Advertisment

ସାପକୁ କାମୁଡ଼ି ଦେଲା ଦୁଇ ବର୍ଷର ଝିଅ

ଅଙ୍କରା: ସାପକୁ କିଏ ବା ନଡ଼ରେ। ସାପକୁ ଦେଖି ବଡ ବଡ ଲୋକେ ବି ଭୟଭିତ ହୋଇପଡ଼ନ୍ତି। କିନ୍ତୁ ଏକ ଦୁଇ ବର୍ଷର ଝିଅ ସାପକୁ ନଡରି ତାକୁ ସାମ୍ନା କରିଛି। ସାପକୁ ନିଜ ଦାନ୍ତରେ କାମୁଡ଼ି କରିଦେଇଛି ଖଣ୍ଡ ଖଣ୍ଡ। ଏହି ଘଟଣା ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ତୁର୍କିର ଏକ ଗାଁରେ ଥିବା ଜଣେ ଦୁଇ ବର୍ଷୀ ଝିଅ ଚିତ୍କାର କରୁଥିଲା। ଏହା ଶୁଣି ପାଖଆଖର ଲୋକେ ସେଠାରେ ଏକତ୍ରୀତ ହେଲେ। ଝିଅଟି […]

ଅଦ୍ୟତନ ହୋଇଛି
‘ସାପ କାମୁଡ଼ା ରୋଗୀଙ୍କୁ ଚଲାନ୍ତୁ ନାହିଁ, ଷ୍ଟ୍ରେଚରରେ ମେଡ଼ିକାଲ୍‌ ନିଅନ୍ତୁ’

Snake

Advertisment

ଅଙ୍କରା: ସାପକୁ କିଏ ବା ନଡ଼ରେ। ସାପକୁ ଦେଖି ବଡ ବଡ ଲୋକେ ବି ଭୟଭିତ ହୋଇପଡ଼ନ୍ତି। କିନ୍ତୁ ଏକ ଦୁଇ ବର୍ଷର ଝିଅ ସାପକୁ ନଡରି ତାକୁ ସାମ୍ନା କରିଛି। ସାପକୁ ନିଜ ଦାନ୍ତରେ କାମୁଡ଼ି କରିଦେଇଛି ଖଣ୍ଡ ଖଣ୍ଡ। ଏହି ଘଟଣା ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Advertisment

ତୁର୍କିର ଏକ ଗାଁରେ ଥିବା ଜଣେ ଦୁଇ ବର୍ଷୀ ଝିଅ ଚିତ୍କାର କରୁଥିଲା। ଏହା ଶୁଣି ପାଖଆଖର ଲୋକେ ସେଠାରେ ଏକତ୍ରୀତ ହେଲେ। ଝିଅଟି ତା’ ପାଟିରେ ଅଧ ମିଟର ଲମ୍ବର ସାପଟିକୁ କାମୁଡ଼ି ଧରିଥିବା ଦେଖିବାକୁ ପାଇଥିଲେ। ଏହାସହ ଝିଅର ମୁହଁ ଓ ଓଠରେ ସାପ କାମୁଡ଼ାର ଚିହ୍ନ ଥିଲା। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଝିଅ ମୁହଁରୁ ସାପକୁ ବାହାର କରି ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପ୍ରାୟ ୨୪ ଘଣ୍ଟାର ଅବ୍‌ଜର୍ବେସନ ପରେ ଝିଅର ସ୍ୱାସ୍ଥ୍ୟାବସ୍ଥା ସୁଧୁରିଥିଲା।

Raging toddler bites snake to death in revenge after it attacked her - Daily Star

ରିପୋର୍ଟ ମୁତାବକ, ଅଗଷ୍ଟ ୧୦ ତାରିଖ ଦିନ ଝିଅଟି ଖେଳୁଥିବା ସମୟରେ ହଠାତ୍‌ ଏକ ସାପ ହାବୁଡରେ ପଡିଥିଲା। ହେଲେ ସାପକୁ ସେ ଖେଲଣା ଭାବି ଝିଅଟି ତା'ସହ ଖେଳିବାକୁ ଲାଗିଥିଲା। ସେହି ସମୟରେ ସାପଟି ଛୁଆର ଓଠକୁ କାମୁଡ଼ି ଦେଇଥିଲା। ଯାହା ପରେ ଝିଅଟି ରାଗିଯାଇ ସାପକୁ ମଧ୍ୟ କାମୁଡ଼ି ଦୁଇ ଖଣ୍ଡ କରିଦେଇଥିଲା। ଘଟଣାସ୍ଥଳରେ ହିଁ ସାପଟିର ମୃତ୍ୟୁ ହୋଇଥିଲା। ତେବେ ଘଟଣା ସମୟରେ ଝିଅର ବାପା ଘରେ ନଥିଲେ। କୌଣସି କାମରେ ବାହାରକୁ ଯାଇଥିଲେ। ଫେରିଲା ପରେ ଘଟଣା ବିଷୟରେ ଜାଣି ସେ ଚକିତ ହୋଇପଡିଥିଲେ। ଏହାପରେ ନିଜ ଝିଅକୁ ସୁରକ୍ଷିତ ଥିବା ଜାଣି ସେ ଈଶ୍ୱରଙ୍କ ଧନ୍ୟବାଦ ଜଣାଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe