୨ ବର୍ଷର ଶିଶୁ କାର୍ ଭିତରେ ୭ ଘଣ୍ଟା ଲକ୍, ଆଉ ତା' ପରେ…

ଫ୍ଲୋରିଡା: ଅଘଟଣ କେବେବି ଘଟିପାରେ। କେବେ ଓ କେଉଁ ସ୍ଥାନରେ ଏବଂ କାହା ସହ କ’ଣ ଦୁର୍ଘଟଣା ହେବ, କେହି କହିପାରିବେ ନାହିଁ। ଏମିତି ଏକ ଦୁଃଖଦାୟକ ଘଟଣା ଫ୍ଲୋରିଡାରେ ଘଟିଛି। ଏଠାରେ ଜଣେ ମହିଳା ନିଜ କାର୍ ଭିତରେ ପଡ଼ୋଶୀଙ୍କ କୁନି ଝିଅକୁ ଲକ୍ କରି ଭୁଲିଯାଇଥିଲେ। ଡହଡହ ଖରାରେ ୭ ଘଣ୍ଟା ଧରି ସେହି କାରଟି ପାର୍କିଂରେ ରହିଲା। ମହିଳାଙ୍କୁ ୭ ଘଣ୍ଟା ପରେ ଯେତେବେଳେ ମନେ ପଡ଼ିଲା, ସେ କୁନିଝିଅକୁ ବାହାର କରିବାକୁ […]

pics

Ranjit Kumar Jena
  • Published: Monday, 19 July 2021
  • , Updated: 19 July 2021, 04:25 PM IST

ଫ୍ଲୋରିଡା: ଅଘଟଣ କେବେବି ଘଟିପାରେ। କେବେ ଓ କେଉଁ ସ୍ଥାନରେ ଏବଂ କାହା ସହ କ'ଣ ଦୁର୍ଘଟଣା ହେବ, କେହି କହିପାରିବେ ନାହିଁ। ଏମିତି ଏକ ଦୁଃଖଦାୟକ ଘଟଣା ଫ୍ଲୋରିଡାରେ ଘଟିଛି। ଏଠାରେ ଜଣେ ମହିଳା ନିଜ କାର୍ ଭିତରେ ପଡ଼ୋଶୀଙ୍କ କୁନି ଝିଅକୁ ଲକ୍ କରି ଭୁଲିଯାଇଥିଲେ। ଡହଡହ ଖରାରେ ୭ ଘଣ୍ଟା ଧରି ସେହି କାରଟି ପାର୍କିଂରେ ରହିଲା। ମହିଳାଙ୍କୁ ୭ ଘଣ୍ଟା ପରେ ଯେତେବେଳେ ମନେ ପଡ଼ିଲା, ସେ କୁନିଝିଅକୁ ବାହାର କରିବାକୁ ଗଲେ। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। କାର୍‌ଟି ପୂରା ତାତି ଯାଇଥିଲା ଏବଂ କାର୍ ଭିତରେ ହିଁ ଶିଶୁଟିର ମୃତ୍ୟୁ ହୋଇଥିଲା।

ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ହେଉଛନ୍ତି ଶିଶୁଟିର କେୟାର୍ ଟେକର। ସବୁ ଦିନ ପିଲାଟିର ବାପାମା' କାମକୁ ଚାଲିଯାନ୍ତି। ଯାହା ପରେ କେୟାର୍ ଟେକର୍ ହିଁ ଶିଶୁଟିର ଯତ୍ନ ନିଅନ୍ତି। ଘଟଣା ଦିନ ମହିଳା ଜଣକ ଶିଶୁଟିକୁ ପ୍ଲେ' ସ୍କୁଲରୁ ଘରକୁ ଆଣୁଥିଲେ। କିନ୍ତୁ ଅଚାନକ ମହିଳା ଜଣକଙ୍କ ଧ୍ୟାନ ଶିଶୁ ଉପରୁ ହଟିଯାଇଥିଲା। ତାଙ୍କ ସହ ଶିଶୁଟି ଅଛି ବୋଲି ସେ ପୂରା ଭୁଲିଯାଇଥିଲେ। ଏହା ପରେ ମହିଳା ଜଣକ ନିଜ କାମରେ ବ୍ୟସ୍ତ ହୋଇଗଲେ। ୭ ଘଣ୍ଟା ପରେ ଯେତେବେଳେ ମହିଳାଙ୍କୁ ପିଲା କଥା ମନେ ପଡ଼ିଲା, ସେତେବେଳକୁ ସବୁ ଶେଷ ହୋଇଯାଇଥିଲା।

ଘଟଣାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଶିଶୁଟିର ବୟସ ମାତ୍ର ୨ ବର୍ଷ। ତାଙ୍କର ଯତ୍ନ ନେଉଥିଲେ ୪୩ ବର୍ଷୀୟ ଜୁଆନା ପେରେଜ୍-ଡୋମିଙ୍ଗୋ। ଘଟଣା ଦିନ ଜୁଆନା ଶିଶୁଟିକୁ କାର୍ ଯୋଗେ ଘରକୁ ଆଣିଥିଲେ। କିନ୍ତୁ ସେ ଶିଶୁଟିକୁ ନିଜ ଘରକୁ ନେଇଥିଲେ। ଜୁଆନା ପିଲାଟିକୁ କାର୍‌ରୁ ବାହାର କରିବାକୁ ଭୁଲି ଯାଇଥିଲେ। କାରରେ ପିଲାଟିର ସିଟ୍ ବେଲ୍ଟ ବନ୍ଧା ହୋଇଥିଲା।

ଶିଶୁଟି ସକାଳ ୮ଟାରୁ ସିଟ୍ ବେଲ୍ଟରେ ବନ୍ଧା ହୋଇଥିଲା। ୭ ଘଣ୍ଟା ପରେ ଅର୍ଥାତ୍ ଅପରାହ୍ଣ ୩ଟା ବେଳେ ଜୁଆନା ଶିଶୁଟିକୁ କାର୍ ଭିତରକୁ ଆଣିବାକୁ ଗଲେ, କାର୍ ଭିତର ଦୃଶ୍ୟ ଦେଖି ସେ ଚିତ୍କାର କରି ଉଠିଥିଲେ। ୩୦ ଡିଗ୍ରୀ ତାପମାତ୍ରାରେ ୭ ଘଣ୍ଟା ଧରି ବନ୍ଦ ରହିବା ଦ୍ୱାରା ଶିଶୁଟିର ଶରୀର ଗରମରେ ଶିଝି ଯାଇଥିଲା। ଯେତେବେଳେ ଶିଶୁଟିର ମୃତଦେହ ମିଳିଲା, ସେତେବେଳେ ମଧ୍ୟ ଶିଶୁଟି ସିଟ୍ ବେଲ୍ଟରେ ବନ୍ଧା ଥିଲା। ଏହା ପରେ ମହିଳା ଜଣକ ଶିଶୁଟିର ମା'ଙ୍କୁ ଫୋନ୍ କରି ଏହାର ଖବର ଦେଇଥିଲେ।

ଏହି ଘଟଣାରେ ପୁଲିସ୍ ମହିଳା ଜଣଙ୍କୁ ଗିରଫ କରିଛି। ଯାହା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ତାଙ୍କ ଉପରେ ଅବହେଳା କାରଣରୁ ଶିଶୁଟିର ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ଉପରେ ୫୦ହଜାର ଡଲାରର ଜୋରିମାନା ଲଗାଯାଇଛି।

Related story