Advertisment

୬୩ ବର୍ଷୀୟା ଜେଜେ ମା'ଙ୍କ ଜବରଦସ୍ତ ଡ୍ୟାନ୍ସ, ଫେଲ୍‌ ମାରିଲେ ସାରା

ମୁମ୍ବାଇ: ବୟସ ୬୩ ବର୍ଷ କିନ୍ତୁ ଜୋସ୍‌ ୨୩ ବର୍ଷ। କୌଣସି ୟଙ୍ଗ ହିରୋଇନ୍‌ଙ୍କ ଠାରୁ ସେ କମ୍‌ ନୁହନ୍ତି। ତାଙ୍କ ଡ୍ୟାନ୍ସ ଆଉ ତାଙ୍କ ଅନ୍ଦାଜ ଅଭିନେତ୍ରୀଙ୍କୁ ଭାରି ପଡିଛି। ଫିଲ୍ମ ‘ଅତରଙ୍ଗୀ ରେ’ର ସୁପର ହିଟ୍‌ ଗୀତରେ ନାଚିଛନ୍ତି ଜଣେ ୬୩ ବର୍ଷୀୟା ଜେଜେ ମା’। ତାଙ୍କ ଡ୍ୟାନ୍ସ ଆଗରେ ଏବେ ଅଭିନେତ୍ରୀ ସାରା ଅଲ୍ଲି ଖାନ୍‌ଙ୍କ ଡ୍ୟାନ୍ସ ବି ଫେଲ୍‌ ମାରିଛି। ସାରା ଅଲ୍ଲି ଖାନ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଅନ୍ତରଙ୍ଗୀ […]

author-image
Madhupriya Mistry
୬୩ ବର୍ଷୀୟା ଜେଜେ ମା'ଙ୍କ ଜବରଦସ୍ତ ଡ୍ୟାନ୍ସ, ଫେଲ୍‌ ମାରିଲେ ସାରା

63-year-old dadi dances

ମୁମ୍ବାଇ: ବୟସ ୬୩ ବର୍ଷ କିନ୍ତୁ ଜୋସ୍‌ ୨୩ ବର୍ଷ। କୌଣସି ୟଙ୍ଗ ହିରୋଇନ୍‌ଙ୍କ ଠାରୁ ସେ କମ୍‌ ନୁହନ୍ତି। ତାଙ୍କ ଡ୍ୟାନ୍ସ ଆଉ ତାଙ୍କ ଅନ୍ଦାଜ ଅଭିନେତ୍ରୀଙ୍କୁ ଭାରି ପଡିଛି। ଫିଲ୍ମ 'ଅତରଙ୍ଗୀ ରେ'ର ସୁପର ହିଟ୍‌ ଗୀତରେ ନାଚିଛନ୍ତି ଜଣେ ୬୩ ବର୍ଷୀୟା ଜେଜେ ମା'। ତାଙ୍କ ଡ୍ୟାନ୍ସ ଆଗରେ ଏବେ ଅଭିନେତ୍ରୀ ସାରା ଅଲ୍ଲି ଖାନ୍‌ଙ୍କ ଡ୍ୟାନ୍ସ ବି ଫେଲ୍‌ ମାରିଛି।

Advertisment

ସାରା ଅଲ୍ଲି ଖାନ ଓ ଅକ୍ଷୟ କୁମାରଙ୍କ ଫିଲ୍ମ 'ଅନ୍ତରଙ୍ଗୀ ରେ' ଗୀତ 'ହାଏ ଚକା ଚକ୍‌…' ଏବେ ସୋଶଲ ମିଡିଆରେ ଟ୍ରେଣ୍ଡ କରୁଛି। ଏହି ଗୀତରେ ଅନେକ ଯୁବପିଢ଼ୀ ରିଲ ଭିଡିଓ ତିଆରି କରି ନିଜ ଇନ୍‌ଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। କେବଳ ଯୁବପିଢ଼ୀ ନୁହେଁ ଜଣେ ୬୩ ବର୍ଷୀୟ ଜେଜେ ମା'ଙ୍କୁ ମଧ୍ୟ ଏହି ଗୀତ ବେଶ୍‌ ପସନ୍ଦ ଆସିଛି। ସେ ଏହି ଗୀତ ତାଳେ ତାଳେ କରିଛନ୍ତି ଜବରଦସ୍ତ ଡ୍ୟାନ୍ସ, ଯାହା ସମସ୍ତଙ୍କ ହୋସ୍‌ ଉଡାଇ ଦେଇଛି। ଏହି ଜେଜେ ମା'ଙ୍କ ଚକା ଚକ୍‌ ଗୀତର ଡ୍ୟାନ୍ସ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

63-year-old Dadi dance on 'Chaka Chak' song; watch video

୬୩ ବର୍ଷୀୟ ଏହି ଜେଜେ ମା' ଜଣଙ୍କ ହେଉଛନ୍ତି ରବି ବାଲା ଶର୍ମା। ସେ ସୋଶାଲ ମିଡିଆରେ 'ଦେଶୀ ଦାଦି' ନାଁରେ ପରିଚିତ। ସେ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ସେ ପ୍ରାୟତଃ ବଲିଉଡ ଗୀତରେ ଡ୍ୟାନ୍ସ କରି ଫ୍ୟାନ୍‌ମାନଙ୍କ ହୃଦୟ ଜିତି ନିଅନ୍ତି। ଏବେ ପୁଣି ଥରେ ସେ ଏଭଳି କିଛି କରିଛନ୍ତି। ତାଙ୍କ ଏହି ଲାଟେଷ୍ଟ ଡ୍ୟାନ୍ସ ଭିଡିଓକୁ ବର୍ତ୍ତମାନ ଯାଏଁ ୩.୫ ମିଲିଅନରୁ ଅଧିକ ଲୋକେ ଦେଖିସାରିଲେଣି।

Advertisment

ଏହା ପୂର୍ବରୁ ମଧ୍ୟ ରବି ବାଲା ଶର୍ମା ହାର୍ଡି ସନ୍ଧୁ ଏବଂ ପଲକ ତିୱାରୀଙ୍କ ମ୍ୟୁଜିକ ଭିଡିଓ ଆଲବମ ଗୀତ 'ବିଜଲୀ-ବିଜଲୀ'ରେ ଡ୍ୟାନ୍ସ କରୁଥିବା ନଜର ଆସିଥିଲେ। ଏହି ଡ୍ୟାନ୍ସ ଭିଡିଓଟି ମଧ୍ୟ ବେଶ୍‌ ଭାଇରାଲ ହେଇଥିଲା। ଫ୍ୟାନ୍‌ମାନେ ଏହି 'ଦେଶୀ ଦାଦି'ଙ୍କ ଅନ୍ଦାଜକୁ ଦେଖି ବେଶ୍‌ ପ୍ରଶଂସା କରୁଛନ୍ତି।