି ରଖିବା ପରମ୍ପରା ତ ସବୁ ଘରେ ଥାଏ ନା..'
ସୋଶାଲ ମିଡିଆରେ ଏହି ବିଜ୍ଞାପନକୁ ନେଇ ଲଭ୍ ଜିହାଦ୍ ପ୍ରସଙ୍ଗ ଜୋର୍ ଧରିଛି। ଲଭ୍ ଜିହାଦକୁ ପ୍ରୋତ୍ସାହିତ କଲା ଭଳି ଏହି ବିଜ୍ଞାପନକୁ ପ୍ରସ୍ତୁତ କରିଥିବା ଅଭିଯୋଗ ହେଉଛି। ଲୋକଙ୍କ କହିବା ହେଲା, "ବିନା ଜାତି, ଧର୍ମରେ ବିଜ୍ଞାପନ କାହିଁକି ପ୍ରସ୍ତୁତ କରାଯାଉନାହିଁ।" ସେହିପରି ଅନେକେ କହିଛନ୍ତି "ଦମ୍ ଅଛି ଯଦି, ହିନ୍ଦୁ ଧର୍ମର ଶାଶୁ ଓ ମୁସଲିମ୍ ବୋହୂକୁ ଚିତ୍ରଣ କରିକି ଦେଖାଅ। ପ୍ରତ୍ୟେକ ସ୍ଥାନରେ ହିନ୍ଦୁ ଝିଅ, ବୋହୂଙ୍କୁ ହିଁ କାହିଁକି ଟାର୍ଗେଟ୍ କରୁଛ।"
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/10/tanishq.jpg)