ନୂଆଦିଲ୍ଲୀ: ଏବେ ସାରା ଦେଶରେ କରୋନା ମୁକାବିଲା ଚିନ୍ତା ଲାଗି ରହିଛି। ଗତକାଲି ‘ଜନତା କର୍ଫ୍ୟୁ’ ପାଳନ ପରେ ଏବେ ଦେଶର ଅଧିକାଂଶ ସ୍ଥାନରେ ଲକ୍ ଡାଉନ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ସ୍ଥଳେ ଘରେ ବସି ରହିବାକୁ ବିରକ୍ତ ଲାଗିବା ସ୍ୱାଭାବିକ। ତେବେ ଏହାର ସରଳ ସମାଧାନ ଆଣିଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସୋସିଆଲ ମିଡିଆରେ ଅନଲାଇନ ଅନ୍ତାକ୍ଷରୀ ଖେଳିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିରେ ସାମିଲ କରିଲଛନ୍ତି। ସ୍ମତିଙ୍କ ଏହି ଉପାୟ ସମସ୍ତଙ୍କ ମନକୁ ପାଇଥିବା ବେଳେ ବହୁ ଜଣାଶୁଣା ବ୍ୟକ୍ତିତ୍ୱ ମଧ୍ୟ ଏହି ଅନ୍ତାକ୍ଷରୀ ଖେଳରେ ସାମିଲ ହୋଇଥିଲେ।
Namaste @indiantweeter ji tech check 1,2,3 for #TwitterAntakshari 🙏join in one and join in all .. at 11 am we set the ball rolling 🙏
— Smriti Z Irani (@smritiirani) March 22, 2020
ପ୍ରକୃତରେ ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା 300 ଡେଇଁବା ପରଠାରୁ ଉଭୟ ସରକାର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଜନସାଧାରଣଙ୍କ ଭୟ ବଢ଼ିଯାଇଛି। ଏଭଳି ସ୍ଥଳେ ସଂକ୍ରମଣକୁ ରୋକିବା ଦିଗରେ ୧୪ ଘଣ୍ଟା ଧରି ଘରେ ରହିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେଇଥିଲେ। ତେବେ ଏଭଳି ଗମ୍ଭୀର ସ୍ଥିତିରେ ଭୟର ମାହୋଲକୁ ହାଲୁକା କରିବାକୁ ଟ୍ୱିଟରରେ ସ୍ମୃତି ଆୟୋଜିତ କରିଥିଲେ ଏକ ଅନ୍ତାକ୍ଷରୀ ଖେଳ।
We are a 130 crore family so tag karna mushkil hai ki next kaun gaana uthayega isiliye sing / tweet a song coz ye apni marzi wala #TwitterAntakshari hai ..
— Smriti Z Irani (@smritiirani) March 22, 2020
ରବିବାର ସ୍ମୃତି ପ୍ରଥମେ ଟ୍ୱିଟ୍ କରି ସକାଳ ୧୧ଟା ସମୟରେ ଅନ୍ତାକ୍ଷରୀରେ ଭାଗ ନେବାକୁ କହିଥିଲେ। ପରେ ପରେ ସେ ଆଉ ଏକ ଟ୍ୱିଟରେ ଲେଖିଥିଲେ, “ଆମ ପରିବାରରେ ୧୩୦ କୋଟି ସଦସ୍ୟ। ଏଣୁ କିଏ ପରବର୍ତ୍ତୀ ଗୀତ ଗାଇବ ତାହା ଟ୍ୟାଗ୍ କରିବା କଷ୍ଟକର ହେବ। ନିଜ ନିଜ ଗୀତ ଟ୍ୱିଟ୍ କରନ୍ତୁ। କାରଣ ଏହା ନିଜ ଇଚ୍ଛାରେ ହେଉଥିବା ଟ୍ୱିଟର ଅନ୍ତକ୍ଷରୀ ଅଟେ।”
Helloji! Antakshari is my favourite time pass activity! To main Zaroor contribute karna chahoonga...with my favourite song...
Lag ja gale ...ke phir ye haseen raat ho na ho...Shayad phir is janam mein mulakat ho na ho......ab aapki bari!!!! https://t.co/vklGuuVDdP— Karan Johar (@karanjohar) March 22, 2020
Lag jaa gale is the wrong song during #corona 🤦♀️🤦♀️🤦♀️🤦♀️
— Smriti Z Irani (@smritiirani) March 22, 2020
ସ୍ମୃତିଙ୍କ ଏଭଳି ଟ୍ୱିଟ୍ ପରେ କରନ ଜୋହର ଟ୍ୱିଟ୍ କରିଥିଲେ ଯେ, ଅନ୍ତାକ୍ଷରୀ ହେଉଛି ତାଙ୍କର ସବୁଠାରୁ ମନପସନ୍ଦର ଟାଇମପାସ୍ ଆକ୍ଟିଭିଟି। ଏହା ପରେ ସେ ନିଜ ମନପସନ୍ଦର ଗୀତ ‘ଲଗ ଯା ଗଲେ..କେ ଫିର୍ ୟେ ହସିନ୍ ରାତ ହୋ ନା ହୋ..’ ଗୀତଟି ଟ୍ୱିଟ୍ କରି ସ୍ମୃତିଙ୍କ ପାଇଁ ଗୀତ ଗାଇବା ପାଳି ଛାଡ଼ିଥିଲେ। ତେବେ ସ୍ମୃତି ଏହାର ଉତ୍ତରରେ ଟ୍ୱିଟ୍ କରିଥିଲେ, “କରୋନା ସମୟରେ ‘ଲଗ ଯା ଗଲେ..’ ଗୀତଟି ଉଚିତ୍ ନୁହେଁ।”
Joining @smritiirani ‘s #twitterAntakshri with one of my favourite songs!
Musafir Hoon Yaaron Na Ghar Hai Na Thikaana, Mujhe Chalte Jaana Hai... Bas Chalte Jaana 😄
keep the chain going guys! https://t.co/1j4BXGgDAr
— Ekta Kapoor (@ektarkapoor) March 22, 2020
ଏହି ଟ୍ୱିଟର ଅନ୍ତାକ୍ଷରୀରେ ଏକତା କପୁର ମଧ୍ୟ ଭାଗ ନେଇଥିଲେ। ସେ ନିଜ ମନପସନ୍ଦର ‘ମୁସାଫିର ହୁଁ ୟାରୋଁ...’ ଗୀତଟିକୁ ଟ୍ୱିଟ୍ କରିଥିଲେ। ପରେ ପରେ ପଲ୍ଲବୀ ଘୋଷ, ଶିଶିର ତ୍ରିପାଠୀ, ସୁହେଲ ସେଠଙ୍କ ଭଳି ଜଣାଶୁଣା ବ୍ୟକ୍ତିତ୍ୱମାନେ ମଧ୍ୟ ଅନ୍ତାକ୍ଷରୀରେ ଭାଗ ନେଇଥିଲେ। ଏପରି କି ଅନେକ ସାଧାରଣ ଟୁଇଟର ୟୁଜର୍ସମାନେ ମଧ୍ୟ ସ୍ମୃତିଙ୍କ ଏହି ଟୁଇଟର ଅନ୍ତାକ୍ଷରୀରେ ଭାଗ ନେଇଥିଲେ। ଅନେକେ ଗୀତ ଗାଇ ଭିଡିଓ କରି ଅନ୍ତାକ୍ଷରୀ ଖେଳିଥିଲେ। ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭାଇରାଲ ହୋଇଥିବା ଏବଂ ଚର୍ଚ୍ଚାରେ ରହିଥିବା ଗତକାଲିର ଏହି ଟୁଇଟର ଅନ୍ତାକ୍ଷରୀ ଉପରେ ଟିକେ ନଜର ପକାନ୍ତୁ।
@twitterantakshari -
Ruk jana nahin tu kahin haar ke .. Kaanton pe chalke
Milenge saaye bahaar ke
O raahi, o raahi...— pallavi ghosh (@_pallavighosh) March 22, 2020
यही कट जाएगा सफर साथ चलने से, की मंजिल आएगी नज़र साथ चलने से।#TwitterAntakshari
— Shishir Tripathi (@Shishir_SD) March 22, 2020
#twitterantakshri COROna virus rap song sung by little Shriyansh my cousin’s Son in Kolaveri STYLE playing His Guitar 🎸 pic.twitter.com/G9ptlU68NM
— Nisha rai (@nisharai_ggc) March 22, 2020
This is our current situation pic.twitter.com/hWZqrIuqWm
— PRATEEK BAHUGUNA (@bahuguna3287) March 22, 2020
ସୂଚନା ଯେ, ରବିବାର ସମସ୍ତ ଦେଶବାସୀ ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇ ଏହାକୁ ସଫଳ କରିଛନ୍ତି। ଏନେଇ ଗତ କାଲି ସକାଳ ୭ଟାରୁ ରାତି ୯ ଟା ପର୍ଯ୍ୟନ୍ତ ୧୪ ଘଣ୍ଟା ଧରି ଲୋକମାନେ ନିଜ ନିଜ ଘରେ ରହିଥିଲେ। ଜରୁରୀ ସେବା ବ୍ୟତୀତ ବାକି ସବୁକିଛି ବନ୍ଦ ରହିଥିଲା। ଏଭଳି ସ୍ଥଳେ ଲୋକଙ୍କୁ ସେଲ୍ଫ ଆଇସୋଲେଶନରେ ରହିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଦେଶର ବିଭିନ୍ନ ରାଜ୍ୟ ଓ ପ୍ରମୁଖ ସହରରେ ଲକ୍ ଡାଉନ୍ ପାଇଁ ଘୋଷଣା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।