Advertisment

ଲତା ମଙ୍ଗେସକରଙ୍କ ଗୀତ ଗାଇ ଫେସବୁକରେ ଛାଇ ଗଲେ ଏହି ମହିଳା, ଶୁଣନ୍ତୁ ଏହି ଗୀତଟିକୁ

ନୂଆଦିଲ୍ଲୀ: ପରିଚୟ ଓ ଖ୍ୟାତି ପାଇବା ପାଇଁ ଟିଭି, ସିନେମା ଓ ଖବରକାଗଜ ଭଳି ଆଉ ବଡ଼ ପ୍ଲାଟଫର୍ମର ଆବଶ୍ୟକତା ନାହିଁ। କାରଣ ଆଜିର ଯୁଗରେ ସୋଶାଲ ମିଡିଆ ଫେସବୁକ ଏବଂ ଟ୍ୱିଟରରେ ଜଣେ ନିଜ ପରିଚୟ ସାରା ଦୁନିଆରେ ରାତାରାତି ତିଆରି କରିପାରିବ। ଏହି ଧାରାରେ ପଶ୍ଚିମବଙ୍ଗର ଜଣେ ମହିଳା ତାଙ୍କ ସୁଲଳିତ କଣ୍ଠରେ ଗାଇଥିବା ଗୀତ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଯାହାକି ରାତାରାତି ସେହି ମହିଳାକୁ ଷ୍ଟାର ବନେଇ ଦେଇଛି। ପଶ୍ତିମବଙ୍ଗର […]

author-image
Subhransu Sekhar
ଲତା ମଙ୍ଗେସକରଙ୍କ ଗୀତ ଗାଇ ଫେସବୁକରେ ଛାଇ ଗଲେ ଏହି ମହିଳା, ଶୁଣନ୍ତୁ ଏହି ଗୀତଟିକୁ

WOMEN

ନୂଆଦିଲ୍ଲୀ: ପରିଚୟ ଓ ଖ୍ୟାତି ପାଇବା ପାଇଁ ଟିଭି, ସିନେମା ଓ ଖବରକାଗଜ ଭଳି ଆଉ ବଡ଼ ପ୍ଲାଟଫର୍ମର ଆବଶ୍ୟକତା ନାହିଁ। କାରଣ ଆଜିର ଯୁଗରେ ସୋଶାଲ ମିଡିଆ ଫେସବୁକ ଏବଂ ଟ୍ୱିଟରରେ ଜଣେ ନିଜ ପରିଚୟ ସାରା ଦୁନିଆରେ ରାତାରାତି ତିଆରି କରିପାରିବ। ଏହି ଧାରାରେ ପଶ୍ଚିମବଙ୍ଗର ଜଣେ ମହିଳା ତାଙ୍କ ସୁଲଳିତ କଣ୍ଠରେ ଗାଇଥିବା ଗୀତ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଯାହାକି ରାତାରାତି ସେହି ମହିଳାକୁ ଷ୍ଟାର ବନେଇ ଦେଇଛି।

Advertisment

ପଶ୍ତିମବଙ୍ଗର ରାନାଘାଟ ରେଲଓ୍ୱେ ଷ୍ଟେସନରେ ଜଣେ ବୟସ୍କା ମହିଳା ଗୀତ ଗାଉଥିବାର ଏକ ଭିଡିଓ ଭାଇରାଲ ହୋଇଛି। ସେ ୧୯୭୨ ମସିହା ହିନ୍ଦୀ ଫିଲ୍ମ ‘ଶୋର’ର ‘ଏକ ପ୍ୟାର କା ନଗମା ହୈ’ ଗୀତଟିକୁ ଗାଉଥିବାର ଦେଖିବାକୁ ମିଳିଛି। ଏହି ଗୀତକୁ ସିନେମାରେ ଲୋକପ୍ରିୟ କଣ୍ଠଶିଳ୍ପୀ ଲତା ମଙ୍ଗେସକର ଗାଇଥିଲେ। ଏବେ ଏହି ଭିଡିଓରେ ଯେଉଁ ମହିଳା ଗୀତଟିକୁ ଗାଇଛନ୍ତି ତାଙ୍କର ପରିଚୟ ମିଳିନାହିଁ କିନ୍ତୁ ସେ ସୋଶାଲ ମିଡିଆରେ ଅନେକ ପ୍ରଶଂସା ସାଉଁଟିଛନ୍ତି।

ବାରପେଟା ଟାଉନ ନାମରେ ଥିବା ଫେସବୁକ୍ ପେଜରେ ଏହି ମହିଳାଙ୍କ ଭିଡିଓଟି ୨୮ ଜୁଲାଇରେ ପୋଷ୍ଟ ହୋଇଛି। ଯାହାକୁ ଏଯାଏ ୪୫ ହଜାର ଫେସବୁକ ବ୍ୟବହାରକାରୀ ଶେୟାର କରିସାରିଛନ୍ତି।

Advertisment