Advertisment

ସବୁଠୁ ଭଲ ଗଣେଶ ପୂଜା!

ନୂଆଦିଲ୍ଲୀ: ଗରିବର ନା ଧନୀର? ବାପ୍ପା ତ ସମସ୍ତଙ୍କର। ଆଡ଼ମ୍ବରରେ ହେଉ ଅବା ନିରାଡ଼ମ୍ବର, ମନରୁ ଆରାଧନା କଲେ ଗଣପତି ଆପଣଙ୍କର। ଗତ କାଲି ଥିଲା ପବିତ୍ର ଗଣେଶ ଚତୁର୍ଥୀ। ତେଣୁ ଧରାବତରଣ କରି ପୂଜାପାଇଛନ୍ତି ବିଘ୍ନରାଜ ଶ୍ରୀ ଗଣେଶ। ନାନା ବେଶରେ ନାନା ରଙ୍ଗରେ କାଲି ଗଣେଶ ଦର୍ଶନ ହେଲା। କେଉଁଠି ଚନ୍ଦ୍ରାୟନ-୨ ଥିମ୍‌ରେ ତ କେଉଁଠି ଚକୋଲେଟ୍‌ରେ ପ୍ରସ୍ତୁତ ହୋଇଥିଲେ ଗଣେଶ ଠାକୁର। ତା’ ସହିତ ମଞ୍ଚରେ ଗ୍ରୀନ୍ ଗଣେଶ, ଗୋବର ଗଣେଶ, ଲଡୁରେ […]

ଅଦ୍ୟତନ ହୋଇଛି
ସବୁଠୁ ଭଲ ଗଣେଶ ପୂଜା!

ganesh-puja

Advertisment

ନୂଆଦିଲ୍ଲୀ: ଗରିବର ନା ଧନୀର? ବାପ୍ପା ତ ସମସ୍ତଙ୍କର। ଆଡ଼ମ୍ବରରେ ହେଉ ଅବା ନିରାଡ଼ମ୍ବର, ମନରୁ ଆରାଧନା କଲେ ଗଣପତି ଆପଣଙ୍କର। ଗତ କାଲି ଥିଲା ପବିତ୍ର ଗଣେଶ ଚତୁର୍ଥୀ। ତେଣୁ ଧରାବତରଣ କରି ପୂଜାପାଇଛନ୍ତି ବିଘ୍ନରାଜ ଶ୍ରୀ ଗଣେଶ। ନାନା ବେଶରେ ନାନା ରଙ୍ଗରେ କାଲି ଗଣେଶ ଦର୍ଶନ ହେଲା। କେଉଁଠି ଚନ୍ଦ୍ରାୟନ-୨ ଥିମ୍‌ରେ ତ କେଉଁଠି ଚକୋଲେଟ୍‌ରେ ପ୍ରସ୍ତୁତ ହୋଇଥିଲେ ଗଣେଶ ଠାକୁର। ତା’ ସହିତ ମଞ୍ଚରେ ଗ୍ରୀନ୍ ଗଣେଶ, ଗୋବର ଗଣେଶ, ଲଡୁରେ ଗଣେଶ, ଶଂଖରେ ଗଣେଶ, କୁଟାରେ ଗଣେଶ, ନକଲି ନୋଟ୍‌ରେ ଗଣେଶ ଆଦି ଏମିତି ଅନେକ ଜିନିଷକୁ ନେଇ ପ୍ରସ୍ତୁତ ହୋଇଥିଲା ଗଣେଶ ମୂର୍ତ୍ତି। ପୂଜାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପେଣ୍ଡାଲ ମଧ୍ୟ ପ୍ରସ୍ତୁତ ହୋଇଥିଲା। ହେଲେ ସବୁଠୁ ବଢ଼ିଆ ଗଣେଶ ପୂଜା କାହାର ହୋଇଥିଲା? ଏହାର ଉତ୍ତର କିଏ ଅବା ଦେଇପାରିବ? ତେବେ ସବୁଠୁ ଭଲ ଗଣେଶ ପୂଜା କରିଥିଲେ କିଛି ପିଲା, ଯାହାଙ୍କ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଅବଶ୍ୟ ଏହା କେବେକାର ଓ କେଉଁଠାର, ତାହା ଜଣାପଡ଼ିନି।

Advertisment

ଏହି ଭିଡିଓରେ  କିଛି ପିଲା ଏକ ଛୋଟ ସାଇକେଲ୍‌ର ପଛ ସିଟ୍‌ରେ ଗଣେଶଙ୍କ ମୂର୍ତ୍ତି ରଖିଛନ୍ତି। ସାଇକେଲ୍‌କୁ ମନ୍ଦାର ଓ ଟଗର ଫୁଲରେ ସଜାଯାଇଛି। ଢୋଲ ଏବଂ ଘଣ୍ଟ ପରିବର୍ତ୍ତେ ଏହି ପିଲାମାନଙ୍କୁ ଥାଳି ଓ ପ୍ଲାଷ୍ଟିକ୍ ଡବା ଧରି ବଜାଉଛନ୍ତି। କିଛି ପିଲାଙ୍କ ହାତରେ ପେକାଁଳି ମଧ୍ୟ ରହିଛି। ଜଣେ ପିଲା ଗଣେଶ ବସିଥିବା ସାଇକେଲ୍‌କୁ ଧୀରେ ଧୀରେ ଗଡ଼େଇବାରେ ଲାଗିଛନ୍ତି। ତାଙ୍କ ପଛପଛେ ଅନ୍ୟ ସବୁ ପିଲାମାନେ ସେମିତି ଥାଳି ଏବଂ ଡବାକୁ ବାଡ଼େଇ ବାଡ଼େଇ ଚାଲିଛନ୍ତି। ସମସ୍ତେ ବେଶ୍ ଖୁସି ଅଛନ୍ତି। ସମସ୍ତଙ୍କ ମୁହଁରୁ ହସ ଝଲସି ଉଠୁଛି।

ଏହି ଭିଡିଓ ଦେଖିବା ପରେ କିଛି ଲୋକ ଏହାକୁ ସବୁଠୁ ଆଡ଼ମ୍ବରପୂର୍ଣ୍ଣ ଗଣେଶ ପୂଜା ବୋଲି କହିଛନ୍ତି। ଏ ପିଲାଙ୍କ ଖୁସି ଆଗରେ ସବୁ ତୋରଣ, ମଣ୍ଡପ ଫିକା ପଡ଼ି ଯାଇଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe