Pigeon
ନୂଆଦିଲ୍ଲୀ: ଛୋଟ ପିଲା ଓ ପଶୁପକ୍ଷୀଙ୍କ ଭିଡିଓ ସାଧାରଣତଃ ସୋଶାଲ ମିଡିଆରେ ଅଧିକ ଭାଇରାଲ ହୋଇଥାଏ। ଏବେ ଭାଇରାଲ ହୋଇଥିବା ଭିଡିଓଟିରେ ଉଭୟ ଛୋଟ ପିଲା ଓ ପକ୍ଷୀ ରହିଛନ୍ତି। ଭିଡିଓଟି ଏତେ ହୃଦୟସ୍ପର୍ଶୀ ହୋଇଛି ଯେ ଏହା ଇଣ୍ଟରନେଟ୍ରେ ଭାଇରାଲ ହେବାରେ ଲାଗିଛି।
ଆଇଏଫଏସ୍ ଅଫିସର ସୁଶାନ୍ତ ନନ୍ଦ ଗୋଟିଏ ଭିଡିଓ ତାଙ୍କ ଟ୍ୱିଟର୍ରେ ପୋଷ୍ଟ କରିଛନ୍ତି। ଏଥିରେ ଜଣେ ଛୋଟ ପିଲା ଗୋଟିଏ ପାରାକୁ ପାଣି ପିଆଉ ଥିବା ବେଳର ଦୃଶ୍ୟ ରହିଛି। ପିଲାଟି ପାରାକୁ ପାଣି ପିଆଇବା ପାଇଁ ଗୋଟିଏ ଛୋଟିଆ ବାଲକନିରେ ବସିଛି। ଏହାପରେ ବାଲକନିରେ ଲାଗିଥିବା ଗ୍ରୀଲ୍ରେ ଗୋଟିଏ ଡଙ୍କିରେ ପାଣି ରଖି ସାମ୍ନା ଛାତରେ ବସିଥିବା ପାରା ଆଡ଼କୁ ବଢ଼ାଉଛି।
ପିଲାଟି ଯଥା ସମ୍ଭବ ଡଙ୍କିରେ ଥିବା ପାଣି କେମିତି ପାରାଟିର ମୁହଁ ପାଖରେ ପହଞ୍ଚିବ, ସେ ନେଇ ଜୋରଦାର ଉଦ୍ୟମ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ପାରା ପାଖରେ ଡଙ୍କିରେ ଥିବା ପାଣି ପହଞ୍ଚିବା ପରେ ସେ ସାମାନ୍ୟ ଭୟଭୀତ ହୋଇଥିଲା। ନିଜର ଡେଣା ମଧ୍ୟ ଝାଡ଼ିଥିଲା। କିନ୍ତୁ ଶେଷରେ ଡଙ୍କିରୁ ପାଣି ପିଇଥିଲା।
ସୁଶାନ୍ତ ଭିଡିଓକୁ ପୋଷ୍ଟ କରି ଲେଖିଛନ୍ତି, “ଦୟାଭାବ ଓ ବିଶ୍ୱାସ ଗୋଟିଏ ଭାଇ। ଭାଗବାନ ପିଲାଟିର ମଙ୍ଗଳ କରନ୍ତୁ।” ଭିଡିଓଟି ପୋଷ୍ଟ ହେବା ପରେ ଏହା ଇଣ୍ଟରନେଟ୍ରେ ଭାଇରାଲ ହେବାରେ ଲାଗିଛି। ଅନେକ ଟ୍ୱିଟର ବ୍ୟବହାରକାରୀ ଛୋଟ ପିଲାଟିର ଏଭଳି ସହାୟତାକୁ ପ୍ରଶଂସା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/Pigeon.jpg)