/odisha-reporter/media/post_attachments/uploads/2019/09/feeding-india-4.jpg)
feeding-india-4
ନୂଆଦିଲ୍ଲୀ: ଆମେରିକା ୱାଶିଂଟନ୍ରେ ମିଳିତ ଅଭ୍ୟାସ କରୁଥିବା ଭାରତୀୟ ଏବଂ ଆମେରିକୀୟ ଯବାନଙ୍କର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ଦୁଇ ଦେଶର ଯବାନମାନେ ଆସାମ ରେଜିମେଣ୍ଟର ମାର୍ଚ୍ଚିଂ ଗୀତ ‘ବଦଲୁରାମ୍’ ଗାଇ ନାଚୁଥିବାର ଦେଖିବାକୁ ମିଳିଛି। ଆମେରିକୀୟ ଯବାନମାନେ ବି ବେଶ୍ ସହଜରେ ଏହି ଗୀତକୁ ପାଉଥିବା ଦେଖିବାକୁ ମିଳିଛି। ପ୍ରଥମେ ଯୁଦ୍ଧାଭ୍ୟାସରେ ଭାଗ ନେଇଥିବା ଆସାମ ରେଜିମେଣ୍ଟର କିଛି ଯବାନ ଏହି ଗୀତକୁ ଗାଇଥିଲେ। ତା’ପରେ ଅନ୍ୟମାନେ ଏହାକୁ ଗାଇ ନାଚିଥିଲେ। ଏ ଭିଡିଓ ଦେଖି ଏହା ଅନୁଭବ ହେଉଛି ଯେ ଏକାଠି ଯୁଦ୍ଧାଭ୍ୟାସ କରୁଥିବା ଭାରତୀୟ ଓ ଆମେରିକୀୟ ସୈନ୍ୟଙ୍କ ମଧ୍ୟରେ ବନ୍ଧୁତା ହୋଇଯାଇଛି। ତେବେ ଏହି ସୈନିକ ମାନେ ଗାଇଥିବା ‘ବଦଲୁରାମ’ ଗୀତ ପଛରେ ଏକ ସୁନ୍ଦର କାହାଣୀ ରହିଛି।
‘ବଦଲୁରାମ କା ବଦନ୍ ଜମିନ୍ କେ ନୀଚେ ହୈ, ତୋ ହମେ ଉସ୍କା ରାସନ୍ ମିଲ୍ତା ହୈ, ସାବାସ୍ ହଲ୍ଲେଲୁଜାହ..’ ଏ ହେଉଛି ବଦଲୁରାମ ଗୀତର କିଛି ଲାଇନ୍। ବଦଲୁରାମ ଆସାମ ରେଜିମେଣ୍ଟର ଯବାନ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନ ସହ ଲଢୁଥିବା ସମୟରେ ସେ ସହିଦ ହୋଇ ଯାଇଥିଲେ। କିନ୍ତୁ ତାଙ୍କ ନାଁ ରେଜିମେଣ୍ଟରୁ କଟା ଗଲାନି ଏବଂ ତାଙ୍କ ନାଁରେ ଖାଦ୍ୟପେୟ ସାମଗ୍ରୀ ଆସୁଥିଲା। ଥରେ ତାଙ୍କ ପାଇଁ ଆସୁଥିବା ଖାଦ୍ୟପେୟ ସାମଗ୍ରୀକୁ ଖାଇ ପାଖାପାଖି ୧୦୦ସୈନିକ ନିଜ ଭୋକ ମେଣ୍ଟାଇଥିଲେ। ଏହାପରେ ଆସାମ ରେଜିମେଣ୍ଟ ତାଙ୍କ ନାଁର ଏହି ଗୀତକୁ ମାର୍ଚ୍ଚିଂ ଗୀତ କରିଦେଲେ।
ସୂଚନା ଅନୁଯାୟୀ, ଏବେ ୱାଶିଂଟନ୍ରେ ଭାରତ ଏବଂ ଆମେରିକା ସୈନିକ ମାନଙ୍କର ସବୁଠୁ ବଡ଼ ମିଳିତ ଯୁଦ୍ଧାଭ୍ୟାସ ଚାଲିଛି। ଏହି ଯୁଦ୍ଧାଭ୍ୟାସ ଗୋଟେ ବର୍ଷ ଭାରତରେ ଏବଂ ତା’ପର ବର୍ଷ ଆମେରିକାରେ ଆୟୋଜନ କରାଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
