Advertisment

ନିଜ କର୍ମଚାରୀଙ୍କ ପାଇଁ ବର-କନିଆଁ ଖୋଜୁଛି କମ୍ପାନୀ

ନୂଆଦିଲ୍ଲୀ: କର୍ମଚାରୀମାନେ ଚାକିରି ଛାଡି ନ ଯିବା ପାଇଁ ଅଭିନବ ଯୋଜନା କରିଛି କମ୍ପାନୀ। ନିଜ କର୍ମଚାରୀଙ୍କୁ ଲୋଭନୀୟ ଅଫର ଦେଉଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। କର୍ମଚାରୀଙ୍କ ପାଇଁ ବର-କନିଆଁ ଖୋଜୁଛି ଆଉ ବିବାହ ପରେ ସ୍ୱତନ୍ତ୍ର ଉପହାର ମଧ୍ୟ ଦେଉଛି। ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ମଦୁରାଇରୁ। ଯେପରି ଟପ୍‌ ଭାରତୀୟ ଆଇଟି କମ୍ପାନୀଗୁଡିକ ଉଚ୍ଚ ଆକର୍ଷଣୀୟ ଅଫର ସହ ମୁକାବିଲା କରୁଛନ୍ତି ସେହିପରି ଏହି କ୍ଷେତ୍ରରେ କାମ କରୁଥିବା କେତେକ ମଧ୍ୟମ ସ୍ତରର ସଂସ୍ଥାଗୁଡ଼ିକ […]

author-image
Madhupriya Mistry
ନିଜ କର୍ମଚାରୀଙ୍କ ପାଇଁ ବର-କନିଆଁ ଖୋଜୁଛି କମ୍ପାନୀ

wedding

ନୂଆଦିଲ୍ଲୀ: କର୍ମଚାରୀମାନେ ଚାକିରି ଛାଡି ନ ଯିବା ପାଇଁ ଅଭିନବ ଯୋଜନା କରିଛି କମ୍ପାନୀ। ନିଜ କର୍ମଚାରୀଙ୍କୁ ଲୋଭନୀୟ ଅଫର ଦେଉଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। କର୍ମଚାରୀଙ୍କ ପାଇଁ ବର-କନିଆଁ ଖୋଜୁଛି ଆଉ ବିବାହ ପରେ ସ୍ୱତନ୍ତ୍ର ଉପହାର ମଧ୍ୟ ଦେଉଛି। ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ମଦୁରାଇରୁ।

Advertisment

ଯେପରି ଟପ୍‌ ଭାରତୀୟ ଆଇଟି କମ୍ପାନୀଗୁଡିକ ଉଚ୍ଚ ଆକର୍ଷଣୀୟ ଅଫର ସହ ମୁକାବିଲା କରୁଛନ୍ତି ସେହିପରି ଏହି କ୍ଷେତ୍ରରେ କାମ କରୁଥିବା କେତେକ ମଧ୍ୟମ ସ୍ତରର ସଂସ୍ଥାଗୁଡ଼ିକ ପ୍ରତିଭାକୁ ବଜାୟ ରଖିବା ପାଇଁ କୋଡ୍ କ୍ରାକ୍‌ କରୁଛନ୍ତି।  ମଦୁରାଇ ସ୍ଥିତ Sri Mookambika Infosolutions(SMI)  ଆଇଟି କମ୍ପାନୀ ସେଥିମଧ୍ୟରୁ ଗୋଟିଏ। ଏହି କମ୍ପାନୀ ନିଜ କର୍ମଚାରୀମାନଙ୍କୁ ମାଗଣାରେ ମ୍ୟାଚ୍‌ ମେକିଂ ସେବା ଯୋଗାଉଛି। ଯଦି ସେମାନେ ବିବାହ କରନ୍ତି ତେବେ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି କରୁଛି କମ୍ପାନୀ।

ଏହି ଅଫର ପରଠାରୁ କମ୍ପାନୀକୁ ବେଶ୍‌ ଲାଭ ହୋଇଛି। କର୍ମଚାରୀଙ୍କ ଚାକିରି ଛାଡିବା ହାର ଅପେକ୍ଷାକୃତ କମିଯାଇଛି। ଆଜି ଏହି ଆଇଟି କମ୍ପାନୀ ୭୫୦ରୁ ଅଧିକ ଲୋକଙ୍କୁ ରୋଜଗାର ଦେଉଛି। ଏଥିରୁ ପ୍ରାୟ ୪୦ ପ୍ରତିଶତ କର୍ମଚାରୀ ୫ ବର୍ଷ ହେଲା କମ୍ପାନୀ ସହ ଜଡିତ ଅଛନ୍ତି।

Advertisment

୨୦୦୬ରେ ତାମିଲନାଡୁର ଶିବକାଶୀରେ ଏହି କମ୍ପାନୀକୁ ପ୍ରଥମେ ଲଞ୍ଚ କରାଯାଇଥିଲା। ଧୀରେ ଧୀରେ ଏହାର ବିସ୍ତାର ହେବା ଆରମ୍ଭ ହୋଇଥିଲା କିନ୍ତୁ ସଠିକ୍ ଲୋକଙ୍କୁ ନିଯୁକ୍ତି ଦେବା କମ୍ପାନୀ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା। ତେଣୁ ମ୍ୟାନେଜମେଣ୍ଟ ଏହାର ଅଫିସକୁ ୨୦୧୦ରେ ମଦୁରାଇକୁ ସ୍ଥାନାନ୍ତର କରିଥିଲା।

ଆରମ୍ଭରୁ ହିଁ ଉକ୍ତ ଆଇଟି କମ୍ପାନୀ ନିଜର କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ବିବାହ ସେବା ଯୋଗାଇବା ପାଇଁ ଆଗେଇ ଆସିଥିଲା। କର୍ମଚାରୀଙ୍କ ପାଇଁ ଖୋଜୁଥିଲା ବର-କନିଆଁ। ଏଥିସହ ସମସ୍ତ କର୍ମଚାରୀଙ୍କ ବର୍ଷକୁ ଦୁଇଥର ୬ରୁ ୮ % ଦରମା ବୃଦ୍ଧି କରିବା ଆରମ୍ଭ କରିଥିଲା।

SMI କମ୍ପାନୀର ପ୍ରତିଷ୍ଠାତା ସେଲଭ୍‌ ଗଣେଶ କହିଛନ୍ତି,'ଏଠାରେ ଅନେକ ଦୀର୍ଘକାଳୀନ କର୍ମଚାରୀ ଅଛନ୍ତି। ଆଉ କୌଣସି ଅନ୍ୟ ସ୍ଥାନକୁ ଯିବାକୁ ସେମାନେ ଚିନ୍ତା କରିପାରିବେ ନାହିଁ।  ସେନାଙ୍କ ମନରେ ଏପରି ଧାରଣା ଆସିବା ପୂର୍ବରୁ  ଆମେ ସେମାନଙ୍କୁ ସ୍ୱତନ୍ତ୍ର ଗିଫ୍ଟ ଦେଇଥାଉ।'