b
ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡ଼ିଓରେ ଯାହା ଦେଖିବାକୁ ମିଳୁଛି ଜଣେ ୱାଇଲ୍ଡଲାଇଫ୍ ଫଟୋଗ୍ରାଫରଙ୍କର ଚିତା ବାଘ ସହ ଭେଟ ହେଉଛି। ବାଘଟି ଫଟୋଗ୍ରାଫରଙ୍କ ସାମ୍ନାକୁ ଆସୁଛି ଓ ତାଙ୍କ ଗୋଡ଼କୁ ରାମ୍ପୁଡୁଛି। ସେ କିଛି ସମୟ ଫଟୋଗ୍ରାଫରଙ୍କ ସହ ରହୁଛି। କିନ୍ତୁ ତାଙ୍କର କିଛି କ୍ଷତି କରୁନାହିଁ। ଘଟଣାଟି ଘଟିଛି ଦକ୍ଷିଣ ଆଫ୍ରିକାରେ। ଫଟୋଗ୍ରାଫର ଡିଲନ୍ ନେଲ୍ସନ୍ ଚିତାବାଘର ଫଟୋ ଉଠାଇବାକୁ ସାବି ସାଣ୍ଡସ୍ ନେଚର ରିଜର୍ଭ ନ୍ୟାସନାଲ୍ ପାର୍କକୁ ଯାଇଥିଲେ। ସେଠାରେ ସେ ୧୦ମାସର ଚିତାବାଘର ଗତିବିଧିକୁ କ୍ୟାମେରା ଲେନସ୍ରେ କଏଦ କରିବାକୁ ଚେଷ୍ଟା କରିଥିଲେ। ସେ ସମୟରେ ଛୁଆ ଚିତାବାଘଟି ଡିଲନ୍ଙ୍କ ନିକଟକୁ ଚାଲିଆସିଥିଲା।ଚିତାବାଘଟିକୁ ପାଖରେ ପାଇଁ ଡିଲନ୍ ଆଦୌ ବିଚଳିତ ହୋଇ ନଥିଲେ କିମ୍ବା ସେହି ସ୍ଥାନ ଛାଡ଼ି ଯାଇ ନଥିଲେ।
ଡିଲନ୍ଙ୍କ କହିବା ଅନୁଯାୟୀ, ସେ ବହୁଦିନ ଧରି ଏହି ପାର୍କରେ କାମ କରିଆସିଛନ୍ତି। ଏଠାକାର ବନ୍ୟଜନ୍ତୁ ମାନଙ୍କର ଆଚରଣ ଓ ଗତି଼ବିଧି ବିଷୟରେ ସେ କିଛି ମାତ୍ରାରେ ଜାଣନ୍ତି। ଚିତାବାଘଟି ଆସିବା ପରେ ତାଙ୍କ ବୁଟ୍କୁ ବେଶ୍ କିଛି ସମୟ ଦେଖିଥିଲା। ଏମିତିକି ସେ ବୁଟ୍କୁ ରାମ୍ପୁଡ଼ି ଥିଲା ଓ ତା'ପରେ ଫେରିଯାଇଥିଲା।
ଡିଲନ୍ ଚିତାବାଘର ଗତିବିଧିକୁ ଅତିନିକଟରୁ କ୍ୟାମେରାରେ କଏଦ୍ କରିବାକୁ ଚାହୁଁଥିବାରୁ ସେ ସେହି ସ୍ଥାନରୁ ହଟି ନଥିଲେ। ଚିତା ବାଘକୁ ପାଖରେ ପାଇ ସେ ଯେତିକି ଡରି ନଥିଲେ ତାଠୁ ଅଧିକ ଉତ୍ସାହିତ ଥିଲେ। ସେ ଦେଖିବାକୁ ଚାହୁଁଥିଲେ ଯେ ଚିତାବାଘଟି ଆଗକୁ କ’ଣ ସବୁ କରିବାକୁ ଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/b-2.jpg)