Advertisment

ୟାକୁ ଯେ କହିବ ବନ୍ଧୁତା: ଦିବ୍ୟାଙ୍ଗ ସାଙ୍ଗ ଖାଇ ପାରୁ ନଥିବାରୁ ତାକୁ ଖୁଆଉଛି ଆଉ ଜଣେ ସାଙ୍ଗ

ନୂଆଦିଲ୍ଲୀ: ଦୁନିଆରେ ବନ୍ଧୁତାଠୁ ବଡ଼ ସମ୍ପର୍କ କିଛି ନାହିଁ। ଏହି ସମ୍ପର୍କ ଏତେ ପବିତ୍ର ଯେ, ଏଥିରେ ଭେଦ-ଭାବ, ଭଲ-ମନ୍ଦ, ଉଚ୍ଚ -ନୀଚ୍ଚ କିଛି ନଥାଏ। ଯେଉଁଠି ବନ୍ଧୁତା ଥାଏ ସେଠି ଅନ୍ୟ କୌଣସି ସମ୍ପର୍କର ଆବଶ୍ୟକତା ହିଁ ନ ଥାଏ। କୁହାଯାଏ ବିପଦ ବା ଅସୁବିଧା ସମୟରେ ଯେଉଁ ବନ୍ଧୁ ସାହାଯ୍ୟ କରିଥାଏ ସେ ହିଁ ପ୍ରକୃତ ବନ୍ଧୁ। ଆମେ ବନ୍ଧୁତା ବିଷୟରେ ଏଥିପାଇଁ କହୁଛୁ କାରଣ ନିକଟରେ ବନ୍ଧୁତାକୁ ନେଇ ଏକ ଭିଡିଓ ସୋଶାଲ୍‌ […]

ଅଦ୍ୟତନ ହୋଇଛି
ୟାକୁ ଯେ କହିବ ବନ୍ଧୁତା: ଦିବ୍ୟାଙ୍ଗ ସାଙ୍ଗ ଖାଇ ପାରୁ ନଥିବାରୁ ତାକୁ ଖୁଆଉଛି ଆଉ ଜଣେ ସାଙ୍ଗ

z11

Advertisment

ନୂଆଦିଲ୍ଲୀ: ଦୁନିଆରେ ବନ୍ଧୁତାଠୁ ବଡ଼ ସମ୍ପର୍କ କିଛି ନାହିଁ। ଏହି ସମ୍ପର୍କ ଏତେ ପବିତ୍ର ଯେ, ଏଥିରେ ଭେଦ-ଭାବ, ଭଲ-ମନ୍ଦ, ଉଚ୍ଚ -ନୀଚ୍ଚ କିଛି ନଥାଏ। ଯେଉଁଠି ବନ୍ଧୁତା ଥାଏ ସେଠି ଅନ୍ୟ କୌଣସି ସମ୍ପର୍କର ଆବଶ୍ୟକତା ହିଁ ନ ଥାଏ। କୁହାଯାଏ ବିପଦ ବା ଅସୁବିଧା ସମୟରେ ଯେଉଁ ବନ୍ଧୁ ସାହାଯ୍ୟ କରିଥାଏ ସେ ହିଁ ପ୍ରକୃତ ବନ୍ଧୁ।

Advertisment

ଆମେ ବନ୍ଧୁତା ବିଷୟରେ ଏଥିପାଇଁ କହୁଛୁ କାରଣ ନିକଟରେ ବନ୍ଧୁତାକୁ ନେଇ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଦେଖିଲେ ଯେ, କୌଣସି ବ୍ୟକ୍ତିଙ୍କ ଆଖିରେ ଲୁହ ଜକେଇ ଆସିବ ନିଶ୍ଚୟ।

https://twitter.com/anita_chauhan80/status/1141212678054002689

ଟ୍ୱିଟର୍‌ରେ ଶେଆର୍‌ ହୋଇଥିବା ଏହି ୩୦ ସେକେଣ୍ଡର ଭିଡିଓରେ ଦେଖାଯାଉଛି ଯେ, ଗୋଟିଏ ସ୍କୁଲର ପିଲାମାନେ ଏକାଠି ବସି ଭୋଜନ କରୁଛନ୍ତି। ଏଥିରେ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ ନିଜ ହାତରେ ଖାଦ୍ୟ ଖୁଆଇ ଦେଉଥିବା ଦେଖାଯାଉଛି। ଥରେ ସେ ନିଜେ ଖାଉଛି ଏବଂ ଆଉ ଥରେ ପାଖରେ ବସିଥିବା ସାଙ୍ଗକୁ ଖୁଆଉଛି। କାରଣ ତା ସାଙ୍ଗ ଦିବ୍ୟାଙ୍ଗ ଥିବାରୁ ନିଜେ ଖାଇପାରୁ ନାହିଁ।

Advertisment

ଏହି ଭିଡିଓ ଭାଇରାଲ୍‌ ହେବା ସହ ଅନେକ ଶେଆର୍‌ ମଧ୍ୟ ହେଉଛି। କିନ୍ତୁ ସେଇ ଦୁଇ ସାଙ୍ଗଙ୍କ ବିଷୟରେ ଆଉ କିଛି ତଥ୍ୟ ମିଳିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe