Advertisment

କାର୍‌ ଉପରେ ଚଢ଼ି ଯାତ୍ରୀଙ୍କୁ ଆକ୍ରମଣ କଲା ଅଜଗର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ଦେଖାଯାଇଛି ଯେ ଗୋଟିଏ ବଡ଼ ଅଜଗର ସାପ କାର୍‌ ଉପରେ ଚଢ଼ି ଆକ୍ରମଣ କରୁଛି ଏବଂ କାର୍‌ ଭିତରେ ଥିବା ଯାତ୍ରୀ ସାପକୁ ଦେଖି ଭୟ କରୁଛନ୍ତି। ରିପୋର୍ଟ ଅନୁସାରେ ମୋଜାମ୍ୱିକରୁ ଛୁଟି କାଟି କିଛି ପର୍ଯ୍ୟଟକ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଏକ ବଡ଼ ଅଜଗର ସାପକୁ ସାମ୍ନା କରିଥିଲେ। ଭିଡିଓରେ ଦେଖନ୍ତୁ, ସାପକୁ ଦେଖିବା ପରେ କ୍ୟାମେରା […]

author-image
Puspanjali Panda
କାର୍‌ ଉପରେ ଚଢ଼ି ଯାତ୍ରୀଙ୍କୁ ଆକ୍ରମଣ କଲା ଅଜଗର, ଦେଖନ୍ତୁ ଭିଡିଓ

python

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ଦେଖାଯାଇଛି ଯେ ଗୋଟିଏ ବଡ଼ ଅଜଗର ସାପ କାର୍‌ ଉପରେ ଚଢ଼ି ଆକ୍ରମଣ କରୁଛି ଏବଂ କାର୍‌ ଭିତରେ ଥିବା ଯାତ୍ରୀ ସାପକୁ ଦେଖି ଭୟ କରୁଛନ୍ତି।

Advertisment

ରିପୋର୍ଟ ଅନୁସାରେ ମୋଜାମ୍ୱିକରୁ ଛୁଟି କାଟି କିଛି ପର୍ଯ୍ୟଟକ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଏକ ବଡ଼ ଅଜଗର ସାପକୁ ସାମ୍ନା କରିଥିଲେ।

ଭିଡିଓରେ ଦେଖନ୍ତୁ, ସାପକୁ ଦେଖିବା ପରେ କ୍ୟାମେରା ମ୍ୟାନ୍ ଜଣକ ତା ଲାଞ୍ଜକୁ ଟାଣିବାକୁ ଚେଷ୍ଟା କରି ଅସଫଳ ହେଉଛନ୍ତି। ସାପଟି ପ୍ରତିଆକ୍ରମଣ କରିବା ପାଇଁ ରାସ୍ତାରେ ଥୁଆ ହୋଇଥିବା ପର୍ଯ୍ୟଟକଙ୍କ ଲାଣ୍ଡ ରୋବର୍ କାର୍‌ରେ ଚଢ଼ି ଯାଉଛି। ଏହା ଦେଖି ଡ୍ରାଇଭର୍‌ ଜଣକ ଭୟରେ ତୁରନ୍ତ ଗାଡ଼ିକୁ ପଛକୁ ନେଇ ଯାଉଛନ୍ତି। କିନ୍ତୁ ସାପ ଗାଡ଼ିର ପିଛା ଛାଡୁନାହିଁ। ଗାଡ଼ିକୁ କିଛି ସମୟ ଗୋଡ଼ାଇବା ପରେ ରାସ୍ତାରେ ଥିବା ବୁଦା ଭିତରକୁ ଚାଲିଯାଉଛି।

Advertisment

ସାପ ଗୋଡ଼ାଉଥିବାର ଏହି ଭିଡିଓଟି ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି।