Advertisment

ଟ୍ରାଫିକ୍‌ ଫାଇନ୍‌ରୁ ବଞ୍ଚିବା ପାଇଁ ନୂଆ ଉପାୟ

ଗାନ୍ଧିନଗର: ନୂଆ ମୋଟରଯାନ ଆଇନ୍‌କୁ ନେଇ ସାରା ଦେଶରେ ହଟଚମଟ ଦେଖିବାକୁ ମିଳୁଛି। ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କଲେ ଲୋକଙ୍କୁ ମୋଟା ଅଙ୍କର ଫାଇନ୍‌ ଦେବା ପାଇଁ ପଡୁଛି। ଗୁଜରାଟ ଭଦୋଦରାରେ ଜଣେ ବ୍ୟକ୍ତି ଟ୍ରାଫିକ୍‌ ଉଲ୍ଲଙ୍ଘନ ଫାଇନ୍‌ରୁ ନିଜକୁ ରକ୍ଷା କରିବା ପାଇଁ ଏକ ନୂଆ ନିୟମ ଆପଣାଇଛନ୍ତି। ବ୍ୟକ୍ତି ଜଣକ ହେଉଛନ୍ତି, ଇନସ୍ୟୁରାନ୍ସ ଏଜେଣ୍ଟ ରାମ ଶାହ। ରାମ ତାଙ୍କ ହେଲମେଟ୍‌ରେ ଗାଡ଼ିର ସମସ୍ତ କାଗଜପତ୍ର ଯେପରିକି ଲାଇସେନ୍ସ, ଆର୍‌ସି, ପଲ୍ୟୁସନ୍‌ ଓ ଇନସ୍ୟୁରାନ୍ସ […]

ଟ୍ରାଫିକ୍‌ ଫାଇନ୍‌ରୁ ବଞ୍ଚିବା ପାଇଁ ନୂଆ ଉପାୟ

t1

Advertisment

ଗାନ୍ଧିନଗର: ନୂଆ ମୋଟରଯାନ ଆଇନ୍‌କୁ ନେଇ ସାରା ଦେଶରେ ହଟଚମଟ ଦେଖିବାକୁ ମିଳୁଛି। ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କଲେ ଲୋକଙ୍କୁ ମୋଟା ଅଙ୍କର ଫାଇନ୍‌ ଦେବା ପାଇଁ ପଡୁଛି।

Advertisment

ଗୁଜରାଟ ଭଦୋଦରାରେ ଜଣେ ବ୍ୟକ୍ତି ଟ୍ରାଫିକ୍‌ ଉଲ୍ଲଙ୍ଘନ ଫାଇନ୍‌ରୁ ନିଜକୁ ରକ୍ଷା କରିବା ପାଇଁ ଏକ ନୂଆ ନିୟମ ଆପଣାଇଛନ୍ତି। ବ୍ୟକ୍ତି ଜଣକ ହେଉଛନ୍ତି, ଇନସ୍ୟୁରାନ୍ସ ଏଜେଣ୍ଟ ରାମ ଶାହ।

ରାମ ତାଙ୍କ ହେଲମେଟ୍‌ରେ ଗାଡ଼ିର ସମସ୍ତ କାଗଜପତ୍ର ଯେପରିକି ଲାଇସେନ୍ସ, ଆର୍‌ସି, ପଲ୍ୟୁସନ୍‌ ଓ ଇନସ୍ୟୁରାନ୍ସ ସାର୍ଟିଫିକେଟ୍‌କୁ ଲାମିନେସନ୍‌ କରି ଲଗାଇଛନ୍ତି। ରାମଙ୍କର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଏପରିକି ତାଙ୍କର ଏହି କାମ ପାଇଁ ଟ୍ରାଫିକ୍‌ ପୁଲିସମାନେ ମଧ୍ୟ ଖୁସିବ୍ୟକ୍ତ କରୁଛନ୍ତି।

Advertisment

ଏହାକୁ ନେଇ ରାମ ଶାହ କହିଛନ୍ତି, ସେ ପ୍ରତିଦିନ ତାଙ୍କ ବାଇକ୍‌ରେ ଯିବା ଆସିବା କରିଥାନ୍ତି। ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବା ପରେ ସେ ତାଙ୍କର ସମସ୍ତ ଡକ୍ୟୁମେଣ୍ଟସ୍‌ ହେଲମେଟ୍‌ରେ ଧରି ବୁଲୁଛନ୍ତି। ଏହା ଦ୍ୱାରା ରାସ୍ତାରେ ମୁଁ କୌଣସି ସମସ୍ୟାର ସମ୍ମୁଖୀନ ହେଉନାହିଁ ଏବଂ ଫାଇନ୍ ମଧ୍ୟ ଦେବାକୁ ପଡୁନାହିଁ।

publive-image

ନୂଆ ମୋଟରଯାନ ଆଇନ୍‌କୁ ଗୁଜରାଟରେ ମଧ୍ୟ କଡ଼ାକଡ଼ି ଭାବରେ ପାଳନ କରାଯାଉଛି। ନିକଟରେ ଗୁଜରାଟର ଜଣେ ପୁଲିସ ଅଧିକାରୀ ବିନା ହେଲମେଟ୍‌ରେ ବାଇକ୍‌ ଚଳାଉଥିବା ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ସେହି ଫଟୋର ଆଧାରରେ ଗୁଜରାଟ ପୁଲିସ ଅଧିକାରୀଙ୍କ ଉପରେ ୧୧୦୦ ଟଙ୍କା ଫାଇନ୍‌ ଲଗାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe