Advertisment

ପର୍ଯ୍ୟଟକଙ୍କୁ ଗୋଡ଼ାଇଲା ସିଂହ, ଭିଡିଓ ଭାଇରାଲ୍‌

ବେଙ୍ଗାଲୁରୁ: ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ଗୋଡ଼ାଇଲା ସିଂହ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଲାରୀ ସ୍ଥିତ ଅଟଳ ବିହାରୀ ବାଜପେୟୀ ପ୍ରାଣୀ ଉଦ୍ୟାନରେ। ଏହି ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ଏବେ ଏହା ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି। ଏକ ମିନିଟ୍‌ର ଏହି ଭିଡିଓରେ ପର୍ଯ୍ୟଟକଙ୍କୁ ନେଇ ସଫାରୀ ଭିତରକୁ ଯାଇଥିବା ଗାଡ଼ିକୁ ସିଂହଟି ଅତି ଭୟଙ୍କର ଭାବେ ଗୋଡ଼ାଉ ଥିବା ଦେଖିବାକୁ ମିଳିଛି। ଗାଡ଼ିଟି ଦ୍ରୁତ ଗତିରେ ସେଠାରୁ ପଳାଇ ଯିବା […]

author-image
Jitendra Garnayak
ପର୍ଯ୍ୟଟକଙ୍କୁ ଗୋଡ଼ାଇଲା ସିଂହ, ଭିଡିଓ ଭାଇରାଲ୍‌

lion

ବେଙ୍ଗାଲୁରୁ: ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ଗୋଡ଼ାଇଲା ସିଂହ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଲାରୀ ସ୍ଥିତ ଅଟଳ ବିହାରୀ ବାଜପେୟୀ ପ୍ରାଣୀ ଉଦ୍ୟାନରେ। ଏହି ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ଏବେ ଏହା ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ଏକ ମିନିଟ୍‌ର ଏହି ଭିଡିଓରେ ପର୍ଯ୍ୟଟକଙ୍କୁ ନେଇ ସଫାରୀ ଭିତରକୁ ଯାଇଥିବା ଗାଡ଼ିକୁ ସିଂହଟି ଅତି ଭୟଙ୍କର ଭାବେ ଗୋଡ଼ାଉ ଥିବା ଦେଖିବାକୁ ମିଳିଛି। ଗାଡ଼ିଟି ଦ୍ରୁତ ଗତିରେ ସେଠାରୁ ପଳାଇ ଯିବା ପର୍ଯ୍ୟନ୍ତ ସିଂହଟି ଏହା ପଛରେ ଦୌଡ଼ିଥିବା ଦେଖିବାକୁ ମିଳିଛି। ଉକ୍ତ ଗାଡ଼ିରେ ବସିଥିବା ଜଣେ ପର୍ଯ୍ୟଟକ ଏହି ଭିଡିଓ ଉତ୍ତୋଳନ କରିଥିଲେ। ତେବେ ସିଂହଟି କାହିଁକି ଗୋଡ଼ାଇଲା, ତାହା ସ୍ପଷ୍ଟ ହୋଇପାରିନି।

ଗତ ଶୁକ୍ରବାର ଏହି ଭିଡିଓଟିକୁ ୟୁ ଟ୍ୟୁବ୍‌ରେ ଅପ୍‌ଲୋଡ୍ କରାଯାଇଥିଲା। ଆଉ ଏହା ଭିତରେ ଏହାକୁ ଲୋକେ ୪ ଲକ୍ଷ ଥର ଦେଖି ସାରିଲେଣି। ହଜାର ହଜାର ଲୋକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

Advertisment

ୟୁଟ୍ୟୁବ୍ ସହିତ ଟ୍ୱିଟର ଓ ଫେସ୍‌ବୁକ୍‌ ଆଦିରେ ମଧ୍ୟ ଏହି ଭିଡିଓକୁ ଶେଆର୍ କରାଯାଇଛି।
id="pagepusher_adbox">