Advertisment

ମଦ ଦୋକାନରେ ପଶି ପଥର ଫିଙ୍ଗିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ

ଭୋପାଳ: ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ଆଜି ଏକ ମଦ ଦୋକାନରେ ପଶି ଭଙ୍ଗାରୁଜା କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ। ସେ ମଦ ଦୋକାନ ଭିତରେ ପଥର ଫିଙ୍ଗିଥିବା ଦେଖିବାକୁ ମିଳିଥିଲା। ଉମା କହିଛନ୍ତି, ବରଖେଡ଼ା ପଠାନି ଅଞ୍ଚଳରେ ଶ୍ରମିକଙ୍କ କଲୋନୀରେ ଅନେକ ମଦ ଦୋକାନ ଖୋଲା ଯାଇଛି। ଫଳରେ ରୋଜଗାର କରୁଥିବା ସମସ୍ତ ଅର୍ଥକୁ ଶ୍ରମିକମାନେ ମଦ ପିଇ ଉଡ଼ାଇ ଦେଉଛନ୍ତି। ଶ୍ରମିକ କଲୋନୀର ମହିଳା ଓ […]

ମଦ ଦୋକାନରେ ପଶି ପଥର ଫିଙ୍ଗିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ

Uma

Advertisment

ଭୋପାଳ: ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ଆଜି ଏକ ମଦ ଦୋକାନରେ ପଶି ଭଙ୍ଗାରୁଜା କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ। ସେ ମଦ ଦୋକାନ ଭିତରେ ପଥର ଫିଙ୍ଗିଥିବା ଦେଖିବାକୁ ମିଳିଥିଲା।

Advertisment

ଉମା କହିଛନ୍ତି, ବରଖେଡ଼ା ପଠାନି ଅଞ୍ଚଳରେ ଶ୍ରମିକଙ୍କ କଲୋନୀରେ ଅନେକ ମଦ ଦୋକାନ ଖୋଲା ଯାଇଛି। ଫଳରେ ରୋଜଗାର କରୁଥିବା ସମସ୍ତ ଅର୍ଥକୁ ଶ୍ରମିକମାନେ ମଦ ପିଇ ଉଡ଼ାଇ ଦେଉଛନ୍ତି। ଶ୍ରମିକ କଲୋନୀର ମହିଳା ଓ ଆଖପାଖ ଲୋକେ ଦୀର୍ଘ ବର୍ଷ ହେଲା ଏହି ମଦ ଦୋକାନ ଗୁଡ଼ିକୁ ବନ୍ଦ କରିବାକୁ ଦାବି କରି ଆସୁଛନ୍ତି। ସ୍ଥାନୀୟ ପ୍ରଶାସନ ବର୍ଷ ବର୍ଷ ଧରି ମଦ ଦୋକାନ ଗୁଡ଼ିକୁ ଉଠାଇ ଦିଆଯିବ ବୋଲି କେବଳ ପ୍ରତିଶ୍ରୁତି ଦେଇ ଆସୁଛି। କିନ୍ତୁ କେବେ ତାହାକୁ କାର୍ଯ୍ୟକାରୀ କରୁନି। ଆଜି ମୁଁ ସ୍ଥାନୀୟ ପ୍ରଶାସନକୁ ଏକ ସପ୍ତାହ ସମୟ ଦେଇଛି। ସେହି ସମୟ ମଧ୍ୟ ଏହି ଅଞ୍ଚଳରୁ ମଦ ଦୋକାନା ଉଠାଇବାକୁ କହିଛି।

ମଧ୍ୟ ପ୍ରଦେଶରେ ମଦ ଉପରେ ବ୍ୟାନ ଲଗାଇବାକୁ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି ଉମା। ଗତ ବର୍ଷ ସେ କହିଥିଲେ ଯେ ୨୦୨୨ ଜାନୁଆରୀ ୧୫ ତାରିଖ ସୁଦ୍ଧା ଯଦି ରାଜ୍ୟରେ ମଦକୁ ବ୍ୟାନ୍ କରା ନଯିବ, ତା’ହେଲେ ସେ ବାଡ଼ି ଧରି ରାସ୍ତାକୁ ଓହ୍ଲାଇବେ।

Advertisment

ଅନ୍ୟପକ୍ଷରେ ଉମାଙ୍କର ଏହି ଡେଡ୍‌ଲାଇନ୍‌ର ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ମଦ ଦାମ୍‌କୁ ଆହୁରି ଶସ୍ତା କରି ଦେଇଥିଲେ। ବିଦେଶୀ ମଦ ଉପରେ ଏକ୍ସସାଇଜ୍ ଡ୍ୟୁଟିକୁ ୧୦ରୁ ୧୩ ପ୍ରତିଶତ ହ୍ରାସ କରି ଦେଇଛନ୍ତି ସରକାର। ଏମିତିକି ମଦ ଦୋକାନ ଗୁଡ଼ିକୁ ଉଭୟ ଦେଶୀ ଓ ବିଦେଶୀ ମଦ ବିକ୍ରି କରିବାକୁ ବି ଅନୁମତି ଦିଆଯାଇଛି। ଏବେ ମଧ୍ୟ ପ୍ରଦେଶରେ ୨,୫୪୪ଟି ଦେଶୀ ଓ ୧,୦୬୧ଟି ବିଦେଶୀ ମଦ ଦୋକାନ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe