plastic
ନୂଆଦିଲ୍ଲୀ: ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପାଇଁ ବିପଦ ସାଜିଲାଣି। ପ୍ଲାଷ୍ଟିକ୍ ଓ ପଲିଥିନ୍ର ଅପକାରିତା ସଂପର୍କରେ ଲୋକେ ଅବଗତ ଥାଇ ସୁଦ୍ଧା ଏହାର ବ୍ୟବହାରରୁ କ୍ଷାନ୍ତ ହେଉ ନାହାନ୍ତି। ଏହା ଯେ କେବଳ ମଣିଷ ପାଇଁ ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିବ ତା’ନୁହେଁ, ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପାଇଁ ବି କାଳ ସାଜିବ। ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରୁ ଏହା ପ୍ରମାଣିତ ହେଉଛି। ଏହି ଭିଡିଓରେ ଏକ ମାଛ ପେଟରୁ ଅନେକ ପ୍ଲାଷ୍ଟିକ୍ ବାହାରୁଥିବା ଦେଖିବାକୁ ମିଳିଛି।
ୟାସମିନ୍ ସ୍କୋଟ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏହି ଭିଡିଓକୁ ଶେଆର କରିଛନ୍ତି। ସେ ଏହାର କ୍ୟାପସନ୍ରେ ଲେଖିଛନ୍ତି ‘ପେଟରେ ପ୍ଲାଷ୍ଟିକ୍ ଭର୍ତ୍ତି ଥିବା ଏକ ମାଛ ମିଳିଛି’।
ଜଣେ ୩୫ ବର୍ଷୀୟ ମତ୍ସ୍ୟଜୀବୀ ଦୁଇଟି ଅକ୍ଟୋପସ୍ ଓ ଗୋଟିଏ ମାଛ ଧରିଥିଲେ। ତେବେ ମାଛକୁ ଦେଖି ତାଙ୍କୁ ସେଥିରେ କିଛି ଅସ୍ୱାଭାବିକ ଲାଗିଲା। ମାଛ ପେଟ ଭିତରେ କିଛି ଥିବା ସେ ଅନୁମାନ କରିଥିଲେ। ତା’ପରେ ମାଛର ପେଟକୁ କାଟି ଦେଇଥିଲେ। ଆଉ ମାଛ ପେଟ ଭିତରରୁ ଅନେକ ଛୋଟ ଛୋଟ ଖଣ୍ଡ ପ୍ଲାଷ୍ଟିକ୍ ପାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/plastic.jpg)