Advertisment

ସାରା ବିଶ୍ୱରେ ଟ୍ୱିଟର ସେବା ଠପ୍

ନୂଆଦିଲ୍ଲୀ: ଶନିବାର ଅଚାନକ ଟ୍ୱିଟର ଠପ୍ ହୋଇପଡ଼ିଛି। ୧୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଟ୍ୱିଟର ୟୁଜର ଏଭଳି ଅସୁବିଧାର ସାମ୍ନା କରିଛନ୍ତି। ଗତ ସପ୍ତାହରେ ଶୁକ୍ରବାର ଦିନ ମଧ୍ୟ ଟ୍ୱିଟର ସେବା ଠପ୍ ହୋଇପଡ଼ିବାରୁ ଲୋକମାନେ ଟ୍ୱିଟ୍ କରିପାରିନଥିଲେ। ତେବେ ଏହି ସମସ୍ୟା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଯାହାକି କୋଟି କୋଟି ଟ୍ୱିଟର ୟୁଜରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ଏବେ କିଛି କିଛି ଟ୍ୱିଟର ୟୁଜର […]

ଅଦ୍ୟତନ ହୋଇଛି
ପ୍ରାୟ ୧୨ଶହ ଆକାଉଣ୍ଟ ହଟାଇବାକୁ ଟ୍ୱିଟରକୁ ସରକାରଙ୍କ ନୋଟିସ

twitter

Advertisment

ନୂଆଦିଲ୍ଲୀ: ଶନିବାର ଅଚାନକ ଟ୍ୱିଟର ଠପ୍ ହୋଇପଡ଼ିଛି। ୧୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଟ୍ୱିଟର ୟୁଜର ଏଭଳି ଅସୁବିଧାର ସାମ୍ନା କରିଛନ୍ତି। ଗତ ସପ୍ତାହରେ ଶୁକ୍ରବାର ଦିନ ମଧ୍ୟ ଟ୍ୱିଟର ସେବା ଠପ୍ ହୋଇପଡ଼ିବାରୁ ଲୋକମାନେ ଟ୍ୱିଟ୍ କରିପାରିନଥିଲେ। ତେବେ ଏହି ସମସ୍ୟା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଯାହାକି କୋଟି କୋଟି ଟ୍ୱିଟର ୟୁଜରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ଏବେ କିଛି କିଛି ଟ୍ୱିଟର ୟୁଜର ଟ୍ୱିଟ୍ କରିପାରୁଥିବା ଦେଖିବାକୁ ମିଳିଛି।

Advertisment

ମୁଖ୍ୟତଃ ଏଭଳି ସମସ୍ୟା ଟ୍ୱିଟରର ଯାନ୍ତ୍ରିକ ତ୍ରୁଟି ପାଇଁ ହୋଇଥିବା କୁହାଯାଉଛି। ତେବେ ଡେସ୍କଟପରେ ଟ୍ୱିଟର ଆକାଉଣ୍ଟ ସ୍ୱୟଂଚାଳିତ ଭାବରେ ଲଗ ଆଉଟ ହୋଇଯାଇଥିବା ବେଳେ ଆଣ୍ଡ୍ରୋଏଡ ଏବଂ ଆଇଫୋନ ୟୁଜରଙ୍କୁ କୌଣସି ଅସୁବିଧା ସାମ୍ନା କରିବାକୁ ପଡ଼ିନଥିଲା ବୋଲି ଜଣାପଡ଼ିଛି। ତେଣୁ ଏହି ସମସ୍ୟା କେବଳ ଡେସ୍କଟପରେ ସୀମିତ ଥିଲା ବୋଲି କୁହାଯାଉଛି। ଏହାପୂର୍ବରୁ ଏପ୍ରିଲ ୧୭ ସକାଳ ୬ଟା ୨୧ରେ ଟ୍ଵିଟ ସେବା ଠପ୍ ହୋଇଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe