ପୁଲିସ୍‌ ଅଫିସର୍‌ଙ୍କ କାନ୍ଧରେ ବସି ଉକୁଣି ବାଛୁଚି ମାଙ୍କଡ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆ ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସୋଶାଲ୍‌ ମିଡିଆ ପାଇଁ ଲୋକେ ଏଠି ରାତାରାତି ଷ୍ଟାର୍‌ ପାଲଟି ଯାଉଛନ୍ତି। କେବେକେବେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଥିବା ପୋଷ୍ଟରୁ ଅନେକ ସମସ୍ୟାର ସମାଧାନ ହେଇଯାଉଛି। ସେହିଭଳି କିଛି ପୋଷ୍ଟ କୌତୁହଳ ମଧ୍ୟ ସୃଷ୍ଟି କରୁଛି। ସେମିତି ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ଜଣେ ପୁଲିସ୍‌ ଅଫିସର୍‌ ଟେବୁଲ୍‌ ଉପରେ ବସି କାମ କରୁଛନ୍ତି ଓ […]

po

Biswobandita Swain
  • Published: Wednesday, 09 October 2019
  • , Updated: 09 October 2019, 03:35 PM IST

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆ ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସୋଶାଲ୍‌ ମିଡିଆ ପାଇଁ ଲୋକେ ଏଠି ରାତାରାତି ଷ୍ଟାର୍‌ ପାଲଟି ଯାଉଛନ୍ତି। କେବେକେବେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଥିବା ପୋଷ୍ଟରୁ ଅନେକ ସମସ୍ୟାର ସମାଧାନ ହେଇଯାଉଛି। ସେହିଭଳି କିଛି ପୋଷ୍ଟ କୌତୁହଳ ମଧ୍ୟ ସୃଷ୍ଟି କରୁଛି। ସେମିତି ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି।

ଏହି ଭିଡିଓରେ ଜଣେ ପୁଲିସ୍‌ ଅଫିସର୍‌ ଟେବୁଲ୍‌ ଉପରେ ବସି କାମ କରୁଛନ୍ତି ଓ ତାଙ୍କ କାନ୍ଧରେ ଏକ ମାଙ୍କଡ ବସି ଉକୁଣି ବାଛୁଚି।  କୌତୁହଳ ସୃଷ୍ଟି କରୁଥିବା ଏହି ଭିଡିଓଟି ଉତ୍ତର ପ୍ରଦେଶ ପିଲିଭିଟ୍‌ ଜିଲ୍ଲାର ବୋଲି ଜଣାପଡ଼ିଛି।

ପିଲିଭିଟ୍‌ର କୋତୱାଲେ ନଗର ଥାନାରେ ସୋମବାର ଦିନ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଥାନା ଇନ୍‌ଚାର୍ଜ ଶ୍ରୀକାନ୍ତ ଦ୍ୱିବେଦୀ ସେଦିନ ଦ୍ୱିପ୍ରହରରେ ଡ୍ୟୁଟିରେ ଥିବା ବେଳେ ଅଚାନକ ମାଙ୍କଡ଼ଟି ଥାନା ଭିତରକୁ ପଶି ଆସିଥିଲା। ମାଙ୍କଡ଼ଟି ଭିତରକୁ ଆସି ତାଙ୍କ କାନ୍ଧରେ ବସି ପଡ଼ିଥିଲା। ମାଙ୍କଡ଼ ଆକ୍ରମଣ କରିବ ଭାବି ଇନ୍ସପେକ୍ଟର କିଛି ନ କହି ନିଜ କାମ କରି ଚାଲିଲେ। ଆଉ ମାଙ୍କଡ଼ଟି ତାଙ୍କ ମୁଣ୍ଡରୁ ଉକୁଣି ଖୋଜିବାରେ ବ୍ୟସ୍ତ ରହିଲା। କିଛି ସମୟ ପରେ ସେ ନିଜେ ଓହ୍ଲାଇ ଚାଲିଯାଇଥିଲା।

Related story