Advertisment

ଘୋଡା ପରି ଆଖି ପିଛୁଳାକେ ଦୌଡ଼ି ପଳାଉଥିବା ଓ ବନ୍ଧବାଡ଼ ଡେଉଁଥିବା ମହିଳାଙ୍କୁ କେବେ ଦେଖିଛନ୍ତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମହିଳାମାନେ ଘରର ଚାରିକାନ୍ଥ ଭିତରେ ସୀମିତ ରହି ଯାଉଥିବା ବେଳେ ସେମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ହୋଇ ପାରେ ନାହିଁ। ହେଲେ ଏପରି କିଛି ମହିଳା ଅଛନ୍ତି ଯେଉଁମାନେ ଦୁନିଆର ବାଧାବିଘ୍ନକୁ ଖାତିର ନ କରି  ନିଜ କଳାକୁ ପ୍ରସ୍ପୁଟିତ କରିଥାନ୍ତି। ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ସହ ପରିଚୟ କରାଇବୁ,  ଯେକି ନିଜ ନିଆରା ଇଚ୍ଛାକୁ ବାସ୍ତବରେ ପରିଣତ କରିବାକୁ ଯାଇ କିଛି ଭିନ୍ନ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସମାଲୋଚନାର ଶିକାର […]

ଅଦ୍ୟତନ ହୋଇଛି
ଘୋଡା ପରି ଆଖି ପିଛୁଳାକେ ଦୌଡ଼ି ପଳାଉଥିବା ଓ ବନ୍ଧବାଡ଼ ଡେଉଁଥିବା ମହିଳାଙ୍କୁ କେବେ ଦେଖିଛନ୍ତି, ଦେଖନ୍ତୁ ଭିଡିଓ

video-1..

Advertisment

ନୂଆଦିଲ୍ଲୀ: ମହିଳାମାନେ ଘରର ଚାରିକାନ୍ଥ ଭିତରେ ସୀମିତ ରହି ଯାଉଥିବା ବେଳେ ସେମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ହୋଇ ପାରେ ନାହିଁ। ହେଲେ ଏପରି କିଛି ମହିଳା ଅଛନ୍ତି ଯେଉଁମାନେ ଦୁନିଆର ବାଧାବିଘ୍ନକୁ ଖାତିର ନ କରି  ନିଜ କଳାକୁ ପ୍ରସ୍ପୁଟିତ କରିଥାନ୍ତି। ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ସହ ପରିଚୟ କରାଇବୁ,  ଯେକି ନିଜ ନିଆରା ଇଚ୍ଛାକୁ ବାସ୍ତବରେ ପରିଣତ କରିବାକୁ ଯାଇ କିଛି ଭିନ୍ନ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସମାଲୋଚନାର ଶିକାର ହେଲେ ମଧ୍ୟ ସେ କିନ୍ତୁ ପଶ୍ଚାତାପ କରୁ ନ ଥାନ୍ତି।

Advertisment

ଏହି ମହିଳାଜଣକ ନିଜ ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବାକୁ ଯାଇ ଇଣ୍ଟରନେଟ ସେନସେସନ ପାଲଟି ଯାଇଛନ୍ତି। ଜାଣନ୍ତି  କେଉଁ ଗୁଣ ତାଙ୍କୁ ଲୋକପ୍ରିୟତାର ଶିର୍ଷରେ ପହଞ୍ଚାଇ ଦେଇଛନ୍ତି। ନରୱେ ଦେଶର ଆୟଲା କ୍ରିଷ୍ଟିନ ନାମ୍ନୀ ଏହି ମହିଳାଙ୍କର ବିଶେଷତ୍ୱ ହେଉଛି ସେ, ୨ ହାତକୁ ମାଟିରେ ଲଗାଇ ଘୋଡା ପରି କ୍ଷୀପ୍ର ବେଗରେ ଦୌଡି ପାରନ୍ତି। ଏହାସହ ସେ ବାଡବନ୍ଧ ମଧ୍ୟ ଖୁବ୍‌ ସହଜରେ ଅତିକ୍ରମ କରି ପାରନ୍ତି।  ଭିଡିଓରେ ସେ ଏକ କ୍ଷେତରେ ଖୁବ୍‌ ଦ୍ରୁତ ବେଗରେ ଘୋଡା ପରି ଧାଁଦୌଡ କରୁଥିବା ଦେଖାଯାଉଛି।

Advertisment

ଥରେ ଏକ ସାକ୍ଷାତକାରରେ କ୍ରିଷ୍ଟିନ କହିଲେ ଯେ, ମୁଁ ୪ ବର୍ଷର ଥିବା ବେଳେ ମୋତେ କୁକୁର ବହୁତ ପସନ୍ଦ ଥିଲେ। କିନ୍ତୁ କିଛି ଦିନ ପରେ ମୋତେ ଘୋଡାଙ୍କ ଗୁଣ ଭଲ ଲାଗିଲା। ସେମାନଙ୍କୁ ଦେଖି ମୁଁ ଯାହା ଦେଖିଲି, ତାହା ନିଜ ଦୈନଦିନ ଆଚରଣରେ ପ୍ରତିଫଳନ କଲି। ଫଳରେ ଏହା ମୋର ଅଭ୍ୟାସରେ ପରିଣତ ହୋଇଗଲା। ଏବଂ ସେମାନେ ଆଖି ପିଛୁଳାକେ ଦୌଡି ପଳାଉଥିବା ବେଳେ ମୁଁ ମଧ୍ୟ ଏହାକୁ ଅନୁସରଣ କରି ଦୈନଦିନ ଅଭ୍ୟାସ ଜାରି ରଖିଲି। ଫଳରେ ଏବେ ମୁଁ  ଘୋଡା ପରି ଦୌଡିବାରେ କିଛି ମାତ୍ରାରେ ସଫଳ ହୋଇଥିବା ଅନୁଭବ କରୁଛି।

କ୍ରିଷ୍ଟିନ ନିଜର ଏହି ଅଭିନବ କଳା ସମ୍ପର୍କରେ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିବା ପରେ ଏହା ଲୋକଲୋଚନକୁ ଆସିଥିଲା। ତାଙ୍କ ଏହି ଭିଡିଓ ଉପରେ ବହୁ କମେଣ୍ଟ ମଧ୍ୟ ଆସିଲା। ତେଣୁ ସେ ବହୁ ଭିଡିଓ ନିଜ ଆକାଉଣ୍ଟରୁ ଡିଲିଟ ମଧ୍ୟ କରି ସାରିଛନ୍ତି।

https://www.instagram.com/p/ByqPEl3HlxN/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe