କପି ରୋକିବାର ନୂଆ ଫର୍ମୂଲ! ପିଲାଙ୍କ ମୁଣ୍ଡରେ ପେଟି ପୁରାଇଲେ ଶିକ୍ଷକ

ନୂଆଦିଲ୍ଲୀ: ପରୀକ୍ଷା ହଲ୍‌ରେ ପିଲାମାନେ କପି କରନ୍ତି। କପି କରିବାର ବିଭିନ୍ନ ମାଧ୍ୟମ ରହିଛି। କାଗଜରେ ଉତ୍ତର ଲେଖି ନେଇ କଛି ପିଲା ପରୀକ୍ଷା ହଲ୍‌ରେ କପି କରୁଥିବା ବେଳେ କିଛି ପିଲା ହାତରେ ଲେଖି ନେଇ କପିକରନ୍ତି ତ ଆଉ କିଛି ପିଲା ମାଇକ୍ରୋ ଜେରକ୍ସ ନେଇ କପି କରନ୍ତି। ଆଉ ଯଦି କିଛି କପି ନନେଇ ପାରିଲ ତେବେ ସବୁଠୁ ସହଜ ଉପାୟ ହେଉଛି ପରୀକ୍ଷା ହଲ୍‌ରେ ଅନ୍ୟ ପରୀକ୍ଷାର୍ଥୀ ବା ସହପାଠୀଙ୍କଠାରୁ ଉତ୍ତର […]

qwqwqw

qwqwqw

Biswobandita Swain
  • Published: Saturday, 07 September 2019
  • Updated: 07 September 2019, 02:00 PM IST

Sports

Latest News

ନୂଆଦିଲ୍ଲୀ: ପରୀକ୍ଷା ହଲ୍‌ରେ ପିଲାମାନେ କପି କରନ୍ତି। କପି କରିବାର ବିଭିନ୍ନ ମାଧ୍ୟମ ରହିଛି। କାଗଜରେ ଉତ୍ତର ଲେଖି ନେଇ କଛି ପିଲା ପରୀକ୍ଷା ହଲ୍‌ରେ କପି କରୁଥିବା ବେଳେ କିଛି ପିଲା ହାତରେ ଲେଖି ନେଇ କପିକରନ୍ତି ତ ଆଉ କିଛି ପିଲା ମାଇକ୍ରୋ ଜେରକ୍ସ ନେଇ କପି କରନ୍ତି। ଆଉ ଯଦି କିଛି କପି ନନେଇ ପାରିଲ ତେବେ ସବୁଠୁ ସହଜ ଉପାୟ ହେଉଛି ପରୀକ୍ଷା ହଲ୍‌ରେ ଅନ୍ୟ ପରୀକ୍ଷାର୍ଥୀ ବା ସହପାଠୀଙ୍କଠାରୁ ଉତ୍ତର ବୁଝି ଲେଖିବା। ଯାହାର ସମାଧାନ କରିବା ପାଇଁ ମେକ୍ସିକୋର ଜଣେ ଶିକ୍ଷକ ଏକ ନିଆରା ଉପାୟ ଆପଣାଇଛନ୍ତି।

ମେକ୍ସିକୋର ତ୍ଲାକ୍ସାଲା ସହରର ଏକ ସ୍କୁଲ୍‌ରେ ପିଲାମାନଙ୍କୁ କପି କରିବାରୁ ଅଟକାଇବା ପାଇଁ ଛାତ୍ରଙ୍କ ମୁଣ୍ଡରେ ପେଟି ବକ୍ସ ପୂରେଇ ପରୀକ୍ଷା ହଲ୍‌କୁ ଛାଡ଼ୁଛନ୍ତି ଶିକ୍ଷକ। ଏହି ପେଟିଟି ପିଲାମାନଙ୍କ ମୁଣ୍ଡରେ ପରୀକ୍ଷା ସରିବା ପର୍ଯ୍ୟନ୍ତ ରହିବ। ଏହି ଚାରି କୋଣିଆ ପେଟିରେ କେବଳ ମୁହଁ ଆଖି ଆଉ ନାକ ଭାଗଟି ଖୋଲା ରଖାଯାଇଛି। ଏମିତି କରିବା ଦ୍ୱାରା ପିଲାମାନେ ଆଉ କାହାଠୁ ଦେଖିକି ଲେଖିପାରିବେନି।

ତେବେ ପିଲାଙ୍କ ଏମିତି ଅବସ୍ଥା ଦେଖି ଅଭିଭାବକମାନେ ଆକ୍ରୋଶ ପ୍ରକାଶ କରିଛନ୍ତି। ଏସବୁ ଭୁଲ୍‌ ହେଉଛି କହି ନୈତିକତା ଦୃଷ୍ଟିରୁ ସେମାନେ ସ୍କୁଲ୍‌ର ଶିକ୍ଷକ ଲୁଇସ୍‌ ଜୁଆରେଜ୍‌ ରେକ୍ସିସ୍‌ଙ୍କୁ ନିଲମ୍ବିତ କରିବା ପାଇଁ ଦାବି କରିଛନ୍ତି। କାରଣ ଲୁଇସ୍‌ କପି ଅଟକାଇବା ପାଇଁ ପିଲାଙ୍କ ମୁଣ୍ଡରେ ପେଟି ପୂରାଇଥିଲେ।

ସେପଟେ ସ୍କୁଲ୍‌ର ଫେସ୍‌ବୁକ୍‌ ପେଜ୍‌ରେ ଏହା ପିଲାଙ୍କ ମନୋବୈଜ୍ଞାନିକ ବିକାଶ ପାଇଁ ଏକ ବ୍ୟାୟାମ ବୋଲି କୁହାଯାଇଛି। ପିଲାମାନେ ଅନୁମତି ଦେବା ପରେ ସେମାନଙ୍କ ମୁଣ୍ଡରେ ପେଟି ପୂରା ଯାଇଥିଲା ବୋଲି ସ୍କୁଲ୍‌ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos