Advertisment

ସୁପର୍ ମାର୍କେଟ୍‌ରେ ମହିଳାଙ୍କ ହଙ୍ଗାମା, ଭାଙ୍ଗିଦେଲେ ୫୦୦ ମଦ ବୋତଲ

ବ୍ରିଟେନର ହର୍ଟଫୋର୍ଡଶାୟର ଏକ ସୁପର୍ ମାର୍କେଟରେ ଜଣେ ମହିଳା ଖୁବ୍ ହଙ୍ଗାମା କରିଛନ୍ତି। ସେ ଷ୍ଟୋରର ଆଲମାରୀରେ ରଖାଯାଇଥିବା ୫୦୦ ମଦ ବୋତଲ ଭାଙ୍ଗି ଦେଇଛନ୍ତି। ମଦ ବୋତଲ ଭାଙ୍ଗୁଥିବାର ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। ରିପୋର୍ଟ ମୁତାବକ, ମହିଳା ଜଣକ ପାଖାପାଖି ୫ ମିନିଟ୍ ଧରି ଷ୍ଟୋର୍‌ରେ ହଙ୍ଗାମା କରିଥିଲେ। ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ରାଗିକି ମଦ, ବିୟର ଏବଂ ଅନ୍ୟ ସ୍ପିରିଟ୍ ଥିବା ବୋତଲଗୁଡ଼ିକ ଭାଙ୍ଗୁଛନ୍ତି। ତେବେ […]

ଅଦ୍ୟତନ ହୋଇଛି
ସୁପର୍ ମାର୍କେଟ୍‌ରେ ମହିଳାଙ୍କ ହଙ୍ଗାମା, ଭାଙ୍ଗିଦେଲେ ୫୦୦ ମଦ ବୋତଲ

500

Advertisment

ବ୍ରିଟେନର ହର୍ଟଫୋର୍ଡଶାୟର ଏକ ସୁପର୍ ମାର୍କେଟରେ ଜଣେ ମହିଳା ଖୁବ୍ ହଙ୍ଗାମା କରିଛନ୍ତି। ସେ ଷ୍ଟୋରର ଆଲମାରୀରେ ରଖାଯାଇଥିବା ୫୦୦ ମଦ ବୋତଲ ଭାଙ୍ଗି ଦେଇଛନ୍ତି। ମଦ ବୋତଲ ଭାଙ୍ଗୁଥିବାର ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି।

Advertisment

ରିପୋର୍ଟ ମୁତାବକ, ମହିଳା ଜଣକ ପାଖାପାଖି ୫ ମିନିଟ୍ ଧରି ଷ୍ଟୋର୍‌ରେ ହଙ୍ଗାମା କରିଥିଲେ। ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ରାଗିକି ମଦ, ବିୟର ଏବଂ ଅନ୍ୟ ସ୍ପିରିଟ୍ ଥିବା ବୋତଲଗୁଡ଼ିକ ଭାଙ୍ଗୁଛନ୍ତି। ତେବେ ମହିଳା ଜଣକ କାହିଁକି ଏମିତି ହଙ୍ଗାମା କଲେ, ତାହା ଜଣାପଡ଼ିନାହିଁ। ଘଟଣା ପରେ ମହିଳାଙ୍କୁ ସୁରକ୍ଷାକର୍ମୀ ବାହାରକୁ ନେଇଯାଇଥିଲେ।

https://twitter.com/bigangrylaw/status/1332237974063476737?s=20

ଯେତେବେଳେ ଦୋକାନୀ ମହିଳାଙ୍କୁ ଶାନ୍ତ କରାଇବା ପ୍ରୟାସ କରୁଥିଲେ, ମହିଳା ଜଣକ ଦୋକାନୀଙ୍କ ଆଡ଼କୁ ବୋତଲ ଫୋପାଡ଼ିଥିଲେ। ଗିରଫ ହେବା ପୂର୍ବରୁ ମହିଳା ଭାଙ୍ଗିଯାଇଥିବା ବୋତଲ ଉପରେ ଖସି ପଡ଼ିଥିଲେ, ଯେଉଁଥିରେ ତାଙ୍କର ଡାହାଣ ହାତରେ ଆଘାତ ଲାଗିଥିଲା। ମହିଳାଙ୍କୁ ପରେ ପୁଲିସ୍ ଗିରଫ କରିଥିଲା। ତେବେ ହାତରେ ଆଘାତ କାରଣରୁ ତାଙ୍କୁ ସର୍ବପ୍ରଥମେ ହସ୍ପିଟାଲ ନିଆଯାଇଥିଲା ଏବଂ ଚିକିତ୍ସା କରାଯାଇଥିଲା।

Advertisment

ଜଣେ ଟୁଇଟର ବ୍ୟବହାରକାରୀ ଏହି ଭିଡିଓ ଶେଆର୍ କରି ପଚାରିଛନ୍ତି, ପୁଲିସ୍ କାହିଁକି ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଉନାହିଁ। ଏପରିକି ଷ୍ଟୋର ମ୍ୟାନେଜର କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe