gudi
ନୂଆଦିଲ୍ଲୀ : ଗୁଡ଼ି ଲାଞ୍ଜକୁ ଧରି ଆକାଶରେ ଉଡ଼ିଲା ୩ ବର୍ଷର ଝିଅ। ତାଇୱାନର କାଇଟ୍ ଫେଷ୍ଟିଭାଲ୍ରେ ଏପରି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ରିପୋର୍ଟ ଅନୁସାରେ ରବିବାର ତାଇୱାନ୍ରେ କାଇଟ୍ ଫେଷ୍ଟିଭାଲ୍ର ଆୟୋଜନ କରାଯାଇଥିଲା। ତାଇୱାନ ସମୁଦ୍ର କୂଳରେ ଥିବା ସହର ନାନ୍ଲିଓଆଓରେ ଏହି ଫେଷ୍ଟିଭାଲ୍ ଧୁମ୍ଧାମ୍ରେ ପାଳନ ହେଉଥିବା ବେଳେ ୩ ବର୍ଷର ଝିଅଟି ପରିବାର ସହିତ ଏଥିରେ ଭାଗ ନେଇଥିଲା। ହଠାତ୍ ଝିଅଟି ଏକ କମଳା ରଙ୍ଗର ବଡ଼ ଲାଞ୍ଜ ଥିବା ଗୁଡ଼ି ସହିତ ଆକାଶକୁ ଉଡ଼ି ଯାଇଥିଲା। ପାଖାପାଖି ୩୦ ମିଟର ଆକାଶରେ ଉଡ଼ିବା ପରେ ଝିଅଟିକୁ ଉଦ୍ଧାର କରାଯାଇଥିଲା।
ଭିଡିଓଟିକୁ ଶୁଟ୍ କରାଯାଇଥିବା ସମୟରେ ଦେଖାଯାଇଛି ଯେ ଅନେକ ଚେଷ୍ଟା କରିବା ପରେ କିଛି ଯୁବକ ଗୁଡ଼ି ସହିତ ପିଲାଟିକୁ ତଳକୁ ଆଣିବା ପାଇଁ ସଫଳ ହୋଇଛନ୍ତି। ତେବେ ଝିଅଟି ଆକାଶରେ ଉଡ଼ିବା ପରେ ଭୟଭୀତ ହୋଇଥିଲା ସତ ହେଲେ ତା’ର ଶରୀରରେ କୌଣସି ଆଘାତ ଲାଗିନଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/gudi.jpg)