Advertisment

ଚଳନ୍ତା କାର୍‌ର ବନେଟ୍‌ ଉପରେ ଚଢ଼ିଗଲେ ଟ୍ରାଫିକ୍ ପୁଲିସ୍, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ଦିଲ୍ଲୀ ଟ୍ରାଫିକ୍‌ ପୁଲିସ୍‌ର ଏକ ଭିଡିଓ ଭାଇରାଲ୍ ହେଉଛି। ଏଥିରେ ଟ୍ରାଫିକ ନିୟମ ଭାଙ୍ଗି ପଳାଉଥିବା ଜଣେ କାର୍‌ ଚାଳକଙ୍କୁ ଧରିବା ପାଇଁ ଜଣେ ଟ୍ରାଫିକ୍ ପୁଲିସ୍‌ କିପରି ନିଜ ଜୀବନକୁ ବାଜି ଲଗାଇ ଦେଇଥିଲ, ତାହା ଦେଖିବାକୁ ମିଳିଛି। କାର୍‌ଟିକୁ ଅଟକାଇବା ପାଇଁ ସେ ବନେଟ୍ ଉପରେ ଚଢ଼ିଯାଇଥିଲେ। କାର୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ସେ ପାଖାପାଖି ଦୁଇ କିଲୋମିଟର ପର୍ଯ୍ୟନ୍ତ ବନେଟ୍‌ରେ ଝୁଲି ରହିଥିଲେ। ଦୃଶ୍ୟଟି ଦେଖିଲେ ବେଶ୍ […]

ଅଦ୍ୟତନ ହୋଇଛି
ଚଳନ୍ତା କାର୍‌ର ବନେଟ୍‌ ଉପରେ ଚଢ଼ିଗଲେ ଟ୍ରାଫିକ୍ ପୁଲିସ୍, ଭାଇରାଲ୍‌ ହେଉଛି ଭିଡିଓ

car

Advertisment

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ଦିଲ୍ଲୀ ଟ୍ରାଫିକ୍‌ ପୁଲିସ୍‌ର ଏକ ଭିଡିଓ ଭାଇରାଲ୍ ହେଉଛି। ଏଥିରେ ଟ୍ରାଫିକ ନିୟମ ଭାଙ୍ଗି ପଳାଉଥିବା ଜଣେ କାର୍‌ ଚାଳକଙ୍କୁ ଧରିବା ପାଇଁ ଜଣେ ଟ୍ରାଫିକ୍ ପୁଲିସ୍‌ କିପରି ନିଜ ଜୀବନକୁ ବାଜି ଲଗାଇ ଦେଇଥିଲ, ତାହା ଦେଖିବାକୁ ମିଳିଛି। କାର୍‌ଟିକୁ ଅଟକାଇବା ପାଇଁ ସେ ବନେଟ୍ ଉପରେ ଚଢ଼ିଯାଇଥିଲେ। କାର୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ସେ ପାଖାପାଖି ଦୁଇ କିଲୋମିଟର ପର୍ଯ୍ୟନ୍ତ ବନେଟ୍‌ରେ ଝୁଲି ରହିଥିଲେ। ଦୃଶ୍ୟଟି ଦେଖିଲେ ବେଶ୍ ଡର ଲାଗୁଥିବା ବେଳେ ଏହା ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଭାଇରାଲ୍ ହେଉଥିବା ଏହି ଭିଡିଓଟି ଗତ ବର୍ଷ ନଭେମ୍ୱର ମାସର ବୋଲି ଜଣାପଡ଼ିଛି। ଏହାକୁ ଏବେ ସୋଶାଲ୍‌ ମିଡିଆରେ ଶେଆର୍‌ କରାଯାଇଛି।

ଟ୍ରାଫିକ୍‌ ପୁଲିସ୍‌ର କହିବା ଅନୁସାରେ ଦିଲ୍ଲୀ ନନ୍‌ଗ୍ଲୋଇ ଚୌକ୍‌ ପାଖରେ ଗାଡ଼ି କାଗଜପତ୍ର ଚେକିଂ ଚାଲିଥିବା ସମୟରେ ଜଣେ ବ୍ୟକ୍ତି କାରରେ ରଙ୍ଗ୍ ରୁଟ୍‌ରେ ପ୍ରବେଶ କରିଥିଲେ। ଉପସ୍ଥିତ ଟ୍ରାଫିକ୍ ପୁଲିସ୍‌ କର୍ମଚାରୀମାନେ ତାଙ୍କୁ କାର୍‌ ସ୍ଲୋ କରିବା ପାଇଁ କହିଥିଲେ, କିନ୍ତୁ ସେ ମାନିନଥିଲେ। ସେଥିପାଇଁ ଉକ୍ତ ଟ୍ରାଫିକ୍‌ ପୁଲିସ୍‌ ଜଣଙ୍କ କାର୍‌କୁ ଅଟକାଇବର ପାଇଁ ବନେଟ୍ ଉପରେ ଚଢ଼ି ଯାଇଥିଲେ। କିନ୍ତୁ କାର୍‌ ଚାଳକ ଜଣକ ଗାଡ଼ି ରଖିବା ପରିବର୍ତ୍ତେ ବେଗ ବଢ଼ାଇ ଦେଇଥିଲେ। ଟ୍ରାଫିକ୍ ପୁଲିସ୍‌ ଜଣଙ୍କ ସେହି ଅବସ୍ଥାରେ ଗାଡ଼ିରେ ଝୁଲି ରହିଥିଲେ। ୨ କିଲୋମିଟର ପର୍ଯ୍ୟନ୍ତ କାର୍‌ଟି ଚାଲିଥିଲା ଏବଂ ଏହି ସମୟରେ କାର୍‌ରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଏହି ଦୃଶ୍ୟକୁ ତାଙ୍କ ମୋବାଇଲ୍‌ରେ ରେକର୍ଡ କରି ନେଇଥିଲେ।

Advertisment

ଟ୍ରାଫିକ୍ ପୁଲିସ୍‌ ଜଣଙ୍କ ବହୁତ ଅନୁରୋଧ କରିବା ପରେ କାର୍‌ ଚାଳକ ଗାଡ଼ି ରଖିଥିଲେ ଏବଂ ସେ ରକ୍ଷା ପାଇଥିଲେ। ଏହି ଘଟଣାରେ ଟ୍ରାଫିକ୍‌ ପୁଲିସ୍‌ ଜଣଙ୍କ ଆହତ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe