Advertisment

୫୦ହଜାର ଫଟୋକୁ ୪୦ ଘଣ୍ଟା, ଚନ୍ଦ୍ରର ଅଦ୍ଭୁତ ଫଟୋ ପ୍ରସ୍ତୁତ କଲେ ୧୬ ବର୍ଷର ବିସ୍ମୟ ବାଳକ

ନୂଆଦିଲ୍ଲୀ: ଇସ୍ରୋ ଓ ନାସା ଭଳି ସ୍ପେଶ ଏଜେନ୍ସି ପ୍ରତିଦିନ ଚନ୍ଦ୍ରର ଅତି ସୁନ୍ଦର ଫଟୋ ଶେଆର୍ କରନ୍ତି । ଏଭଳି ପରିସ୍ଥିତିରେ ଏବେ ଚନ୍ଦ୍ରର ଫଟୋ ଶେଆର୍ କରାଯାଇଛି, କିନ୍ତୁ ଏହି ଫଟୋକୁ ନାସା କିମ୍ବା ଇସ୍ରୋ ନୁହେଁ ବରଂ ପୁଣେରେ ରହୁଥିବା ୧୬ ବର୍ଷର ଯୁବକ ଶେଆର୍ କରିଛି । ସେହି ଯୁବକ ଜଣକ ହେଉଛନ୍ତି ପ୍ରଥମେଶ ଜାଜୁ । ଖାେଦ୍ ପ୍ରଥମେଶ ଚନ୍ଦ୍ରର ଏହି ଫଟୋ ଉଠାଇ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୫୦ହଜାର ଫଟୋକୁ ୪୦ ଘଣ୍ଟା, ଚନ୍ଦ୍ରର ଅଦ୍ଭୁତ ଫଟୋ ପ୍ରସ୍ତୁତ କଲେ ୧୬ ବର୍ଷର ବିସ୍ମୟ ବାଳକ

prathmesh

ନୂଆଦିଲ୍ଲୀ: ଇସ୍ରୋ ଓ ନାସା ଭଳି ସ୍ପେଶ ଏଜେନ୍ସି ପ୍ରତିଦିନ ଚନ୍ଦ୍ରର ଅତି ସୁନ୍ଦର ଫଟୋ ଶେଆର୍ କରନ୍ତି । ଏଭଳି ପରିସ୍ଥିତିରେ ଏବେ ଚନ୍ଦ୍ରର ଫଟୋ ଶେଆର୍ କରାଯାଇଛି, କିନ୍ତୁ ଏହି ଫଟୋକୁ ନାସା କିମ୍ବା ଇସ୍ରୋ ନୁହେଁ ବରଂ ପୁଣେରେ ରହୁଥିବା ୧୬ ବର୍ଷର ଯୁବକ ଶେଆର୍ କରିଛି । ସେହି ଯୁବକ ଜଣକ ହେଉଛନ୍ତି ପ୍ରଥମେଶ ଜାଜୁ । ଖାେଦ୍ ପ୍ରଥମେଶ ଚନ୍ଦ୍ରର ଏହି ଫଟୋ ଉଠାଇ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି ।

Advertisment

ପ୍ରଥମେଶ ଜାଜୁଙ୍କ ଏହି ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଚନ୍ଦ୍ରର ବହୁତ ସ୍ପଷ୍ଟ ଓ ରଙ୍ଗୀନ ଫଟୋ କ୍ଲିକ୍ କରିଥିବା ପ୍ରଥମେଶ ଚନ୍ଦ୍ରର ୫୦ହଜାରରୁ ଅଧିକ ଫଟୋ ଉଠାଇଛନ୍ତି ଏବଂ ୧୮୬ ଗିଗାବାଇଟ୍ (ଜିବି) ଡାଟାର ବ୍ୟବହାର କରିଛନ୍ତି । ଆଷ୍ଟ୍ରୋଫିଜିସିଷ୍ଟ ହେବା ତାଙ୍କର ବଡ଼ ସ୍ୱପ୍ନ ବୋଲି ପ୍ରଥମେଶ କହିଛନ୍ତି।

Advertisment

ପ୍ରଥମେଶ କହିଛନ୍ତି, ମୁଁ ମେ’ ୩ ତାରିଖ ରାତି ୧ଟା ବେଳେ ଫଟୋ କ୍ଲିକ୍ କରିଥିଲି । ମୁଁ ପାଖାପାଖି ୪ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ଓ ଫଟୋ କ୍ୟାପଚର୍ କରିଥିଲି । ଏହା ପରେ ଏହାକୁ ପ୍ରୋସେସ୍ କରିବାରେ ୩୮ରୁ ୪୦ ଘଣ୍ଟା ଲାଗିଲା । ୫୦ହଜାର ଫଟୋ ପଛର ମୁଖ୍ୟ ଉଦ୍ଦେଶ୍ୟ ଚନ୍ଦ୍ରର ସବୁଠାରୁ ସ୍ପଷ୍ଟ ଫଟୋ ଉଠାଇବା ଥିଲା । ମୁଁ ସବୁଯାକ ଫଟୋକୁ ଏକାଠି ଷ୍ଟିଚ୍ କଲି ଏବଂ ଚନ୍ଦ୍ର ବିଷୟରେ ସବିଶେଷ ସୂଚନା ଦେଖିବା ପାଇଁ ଫଟୋକୁ ଶାର୍ପ କଲି।

https://twitter.com/ANI/status/1394924571208208385?s=20

ପ୍ରଥମେଶ ଆହୁରି କହିଛନ୍ତି, ର’ ଡାଟା ପାଖାପାଖି ୧୦୦ ଏମବି ଥିଲା ଏବଂ ଯେତେବେଳେ ଆପଣ ଏହାକୁ ପ୍ରୋସେସ୍ କରିବେ, ତାହେଲେ ଡାଟା ସାଇଜ୍ ବଢ଼ିଛି ୧୮୬ ଜିବି ହୋଇଗଲା। ଯେତେବେଳେ ମୁଁ ଏହାକୁ ଏକାଠି ଷ୍ଟିଚ୍ କଲି, ଫାଇନାଲ୍ ଡାଟା ପାଖାପାଖି ୬୦୦ ଏମବି ପର୍ଯ୍ୟନ୍ତ ପହଞ୍ଚିଲା। ମୁଁ କିଛି ଆର୍ଟିକିଲ୍ ପଢ଼ିଥିଲି ଏବଂ ୟୁଟ୍ୟୁବରେ କିଛି ଭିଡିଓ ଦେଖିଥିଲି, ଯେଉଁଥିରେ କୁହାଯାଇଥିଲା ଯେ ଏଭଳି ଫଟୋ କିପରି କ୍ଲିକ୍ କରାଯାଏ। ମୁଁ ସେହିଠାରୁ ହିଁ ପ୍ରେସେସିଂ ଶିଖିଥିଲି।