ନାଚୁ ନାଚୁ ଟଳି ପଡ଼ିଲେ ବ୍ୟକ୍ତି, କାନ୍ଦ ବୋବାଳିରେ ଫାଟିଲା ପରିବେଶ

ନୂଆଦିଲ୍ଲୀ:  ଖୁସିରେ ଝୁମୁଥିଲା ପୂରା ପରିବେଶ । ବିବାହ ସମାରୋହରେ ଆୟୋଜିତ ହୋଇଥିଲା ଗ୍ରାଣ୍ଡ ପାର୍ଟି। ଗୀତର ତାଳେ ତାଳେ ନାଚୁଥିଲେ ପିଲାଠୁ ବଡ଼ ସମସ୍ତେ। ମାତ୍ର ଖୁସିର ମାହୋଲରେ ହଠାତ୍‌ ଛାଇଗଲା ନୀରବତା। କାନ୍ଦ ବୋବାଳିରେ ଫାଟି ପଡ଼ିଲା ପରିବେଶ। ନାଚରେ ମାତିଥିବା ଜଣେ ବୟସ୍କ ବ୍ୟକ୍ତି ହଠାତ୍‌ ଟଳି ପଡ଼ିଲେ। ଏହାପରେ ପରୀକ୍ଷା କରିବାରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଲା। ଫଳରେ ଖୁସିର କୋଳାହଳରେ ଫାଟି ପଡ଼ୁଥିବା ପରିବେଶରେ ସଙ୍ଗେ ସଙ୍ଗେ ଘୋଟିଗଲା […]

viral video

Niharika Rout
  • Published: Saturday, 28 May 2022
  • , Updated: 28 May 2022, 09:43 AM IST

ନୂଆଦିଲ୍ଲୀ:  ଖୁସିରେ ଝୁମୁଥିଲା ପୂରା ପରିବେଶ । ବିବାହ ସମାରୋହରେ ଆୟୋଜିତ ହୋଇଥିଲା ଗ୍ରାଣ୍ଡ ପାର୍ଟି। ଗୀତର ତାଳେ ତାଳେ ନାଚୁଥିଲେ ପିଲାଠୁ ବଡ଼ ସମସ୍ତେ। ମାତ୍ର ଖୁସିର ମାହୋଲରେ ହଠାତ୍‌ ଛାଇଗଲା ନୀରବତା। କାନ୍ଦ ବୋବାଳିରେ ଫାଟି ପଡ଼ିଲା ପରିବେଶ। ନାଚରେ ମାତିଥିବା ଜଣେ ବୟସ୍କ ବ୍ୟକ୍ତି ହଠାତ୍‌ ଟଳି ପଡ଼ିଲେ। ଏହାପରେ ପରୀକ୍ଷା କରିବାରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଲା। ଫଳରେ ଖୁସିର କୋଳାହଳରେ ଫାଟି ପଡ଼ୁଥିବା ପରିବେଶରେ ସଙ୍ଗେ ସଙ୍ଗେ ଘୋଟିଗଲା ଦୁଃଖର କଳା ବାଦଲ । ଏହି ଘଟଣା କେଉଁଠି ହୋଇଛି ଜଣାପଡ଼ି ନ ଥିବା ବେଳେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଆପଣ ଦେଖିପାରିବେ ଯେ ବିବାହ କାର୍ଯ୍ୟ ଚାଲିଛି ଏବଂ କିଛି ଲୋକ ଡ୍ୟାନ୍ସ ଫ୍ଲୋରରେ ନାଚୁଛନ୍ତି । କିଛି ମହିଳାଙ୍କ ସହ ବ୍ୟକ୍ତିଜଣକ ବି  ଡ୍ୟାନ୍ସ ଫ୍ଲୋରରେ ଗୀତର ତାଳେତାଳେ ନାଚୁଥିଲେ।   ବ୍ୟକ୍ତିଜଣକ ବେଶ୍‌ ଖୁସି ଜଣା ପଡ଼ୁଥିବା ବେଳେ ରାଜେଶ ଖାନ୍ନାଙ୍କ ହିଟ୍‌ ଗୀତ 'ବଦାନ ପେ ସୀତାରେ ଲପେଟେ ହୁଏ'  ଗୀତର ତାଳେ ତାଳେ ନାଚଥିଲେ।

କିଛି ସମୟ ନାଚିବା ପରେ ବେଳେ ହଠାତ୍ ଅସ୍ୱସ୍ତିକର ଅନୁଭବ କରିବାରୁ ବ୍ୟକ୍ତିଜଣକ ବସି ପଡ଼ିଥିଲେ। ଏହାପରେ ଚାହୁଁ ଚାହୁଁ ସେ ସେହିଠାରେ ହିଁ ଟଳି ପଡ଼ିଲେ।  ନିକଟ ସମ୍ପର୍କୀୟ ତାଙ୍କୁ ତୁରନ୍ତ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି । ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ସୋଶାଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଖୁବ୍ କମ୍ ଲୋକ ଏହିପରି ହସି ହସି ଚାଲି ଯାଇଥାନ୍ତି, ସେମାନେ ପ୍ରକୃତରେ ଭାଗ୍ୟବାନ ” । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, "ଯାହା ଘଟିଲା ତାହା ଅତ୍ୟନ୍ତ ଖରାପ ଅଟେ। ବ୍ୟକ୍ତିଜଣକ ଖୁବ୍ଉ‌ ପଭୋଗ କରୁଥିଲେ, ହେଲେ ସହିପାରିଲେନି ଭଗବାନ" ।

Related story