Advertisment

ବାଇକ୍‌ ନା ବସ୍‌, ଭିଡିଓ ଭାଇରାଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ବାଇକ୍‌ରେ ଦୁଇ ଜଣ ବସିବା କଥା। ହେଲେ ବେଳେ ବେଳେ ଆପଣମାନେ ଏଥିରେ ତିନି ଜଣ ବସିବା ବି ଦେଖିଥିବେ। ଏଇଟା କିଛି ବଡ଼ କଥା ନୁହେଁ। ସବୁଠି ଏ ଦୃଶ୍ୟ ଦେଖିବାକୁ ମିଳେ। କାଁଭାଁ କେମିତି କେତେବେଳେ ବାଇକ୍‌ରେ ଚାରି ଜଣ ବି ବସିଥିବା ଦେଖିବାକୁ ମିଳେ। କିନ୍ତୁ ଟ୍ୱିଟରେ ପୋଷ୍ଟ୍‌ ହୋଇଥିବା ଏକ ଭିଡିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି […]

ବାଇକ୍‌ ନା ବସ୍‌, ଭିଡିଓ ଭାଇରାଲ୍‌

bus

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ବାଇକ୍‌ରେ ଦୁଇ ଜଣ ବସିବା କଥା। ହେଲେ ବେଳେ ବେଳେ ଆପଣମାନେ ଏଥିରେ ତିନି ଜଣ ବସିବା ବି ଦେଖିଥିବେ। ଏଇଟା କିଛି ବଡ଼ କଥା ନୁହେଁ। ସବୁଠି ଏ ଦୃଶ୍ୟ ଦେଖିବାକୁ ମିଳେ। କାଁଭାଁ କେମିତି କେତେବେଳେ ବାଇକ୍‌ରେ ଚାରି ଜଣ ବି ବସିଥିବା ଦେଖିବାକୁ ମିଳେ। କିନ୍ତୁ ଟ୍ୱିଟରେ ପୋଷ୍ଟ୍‌ ହୋଇଥିବା ଏକ ଭିଡିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ବାଇକ୍‌ରେ ତାଙ୍କର ପୂରା ପରିବାର, ଆସବାବପତ୍ର ଓ ଦୁଇ କୁକୁରକୁ ଧରି ଯାଉଛନ୍ତି।

Advertisment

https://twitter.com/rishadcooper/status/1166931979138260994

ଭିଡିଓଟି ଦେଖିଲେ ଜାଣିବେ, ବାଇକ୍‌ରେ ଛୋଟବଡ଼ ମିଶାଇ ୭ ଜଣ ବସିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବାପାମା’ ଓ ସେମାନଙ୍କର ପାଞ୍ଚ ଛୁଆ। ବାଇକ୍‌ର ଦୁଇ ସାଇଡ୍‌ରେ ବିଭିନ୍ନ ଜିନିଷ ରଖାଯାଇଛି। ଆଉ ସେଥିରେ ଦୁଇଟି କୁକୁର ମଧ୍ୟ ବସିଛନ୍ତି।

ଏହି ଭିଡିଓଟିକୁ ରିଶଦ କୁପର ନାମକ ଜଣେ ଟ୍ୱିଟର୍ ଆକାଉଣ୍ଟଧାରୀ ପୋଷ୍ଟ୍ କରିଛନ୍ତି ଏବଂ କ୍ୟାପସନ୍‌ରେ ଲେଖିଛନ୍ତି, ‘ଓନ୍‌ଲି ଇନ୍‌ ଇଣ୍ଡିଆ!’

Advertisment

ଭିଡିଓଟିକୁ ଦେଖି ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। କିଛି ୟୁଜର୍ସ ଲେଖିଛନ୍ତି, ପ୍ରକୃତରେ ଏହା ଏକ ସୁଖୀ ପରିବାର। ସେହିପରି ଜଣେ ୟୁଜର୍‌ ଭାରି ମଜା କରି ଲେଖିଛନ୍ତି, କୁକୁର ଦୁଇଟିକୁ ଝରକା ପାଖ ସିଟ୍‌ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe