bull
ନୂଆଦିଲ୍ଲୀ: ସୋଶାଲ୍ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ୍ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତା ଉପରେ ଷଣ୍ଢ ସହ ଲଢ଼େଇ କରୁଥିବାର ଦେଖିବାକୁ ମିଳିଛି। ଷଣ୍ଢର ଶିଙ୍ଘକୁ ଧରି ଉକ୍ତ ବ୍ୟକ୍ତି ଜଣଙ୍କ ଜୋର୍ରେ ଠେଲାପେଲା କରୁଛନ୍ତି। ଷଣ୍ଢଟି ଜୋରରେ ଛାଟିପିଟି ହେବାର ମଧ୍ୟ ଦେଖିବାକୁ ମିଳିଛି। ଯୁବକ ଜଣକ ତାଙ୍କର ସମସ୍ତ ବଳ ପ୍ରୟୋଗ କରି ଷଣ୍ଢର ଶିଙ୍ଘକୁ ଦବେଇ ଚାଲିଛନ୍ତି। କିଛି ସମୟ ଧରି ଷଣ୍ଢ ଓ ଯୁବକଙ୍କ ମଧ୍ୟରେ ଏଭଳି ଲଢ଼େଇ ଚାଲୁଛି। ଏହାପରେ ଯୁବକ ଜଣକ ଷଣ୍ଢକୁ ଠେଲି କଚାଡି ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି। ଷଣ୍ଢ ଏବଂ ଯୁବକଙ୍କ ଏହି ଯୁଦ୍ଧ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ତେବେ ଭିଡ଼ିଓଟି କିଏ ଏବଂ କେଉଁ ସ୍ଥାନରେ ଉଠାଇଛନ୍ତି, ତାର କିଛି ସୂଚନା ମିଳିନାହିଁ।
ସୌଜନ୍ୟ- ୱାନ୍ ଇଣ୍ଡିଆ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/11/bull.jpg)