ପ୍ଲେଟ୍‌ରେ ଚାଲୁଛି ମଟନ୍‌ ପିସ୍‌, ଦେଖନ୍ତୁ ଭାଇରାଲ୍‌ ଭିଡିଓ

ଫ୍ଲରିଡା: ଆପଣ ରେଷ୍ଟୁରାଣ୍ଟରେ ଖାଇବା ପାଇଁ ମଟନ୍‌ ଅର୍ଡର୍‌ କରିଥିବେ। କିନ୍ତୁ ହଠାତ୍ ଆପଣ ଦେଖିବାକୁ ପାଇବେ ପରଷା ଯାଇଥିବା ପ୍ଲେଟ୍‌ରେ ମଟନ୍‌ ପିସ୍ ଚାଲିବାକୁ ଆରମ୍ଭ କରୁଛି। ଏ ଦୃଶ୍ୟ ଦେଖିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ସୋଶାଲ ମିଡିଆରେ ବର୍ତ୍ତମାନ ମଟନ୍‌ ପିସ୍‌ ଚାଲୁଥିବାର ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟି ଆମେରିକାର ଫ୍ଲରିଡାର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଫ୍ଲରିଡାର ରେ ଫିଲିପ୍ସ୍‌ ନାମକ ଜଣେ ମହିଳା ‘ଏସିଆନ୍‌ ରେଷ୍ଟୁରାଣ୍ଟ’କୁ […]

matan

Puspanjali Panda
  • Published: Monday, 29 July 2019
  • , Updated: 29 July 2019, 04:37 PM IST

ଫ୍ଲରିଡା: ଆପଣ ରେଷ୍ଟୁରାଣ୍ଟରେ ଖାଇବା ପାଇଁ ମଟନ୍‌ ଅର୍ଡର୍‌ କରିଥିବେ। କିନ୍ତୁ ହଠାତ୍ ଆପଣ ଦେଖିବାକୁ ପାଇବେ ପରଷା ଯାଇଥିବା ପ୍ଲେଟ୍‌ରେ ମଟନ୍‌ ପିସ୍ ଚାଲିବାକୁ ଆରମ୍ଭ କରୁଛି। ଏ ଦୃଶ୍ୟ ଦେଖିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ସୋଶାଲ ମିଡିଆରେ ବର୍ତ୍ତମାନ ମଟନ୍‌ ପିସ୍‌ ଚାଲୁଥିବାର ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟି ଆମେରିକାର ଫ୍ଲରିଡାର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଫ୍ଲରିଡାର ରେ ଫିଲିପ୍ସ୍‌ ନାମକ ଜଣେ ମହିଳା 'ଏସିଆନ୍‌ ରେଷ୍ଟୁରାଣ୍ଟ'କୁ ଯାଇ ମଟନ୍‌ ଖାଇବାକୁ ଅର୍ଡର୍‌ କରିଥିଲେ।

ସେ ଅର୍ଡର୍‌ କରିଥିବା ମଟନ୍‌କୁ ୱେଟର୍‌ ଆଣି ତାଙ୍କ ଟେବୁଲ୍‌ରେ ଥୋଇଥିଲେ। କିନ୍ତୁ  ଅଳ୍ପ ସମୟ ପରେ ପ୍ଲେଟ୍‌ରେ ଗୋଟିଏ  ମଟନ୍‌ ପିସ୍‌ ହଲିବାକୁ ଲାଗିଥିଲା। କିଛି ସମୟ ଜୋର୍‌ରେ ହଲିବା ପରେ ପିସ୍‌ଟି ପ୍ଲେଟ୍‌ରୁ ବାହାରି ଟେବୁଲ୍‌ ଉପରକୁ ଆସିଥିଲା ଏବଂ ଦେଖୁ ଦେଖୁ ତଳେ ପଡ଼ି ଯାଇଥିଲା। ଏହି ସମୟରେ ରେ ଫିଲିପ୍ସ୍‌ ଏହି ଘଟଣାକୁ କ୍ୟାମେରାରେ କଏଦ୍‌ କରି ଭିଡିଓଟିକୁ ଫେସବୁକ୍‌ରେ ଶେଆର୍‌ କରିଥିଲେ।

ଭିଡିଓଟିକୁ ଶେଆର୍‌ କରିବା ପରେ ଏହାକୁ ୧ କୋଟି ୩୭ ଲକ୍ଷ ଲୋକ ଦେଖି ସାରିଛନ୍ତି ଏବଂ ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍‌ ମଧ୍ୟ ହେଉଛି।

ମେଲ୍‌ ଅନଲାଇନ୍‌ର ରିପୋର୍ଟ ଅନୁସାରେ ଏହି ଭିଡିଓକୁ ଦେଖିବା ପରେ ସୋଶାଲ ମିଡିଆରେ କିଛି ୟୁଜର୍ସ ଏହାକୁ ଫେକ୍‌ ବୋଲି କହି ମଟନ୍‌ ପିସ୍‌କୁ ସୂତା ସାହାଯ୍ୟରେ ଅନ୍ୟ କେହି ଟାଣୁ ଥିବା କହିଛନ୍ତି। ସେହିପରି କିଛି ୟୁଜର୍ସ କହିଛନ୍ତି, ‘ମଟନ୍‌ ପିସ୍‌ ଫ୍ରେଶ୍ ହୋଇଥିବାରୁ ହଲୁଛି।’

ଜଣେ ୟୁଜର୍‌ କମେଣ୍ଟ ଦେଇ ଲେଖିଛନ୍ତି, ଏହି ମଟନ୍‌ ଜୀବିତ ଥିବା ଛେଳିର ଥିଲା, ସେଥିପାଇଁ ହଲୁଛି। ଏହିପରି ମଟନ୍‌କୁ ଏସିଆନ୍‌ ଦେଶ ଯେପରିକି ଚାଇନା ଓ ଜାପାନର ଲୋକ ଖାଇଥାନ୍ତି।ଆହୁରି ମଧ୍ୟ ଜଣାପଡ଼ିଛି ଯେ ଭିଡିଓଟିକୁ ଶେଆର କରିଥିବା ରେ ଫିଲିପ୍ସ ଜଣେ ଖାଦ୍ୟ ପ୍ରେମୀ। ତେଣୁ ସେ ନିଜେ ଏହି ଭିଡିଓଟିକୁ ଶୁଟ୍‌ କରିଛନ୍ତି କିମ୍ୱା ଅନ୍ୟ କେଉଁ ସୂତ୍ରରୁ ଆଣିଛନ୍ତି, ତାହା ଜଣାପଡ଼ିନାହିଁ।

ତେବେ ଏହିପରି ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ମଧ୍ୟ ପ୍ଲେଟ୍‌ରୁ ମଟନ୍ ପିସ୍‌ ହଲୁଥିବାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଥିଲା।

https://www.youtube.com/watch?v=fcJ8Hzpz_pE

Related story