Advertisment

ଚିହ୍ନିଲେ ଦେଖି ଏଇ ଛୁଆଟି କିଏ ?

ମୁମ୍ୱାଇ: ଧଳା ପ୍ୟାଣ୍ଟଶର୍ଟକୁ ହାତରେ ବ୍ୟାଟ୍‌। କ୍ରିକେଟ୍‌ ଖେଳିବା ପାଇଁ ପୂରା ପ୍ରସ୍ତୁତ ହୋଇଛି ଏହି ଛୋଟ ପିଲାଟି। ଫଟୋରୁ ଦେଖି ଆପଣ ଜାଣିପାରୁଛନ୍ତି, ଏହି ଛୋଟ ପିଲାଟି କିଏ ? ସେ ଆଦୌ ଜଣେ କ୍ରିକେଟର ନୁହନ୍ତି।  କ୍ରିକେଟ୍‌ ଖେଳିବା ପାଇଁ ବ୍ୟାଟ୍‌ ଧରିଥିବା ଏହି ଛୋଟ ପିଲାଟି ହେଉଛନ୍ତି ମ୍ୟୁଜିକ୍‌ ସେନ୍‌ସେସନ୍‌ ଭାବରେ ପରିଚିତ ୟୋ ୟୋ ହନି ସିଂହ। ଏ ହେଉଛି ହନି ସିଂହଙ୍କର ପିଲାଦିନର ଫଟୋ, ଯାହାକୁ ସେ ସୋଶାଲ ମିଡିଆରେ […]

ଚିହ୍ନିଲେ ଦେଖି ଏଇ ଛୁଆଟି କିଏ ?

hony

Advertisment

ମୁମ୍ୱାଇ: ଧଳା ପ୍ୟାଣ୍ଟଶର୍ଟକୁ ହାତରେ ବ୍ୟାଟ୍‌। କ୍ରିକେଟ୍‌ ଖେଳିବା ପାଇଁ ପୂରା ପ୍ରସ୍ତୁତ ହୋଇଛି ଏହି ଛୋଟ ପିଲାଟି। ଫଟୋରୁ ଦେଖି ଆପଣ ଜାଣିପାରୁଛନ୍ତି, ଏହି ଛୋଟ ପିଲାଟି କିଏ ? ସେ ଆଦୌ ଜଣେ କ୍ରିକେଟର ନୁହନ୍ତି।  କ୍ରିକେଟ୍‌ ଖେଳିବା ପାଇଁ ବ୍ୟାଟ୍‌ ଧରିଥିବା ଏହି ଛୋଟ ପିଲାଟି ହେଉଛନ୍ତି ମ୍ୟୁଜିକ୍‌ ସେନ୍‌ସେସନ୍‌ ଭାବରେ ପରିଚିତ ୟୋ ୟୋ ହନି ସିଂହ। ଏ ହେଉଛି ହନି ସିଂହଙ୍କର ପିଲାଦିନର ଫଟୋ, ଯାହାକୁ ସେ ସୋଶାଲ ମିଡିଆରେ ପୋଷ୍ଟ୍ କରିଛନ୍ତି।

Advertisment

ସେ ଫଟୋଟିକୁ ଶେଆର୍‌ କରିବା ପରେ ସୋଶାଲ ମିଡିଆରେ ଏହା ଭାଇରାଲ୍‌ ହେବାରେ ଲାଗିଛି। ୟୁଜର୍‌ ୟୋ ୟୋଙ୍କର ଏହି ଫଟୋଟିକୁ ବେଶ୍‌ ପସନ୍ଦ କରିଛନ୍ତି। ଏପରିକି ଏହାକୁ ଦେଖି ରଣବୀର୍‌ ସିଂହଙ୍କଠାରୁ ଆରମ୍ଭ କରି ନେହା କକ୍କର ଭଳି ଷ୍ଟାର କମେଣ୍ଟ ମଧ୍ୟ ଦେଇଛନ୍ତି।

publive-image

ସୂଚନାଯୋଗ୍ୟ, ହନି ସିଂହଙ୍କର ‘ଚାର୍‌ ବୋତଲ୍‌ ଭୋଡକା’, ‘ଧୀରେ ଧୀରେ’, ‘ଛୋଟେ ଛୋଟେ ପେଗ୍’, ‘ବ୍ଲୁ ଆଇଜ୍‌’ ପରି ଗୀତ ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ପରେ ଏହି ଗୀତଗୁଡ଼ିକ ପାର୍ଟି ଆନ୍ଥେମ୍‌ ଭାବରେ ପରିଚିତ ହୋଇଥିଲା। ଏସବୁ ଗୀତ ବିନା ସବୁ ପ୍ରୋଗ୍ରାମ୍‌ ଅସମ୍ପୂର୍ଣ୍ଣ ଲାଗେ  ବୋଲି କୁହାଯାଏ।

Advertisment

୨୦୧୯ ୟୋ ୟୋଙ୍କ ପାଇଁ ଏକ ସଫଳ ବର୍ଷ ରହିଥିଲା। ଏହି ବର୍ଷ ସେ ‘ଖଡ୍‌କେ ଗ୍ଲାସୀ’, ‘ଗୁଡ୍‌ ନାଲୋ ଇସ୍କ ମିଠା’ ଓ ‘ପୀୟୁ ଦଟ୍‌ କେ’ ପରି ସୁପରହିଟ୍‌ ଗୀତ ଗାଇ ପ୍ରଶଂସକଙ୍କ ମନ ଜିତି ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe