teacher
ନୂଆଦିଲ୍ଲୀ: ଜଣେ ଶିକ୍ଷକ ଶ୍ରେଣୀ ଗୃହ ଭିତରେ ପିଲାଙ୍କ ସମ୍ମୁଖରେ ବିଡ଼ି ଟାଣି ଫସି ଯାଇଛନ୍ତି। ସୋଶାଲ୍ ମିଡିଆରେ ଏ ଦୃଶ୍ୟ ଭାଇରାଲ୍ ହେବା ପରେ ତାଙ୍କୁ ନିଲମ୍ବନ କରାଯାଇଛି। ଏ ଘଟଣା ଘଟିଛି ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ଏକ ପ୍ରାଥମିକ ସ୍କୁଲ୍ରେ।
ଭାଇରାଲ୍ ଭିଡିଓରେ ଶିକ୍ଷକ ଜଣଙ୍କ ଶ୍ରେଣୀ ଗୃହରେ ଚୌକିରେ ବସି ବିଡ଼ିରେ ନିଆଁ ଲଗାଇଥିଲେ ଓ ସେଠାରେ ପିଲା ସମ୍ମୁଖରେ ହିଁ ଟାଣିଥିଲେ।
ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି, ଏ ସଂପର୍କରେ ଜଣାପଡ଼ିବା ପରେ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତରୁ ଘଟଣାଟି ସତ ବୋଲି ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ନିଲମ୍ବନ କରିଦିଆଯାଇଛି।
ସେ କହିଛନ୍ତି ଯେ ଶିକ୍ଷକ ଜଣଙ୍କ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ବିଡ଼ି ଟାଣିବା ଆଦୌ ଉଚିତ୍ ହୋଇନାହିଁ। ପିଲାଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/901-1.jpg)