Advertisment

ଜୋମାଟୋ ବୟଙ୍କ ଭିଡିଓ ଭାଇରାଲ୍: ପାଣିରେ ଗାଡ଼ି ଖରାପ ହେବାରୁ କଲେ ଏମିତି କାମ

ଅହମଦାବାଦ: ଫୁଡ୍‌ ଆପ୍‌ ଜୋମାଟୋ ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛି। ନିକଟରେ ଯେବେଠୁ ଜଣେ ଗ୍ରାହକ ଜଣେ ମୁସଲିମ୍‌ ଡେଲିଭରି ବୟଠୁ ଖାଇବା ପ୍ୟାକେଟ ନେବାକୁ ମନା କରିଦେଲେ, ସେବେଠୁ ଜୋମାଟୋକୁ ନେଇ ଚାରିଆଡ଼େ ଚର୍ଚ୍ଚା। କାରଣ ଏହର ଜବାବରେ ଜୋମାଟୋ ଟ୍ୱିଟ୍‌ କରି ଲେଖିଥିଲା ଯେ, ‘ଖାଦ୍ୟର କୌଣସି ଧର୍ମ ନଥାଏ। ଏହା ଏକ ଧର୍ମ।’ ବାସ୍‌ ଜୋମାଟୋର ଏହି ଟ୍ୱିଟ୍‌ ସମସ୍ତଙ୍କ ମନ ଜିତିନେଇଛି। ଏହି ଟ୍ୱିଟ୍‌କୁ ଅନେକ ଲାଇକ୍ସ ଓ ପ୍ରଶଂସା ମଧ୍ୟ  […]

ଅଦ୍ୟତନ ହୋଇଛି
ଜୋମାଟୋ ବୟଙ୍କ ଭିଡିଓ ଭାଇରାଲ୍: ପାଣିରେ ଗାଡ଼ି ଖରାପ ହେବାରୁ କଲେ ଏମିତି କାମ

zomato

Advertisment

ଅହମଦାବାଦ: ଫୁଡ୍‌ ଆପ୍‌ ଜୋମାଟୋ ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛି। ନିକଟରେ ଯେବେଠୁ ଜଣେ ଗ୍ରାହକ ଜଣେ ମୁସଲିମ୍‌ ଡେଲିଭରି ବୟଠୁ ଖାଇବା ପ୍ୟାକେଟ ନେବାକୁ ମନା କରିଦେଲେ, ସେବେଠୁ ଜୋମାଟୋକୁ ନେଇ ଚାରିଆଡ଼େ ଚର୍ଚ୍ଚା। କାରଣ ଏହର ଜବାବରେ ଜୋମାଟୋ ଟ୍ୱିଟ୍‌ କରି ଲେଖିଥିଲା ଯେ, ‘ଖାଦ୍ୟର କୌଣସି ଧର୍ମ ନଥାଏ। ଏହା ଏକ ଧର୍ମ।’ ବାସ୍‌ ଜୋମାଟୋର ଏହି ଟ୍ୱିଟ୍‌ ସମସ୍ତଙ୍କ ମନ ଜିତିନେଇଛି। ଏହି ଟ୍ୱିଟ୍‌କୁ ଅନେକ ଲାଇକ୍ସ ଓ ପ୍ରଶଂସା ମଧ୍ୟ  ମିଳିଛି। ତେବେ ଏସବୁ ଭିତରେ ଏବେ ଗୁଜରାଟର ଏକ ଭିଡିଓ ଭାଇରାଲ ହେଉଛି।

Advertisment

ଲଗାଣ ବର୍ଷା ଯୋଗୁ ଗୁଜରାଟର ଭଦୋଦରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାସ୍ତାଘାଟ ସବୁଆଡ଼େ ପାଣି ଭର୍ତ୍ତି ହୋଇଯାଇଛି। ଯେଉଁ କାରଣରୁ ଲୋକମାନେ ଘରୁ ବାହାରି ପାରୁନାହାନ୍ତି। ତେବେ ଏଭଳି ପରିସ୍ଥିତିରେ ଜୋମାଟୋ ତା’ର କାମ ବନ୍ଦ କରିନି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ବନ୍ୟା ପରସ୍ଥିତିରେ ଜୋମାଟୋର ଡେଲିଭରି ବୟ ଆଣ୍ଠୁଏ ପାଣିରେ ପଶି ଗ୍ରାହକଙ୍କ ଘରେ ଖାଦ୍ୟ ପହଞ୍ଚାଇବାକୁ ଯାଉଥିଲେ। ହେଲେ ରାସ୍ତାରେ ତାଙ୍କର ଗାଡ଼ି ଖରାପ ହୋଇଯାଇଥିଲା। ତଥାପି ସେ ନିଜ କର୍ତ୍ତବ୍ୟରୁ ପଛକୁ ହଟି ନଥିଲେ। ଏଭଳି ପରିସ୍ଥିତିରେ ବି ସେ ଖାଦ୍ୟ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ। ଏହାପରେ ସେଠାରେ ଥିବା ଲୋକମାନେ ତାଙ୍କ ଗାଡ଼ିକୁ ପାଣିରୁ ବାହାର କରିବାରେ ସାହାଯ୍ୟ କରିଥିଲେ। ଏହି ଭିଡିଓଟି ଏବେ ଟ୍ୱିଟର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓଟିକୁ ଋତ୍ୱିକ ପଟେଲ ନାମକ ଜଣେ ବ୍ୟକ୍ତି ଟ୍ୱିଟର୍‌ରେ ଶେଆର କରିଥିଲେ।

Advertisment

https://twitter.com/RutvikP00748295/status/1156538486503157760

ସେ ଭିଡିଓ ପୋଷ୍ଟ କରି ଲେଖିଥିଲେ, ‘ଗୁଜରାଟ ବଡୋଦରାରେ ଲଗାଣ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି ଜମିଛି। ଏଥିମଧ୍ୟରେ ମୁଁ ଦେଖିଲି ଯେ ଜୋମାଟୋର ଜଣେ ଡେଲିଭରି ବୟ ପାଣି ଭିତରେ ପଶି ଗାଡ଼ିକୁ ଟାଣି ଟାଣି ଖାଦ୍ୟ ପହଞ୍ଚାଇବାକୁ ଯାଉଛନ୍ତି। ହେଲେ ପାଣି ପଶି ତାଙ୍କ ଗାଡ଼ି ଖରାପ ହୋଇଯାଇଥିଲା। ତଥାପି ସେ ଗ୍ରାହକଙ୍କୁ ଫୋନ୍‌ କଲେ ଓ ଖାଦ୍ୟ ଡେଲିଭରି କଲେ।’ ଏହି ଭିଡିଓକୁ ୧୨ ହଜାର ଭ୍ୟୁଜ୍ ଓ୩ଶହରୁ ଅଧିକ ରିଟ୍ୱିଟ୍ ଓ ୮ଶହରୁ ଅଧିକ ଲାଇକ୍‌ ମିଳିସାରିଲାଣି।

ବିଭିନ୍ନ ମହଲରେ ଲୋକେ ଏହି ଭିଡିଓର ଚର୍ଚ୍ଚା କରୁଛନ୍ତି ଓ ଏହି ଡେଲିଭରି ବୟ ଜଣକ ଅନେକ ପ୍ରଶଂସା ସାଉଁଟୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe